ଶେଖ ହସିନାଙ୍କ ବିରୋଧରେ ଆନ୍ଦୋଳନ ଥିଲା ପ୍ରାୟୋଜିତ, ନିଜେ ମହମ୍ମଦ ୟୁନୁସ କଲେ ଖୁଲାସା

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଶେଖ ହସିନାଙ୍କ ସରକାର ବିରୋଧରେ ହୋଇଥିବା ଆନ୍ଦୋଳନ ସ୍ୱତଃ ନଥିଲା ବରଂ ପୂର୍ବ ନିର୍ଦ୍ଧାରିତ ପ୍ରାୟୋଜିତ ଥିଲା । ମହମ୍ମଦ ୟୁନୁସ ଏହି ଆନ୍ଦୋଳନର ମାଷ୍ଟରମାଇଣ୍ଡ କିଏ ତାହା ମଧ୍ୟ ଖୁଲାସା କରିଛନ୍ତି । ଜାତିସଂଘ ମହାସଭାର ୭୯ତମ ବୈଠକରେ ଯୋଗ ଦେବା ପାଇଁ ମହମ୍ମଦ ୟୁନୁସ ଆମେରିକା ପହଞ୍ଚିଛନ୍ତି । ନ୍ୟୁୟର୍କରେ କ୍ଲିଣ୍ଟନ ଗ୍ଲୋବାଲ ଇନିସିଏଟିଭର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଶେଖ ହସିନାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନର ମାଷ୍ଟରମାଇଣ୍ଡ ହେଉଛନ୍ତି ମହଫୁଜ ଆଲମ ।This is how Prof. Yunus introduced the student leaders who deposed Fascist Hasina.Yunus was standing next to his old friend Clinton.Yunus introduced Mahfuj Abdullah as the mastermind behind Hasina's ouster....an official introduction at the world stage that will change… pic.twitter.com/wu6vQwkWaA— Premiumerza ???????? (@PREMIUMERZA) September 25, 2024କାର୍ଯ୍ୟକ୍ରମରେ ମହଫୁଜ ଆଲମଙ୍କ ପରିଚୟ ଦେଇ ମହମ୍ମଦ ୟୁନୁସ କହିଛନ୍ତି ଯେ ଏବେ ଆପଣ ଏହି ଯୁବକଙ୍କ ବିଷୟରେ ଜାଣିବେ ଏବଂ ତାଙ୍କ କାମ କରିବା ଶୈଳୀ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ୟୁନୁସ ଏହା ବି କହିଛନ୍ତି ଯ

ଶେଖ ହସିନାଙ୍କ ବିରୋଧରେ ଆନ୍ଦୋଳନ ଥିଲା ପ୍ରାୟୋଜିତ, ନିଜେ ମହମ୍ମଦ ୟୁନୁସ କଲେ ଖୁଲାସା

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଶେଖ ହସିନାଙ୍କ ସରକାର ବିରୋଧରେ ହୋଇଥିବା ଆନ୍ଦୋଳନ ସ୍ୱତଃ ନଥିଲା ବରଂ ପୂର୍ବ ନିର୍ଦ୍ଧାରିତ ପ୍ରାୟୋଜିତ ଥିଲା । ମହମ୍ମଦ ୟୁନୁସ ଏହି ଆନ୍ଦୋଳନର ମାଷ୍ଟରମାଇଣ୍ଡ କିଏ ତାହା ମଧ୍ୟ ଖୁଲାସା କରିଛନ୍ତି । ଜାତିସଂଘ ମହାସଭାର ୭୯ତମ ବୈଠକରେ ଯୋଗ ଦେବା ପାଇଁ ମହମ୍ମଦ ୟୁନୁସ ଆମେରିକା ପହଞ୍ଚିଛନ୍ତି । ନ୍ୟୁୟର୍କରେ କ୍ଲିଣ୍ଟନ ଗ୍ଲୋବାଲ ଇନିସିଏଟିଭର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଶେଖ ହସିନାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନର ମାଷ୍ଟରମାଇଣ୍ଡ ହେଉଛନ୍ତି ମହଫୁଜ ଆଲମ ।

କାର୍ଯ୍ୟକ୍ରମରେ ମହଫୁଜ ଆଲମଙ୍କ ପରିଚୟ ଦେଇ ମହମ୍ମଦ ୟୁନୁସ କହିଛନ୍ତି ଯେ ଏବେ ଆପଣ ଏହି ଯୁବକଙ୍କ ବିଷୟରେ ଜାଣିବେ ଏବଂ ତାଙ୍କ କାମ କରିବା ଶୈଳୀ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ୟୁନୁସ ଏହା ବି କହିଛନ୍ତି ଯେ ଯେତେବେଳେ ଆପଣ ଆଲମଙ୍କୁ ଶୁଣିବେ ଆପଣ ଚକିତ ହୋଇଯିବେ । ମହଫୁଜ ଆଲମ ନିଜ ଭାଷଣର ଏବଂ ନିଜ ସମର୍ପଣ ଭାବରେ ସାରା ଦେଶକୁ ଦୋହଲାଇ ଦେଇଛନ୍ତି । ଏହାପରେ ସେ କହିଛନ୍ତି ଯେ ଶେଖ ହସିନାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ପଛରେ ଆଲମଙ୍କ ମୁଣ୍ଡ ଥିଲା । ଉଲ୍ଲେଖଯୋଗ୍ୟ ଯେ ଆଲମଙ୍କୁ ମହମ୍ମଦ ୟୁନୁସ ନିଜର ସ୍ୱତନ୍ତ୍ର ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ଢାକା ଟ୍ରିବ୍ୟୁନ ଅନୁସାରେ, ମହାମ୍ମଦ ୟୁନୁସ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ସହ ବୈଶ୍ୱିକ ନେତାଙ୍କ ମଞ୍ଚରେ ଉପସ୍ଥିତ ବେଳେ ଏହି ଖୁଲାସା କରିଛନ୍ତି ।