ମାତିଲେ ଲୁଟେରା, ପୁଣି ରାଜଧାନୀରେ ବଡ଼ ଧରଣର ଲୁଟ୍
ଭୁବନେଶ୍ବର: ମାତିଲେ ଲୁଟେରା, ପୁଣି ରାଜଧାନୀରେ ବଡ଼ ଧରଣର ଲୁଟ୍। ଏଥର ଚନ୍ଦକାରେ ଆତଙ୍କ ଖେଳାଇଲେ ଲୁଟେରା। ସୂଚନା ଅନୁଯାୟୀ, ଚନ୍ଦକା ବିଡିଏ ହାଉସିଂ ୨୦୧ ନମ୍ଵର୍ ଘରୁ ଲୁଟ୍ ହୋଇଛି। ଲୁଟେରା ପ୍ରାୟ ଅଢେଇ ଲକ୍ଷ ଟଙ୍କା ସହ ସୁନା-ରୂପା ଗହଣା ଲୁଟିନେଇଛନ୍ତି। ତେବେ ଘଟଣାସ୍ଥଳରେ ଚନ୍ଦକା ପୋଲିସ୍ ଛାନଭିନ ଆରମ୍ଭ କରିଛି। ସୂଚନାଥାଉକି, ବିଗତ କିଛି ମାସରୁ ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଲୁଟ୍ ଘଟଣା ସାମ୍ନାକୁ ଆସୁଛି। ଏମିତିକି ସୁରକ୍ଷା ବ୍ୟବସ୍ଥା ଥବା ବଡ଼ ବଡ଼ ଆପର୍ଟମେଣ୍ଟରେ ମଧ୍ୟ ଲୁଟେରାମାନେ କଳାକନା ବୁଲାଇ ଦେଉଛନ୍ତି। ଆଉ ଏଭଳି ଭାବରେ ହେଉଥିବା ଲୁଟ୍ ପୋଲିସ୍ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଆହୁରି ପଢ଼ନ୍ତୁ: ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା, CCTVରେ କଏଦ ହେଲା ଲୁଟ୍ର ଦୃଶ୍ୟ ଉଲ୍ଲେଖଯୋଗ୍ୟ, ଗତ ରବିବାର ଭୁବନେଶ୍ୱର କପିଳପ୍ରସାଦ କେଳୁଚରଣ ଲେନ୍ ୫ରେ ଏକ ବନ୍ଦ ଘରୁ ଲୁଟ୍ କରିଥିଲେ ଲୁଟେରା। ଲୁଟେରାମାନେ ଝରକା ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଲୁଟି ନେଇଥିଲେ । ତେବେ ଝରକା ଭଙ୍ଗା ଯାଇଥିବା ଦେଖି ପ୍ରଥମେ ପୋଲିସକୁ ଖବର ଦେଇଥିଲେ ପଡୋଶୀ । The post ମାତିଲେ ଲୁଟେରା, ପୁଣି ରାଜଧାନୀରେ ବଡ଼ ଧରଣର ଲୁଟ୍ appeared first on Prameya News7.
ଭୁବନେଶ୍ବର: ମାତିଲେ ଲୁଟେରା, ପୁଣି ରାଜଧାନୀରେ ବଡ଼ ଧରଣର ଲୁଟ୍। ଏଥର ଚନ୍ଦକାରେ ଆତଙ୍କ ଖେଳାଇଲେ ଲୁଟେରା। ସୂଚନା ଅନୁଯାୟୀ, ଚନ୍ଦକା ବିଡିଏ ହାଉସିଂ ୨୦୧ ନମ୍ଵର୍ ଘରୁ ଲୁଟ୍ ହୋଇଛି। ଲୁଟେରା ପ୍ରାୟ ଅଢେଇ ଲକ୍ଷ ଟଙ୍କା ସହ ସୁନା-ରୂପା ଗହଣା ଲୁଟିନେଇଛନ୍ତି। ତେବେ ଘଟଣାସ୍ଥଳରେ ଚନ୍ଦକା ପୋଲିସ୍ ଛାନଭିନ ଆରମ୍ଭ କରିଛି।
ସୂଚନାଥାଉକି, ବିଗତ କିଛି ମାସରୁ ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଲୁଟ୍ ଘଟଣା ସାମ୍ନାକୁ ଆସୁଛି। ଏମିତିକି ସୁରକ୍ଷା ବ୍ୟବସ୍ଥା ଥବା ବଡ଼ ବଡ଼ ଆପର୍ଟମେଣ୍ଟରେ ମଧ୍ୟ ଲୁଟେରାମାନେ କଳାକନା ବୁଲାଇ ଦେଉଛନ୍ତି। ଆଉ ଏଭଳି ଭାବରେ ହେଉଥିବା ଲୁଟ୍ ପୋଲିସ୍ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ଆହୁରି ପଢ଼ନ୍ତୁ: ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା, CCTVରେ କଏଦ ହେଲା ଲୁଟ୍ର ଦୃଶ୍ୟ
ଉଲ୍ଲେଖଯୋଗ୍ୟ, ଗତ ରବିବାର ଭୁବନେଶ୍ୱର କପିଳପ୍ରସାଦ କେଳୁଚରଣ ଲେନ୍ ୫ରେ ଏକ ବନ୍ଦ ଘରୁ ଲୁଟ୍ କରିଥିଲେ ଲୁଟେରା। ଲୁଟେରାମାନେ ଝରକା ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଲୁଟି ନେଇଥିଲେ । ତେବେ ଝରକା ଭଙ୍ଗା ଯାଇଥିବା ଦେଖି ପ୍ରଥମେ ପୋଲିସକୁ ଖବର ଦେଇଥିଲେ ପଡୋଶୀ ।
The post ମାତିଲେ ଲୁଟେରା, ପୁଣି ରାଜଧାନୀରେ ବଡ଼ ଧରଣର ଲୁଟ୍ appeared first on Prameya News7.