୨ କି ୪ ଡ୍ରୋନ ନୁହେଁ, ପାକିସ୍ତାନ ମାଡ଼ କରିଛି ୫୦୦ ଡ୍ରୋନ, ଭାରତର ୨୪ ସହରକୁ କରିଥିଲା ଟାର୍ଗେଟ୍

ନୂଆଦିଲ୍ଲୀ: ଅପରେସନ ସିନ୍ଦୂପ ପରେ ବିଳିବିଳେଇ ଉଠିଛି ପାକିସ୍ତାନ। ଭାରତ ଉପରେ ଆକ୍ରମଣର ଦୁଃସାହସ କରିଛି। ଏହିକ୍ରମରେ ପାକିସ୍ତାନ ମେ ୮ ତାରିଖ ରାତିରେ ଭାରତର ଅନେକ ସହର ଉପରେ ଏକ ସଙ୍ଗେ ଡ୍ରୋନ ହମଲା କରିଥିଲା। ସେନା ସୂତ୍ରରୁ ପ୍ରକାଶ ଯେ, ରାତି ୮ଟାରୁ ୧୧ଟା ୩୦ ମଧ୍ୟରେ ୨୪ଟି ସ୍ଥାନକୁ ଟାର୍ଗେଟ୍ କରାଯାଇଥିଲା। ପାକିସ୍ତାନୀ ସେନା ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟର ଅନେକ ସହରକୁ ନିଶାଣ କରି ୫୦୦ରୁ ଅଧିକ ଡ୍ରୋନ ମାଡ଼ କରିଛି। ହେଲେ ଭାରତୀୟ ସେନା ଓ ବାୟୁସେନା ପାକିସ୍ତାନର ଡ୍ରୋନ ହମଲାକୁ ବିଫଳ କରିଛନ୍ତି। ଏଥିପାଇଁ ଭାରତୀୟ ସେନା ଏଲ ୭୦, ଜେଡୟୁ-୨୩, ସିଲକା ଓ ଆକାଶ ସହିତ ବିଭିନ୍ନ ଆଣ୍ଟି-ମିସାଇଲ ସିଷ୍ଟମର ବ୍ୟବହାର କରିଛି।ସେନା ସୂତ୍ର ଅନୁଯାୟୀ, ପାକିସ୍ତାନ ପକ୍ଷରୁ ଅଧିକାଂଶ ସଶସ୍ତ୍ର ବିହୀନ ଡ୍ରୋନ ମାଡ଼ କରାଯିବାର  ଉଦ୍ଦେଶ୍ୟ ନାଗରିକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା କିମ୍ବା ଭାରତୀୟ ସାମରିକ କେନ୍ଦ୍ରର ଗୁଇନ୍ଦା ସୂଚନା ସଂଗ୍ରହ କରିବା ହୋଇପାରେ। ଉଲ୍ଲେଖନୀୟ ମେ ୬-୭ ତାରିଖ ରାତିରେ ଭାରତ ସାମରିକ ଅଭିଯାନ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏଥିରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ସ୍ଥିତ ୯ ଆତଙ୍କବାଦୀ କେନ୍ଦ୍ରକୁ ନଷ୍ଟ କରାଯାଇଥିଲା। ଏପ୍ରିଲ ୨୨ ପହଲଗାମ ଆତଙ୍କୀ ହମଲାର ଜବାବରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। Also read: ଜୈସଲମେର

୨ କି ୪ ଡ୍ରୋନ ନୁହେଁ, ପାକିସ୍ତାନ ମାଡ଼ କରିଛି ୫୦୦ ଡ୍ରୋନ,  ଭାରତର ୨୪ ସହରକୁ କରିଥିଲା ଟାର୍ଗେଟ୍

ନୂଆଦିଲ୍ଲୀ: ଅପରେସନ ସିନ୍ଦୂପ ପରେ ବିଳିବିଳେଇ ଉଠିଛି ପାକିସ୍ତାନ। ଭାରତ ଉପରେ ଆକ୍ରମଣର ଦୁଃସାହସ କରିଛି। ଏହିକ୍ରମରେ ପାକିସ୍ତାନ ମେ ୮ ତାରିଖ ରାତିରେ ଭାରତର ଅନେକ ସହର ଉପରେ ଏକ ସଙ୍ଗେ ଡ୍ରୋନ ହମଲା କରିଥିଲା। ସେନା ସୂତ୍ରରୁ ପ୍ରକାଶ ଯେ, ରାତି ୮ଟାରୁ ୧୧ଟା ୩୦ ମଧ୍ୟରେ ୨୪ଟି ସ୍ଥାନକୁ ଟାର୍ଗେଟ୍ କରାଯାଇଥିଲା। ପାକିସ୍ତାନୀ ସେନା ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟର ଅନେକ ସହରକୁ ନିଶାଣ କରି ୫୦୦ରୁ ଅଧିକ ଡ୍ରୋନ ମାଡ଼ କରିଛି। ହେଲେ ଭାରତୀୟ ସେନା ଓ ବାୟୁସେନା ପାକିସ୍ତାନର ଡ୍ରୋନ ହମଲାକୁ ବିଫଳ କରିଛନ୍ତି। ଏଥିପାଇଁ ଭାରତୀୟ ସେନା ଏଲ ୭୦, ଜେଡୟୁ-୨୩, ସିଲକା ଓ ଆକାଶ ସହିତ ବିଭିନ୍ନ ଆଣ୍ଟି-ମିସାଇଲ ସିଷ୍ଟମର ବ୍ୟବହାର କରିଛି।

ସେନା ସୂତ୍ର ଅନୁଯାୟୀ, ପାକିସ୍ତାନ ପକ୍ଷରୁ ଅଧିକାଂଶ ସଶସ୍ତ୍ର ବିହୀନ ଡ୍ରୋନ ମାଡ଼ କରାଯିବାର  ଉଦ୍ଦେଶ୍ୟ ନାଗରିକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା କିମ୍ବା ଭାରତୀୟ ସାମରିକ କେନ୍ଦ୍ରର ଗୁଇନ୍ଦା ସୂଚନା ସଂଗ୍ରହ କରିବା ହୋଇପାରେ। ଉଲ୍ଲେଖନୀୟ ମେ ୬-୭ ତାରିଖ ରାତିରେ ଭାରତ ସାମରିକ ଅଭିଯାନ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏଥିରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ସ୍ଥିତ ୯ ଆତଙ୍କବାଦୀ କେନ୍ଦ୍ରକୁ ନଷ୍ଟ କରାଯାଇଥିଲା। ଏପ୍ରିଲ ୨୨ ପହଲଗାମ ଆତଙ୍କୀ ହମଲାର ଜବାବରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। 

Also read: ଜୈସଲମେର-ବାଡମେରରେ ସଂପୂର୍ଣ୍ଣ ବ୍ଲାକଆଉଟ୍, ସନ୍ଧ୍ୟା ୫ଟାରୁ ବନ୍ଦ ରହିବ ସବୁ ଦୋକାନ ବଜାର

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥି ସିଂଙ୍କ ସ୍ପଷ୍ଟ ଭାବେ କହିଛନ୍ତି, ଭାରତର ସାର୍ବଭୌମତ୍ଵ ସୁରକ୍ଷାରେ କୌଣସି ବି ସୀମା ବାଧକ ସାଜିବ ନାହିଁ। ରାଷ୍ଟ୍ର ସବୁ ପ୍ରକାରର ଜବାବ ଦେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ। ରାଜନାଥ ସିଂ ତିନି ସେନା ମୁଖ୍ୟ ଓ ଚିଫ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ସହ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଯୁଦ୍ଧ ସ୍ଥିତି ବ୍ୟାପକ ସମୀକ୍ଷା କରାଯାଇଛି। ଭାରତୀୟ ସେନା ପାକିସ୍ତାନର ସମସ୍ତ ଉଦ୍ୟମ ବିଫଳ କରିବା ସହ ଶତ୍ରୁ ପକ୍ଷର ତିନୋଟି ଯୁଦ୍ଧ ଜାହାଜ ମାରି ଖସାଇବା ଥିବା ବୈଠକେରେ ଆଲୋଚନା ହୋଇଛି। ଅପରେସନ ସିନ୍ଦୂର ବିଷୟରେ ରାଜନାତ ସମୀକ୍ଷା କରିଛନ୍ତି।