ପିଏମ୍‌ ମୋଦି ଜଣେ ଅଦ୍ଭୁତ ବ୍ୟକ୍ତି , ଅନେକ ଶତାବ୍ଦୀରୁ ଭାରତ-ମାଳଦ୍ୱୀପ ମଧ୍ୟରେ ରହିଛି ଭଲ ସମ୍ୱନ୍ଧ : ମୁଇଜ୍ଜୁ

ମାଲେ : ବଦଳି ଯାଇଛି ଚିତ୍ର। ପରିବର୍ତ୍ତନ ହୋଇ ଯାଇଛି ମତ ଓ ପଥ। ଆମେ କହୁଛୁ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ କଥା। ପୂର୍ବରୁ ଯେଭଳି ଭାବେ ସେ ଭାରତ ବିରୋଧି ବିବୃତ୍ତି ମାନ ଦେଉଥିଲେ , ତାହା ତ ସମସ୍ତେ ଜାଣନ୍ତି। ଏବେ କିନ୍ତୁ ସେ ଭାରତକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ସେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି । ଶନିବାର ମୁଇଜ୍ଜୁ ପିଏମ ମୋଦିଙ୍କୁ ଅଦ୍ଭୁତ ବ୍ୟକ୍ତି ଭାବେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ମାଳଦ୍ୱୀପ ଓ ଭାରତ ମଧ୍ୟରେ ଅନେକ ଶତାବ୍ଦୀରୁ ଭଲ ସଂପର୍କ ରହିଛି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆଗାମୀ ଦିନରେ ଦୁଇ ସରକାରଙ୍କ ମଧ୍ୟରେ ସାହାଯ୍ୟ ସହଯୋଗ ଆହୁରି ମଧ୍ୟ ଗଭୀର ହେବ।ଭାରତ ସହ ଋଣ ସୁବିଧା , ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଓ ୟୁପିଆଇ ସହ ସମ୍ୱନ୍ଧିତ ଚୁକ୍ତିନାମା ଗୁଡ଼ିକ ଉପରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଯେ, ଏଥିରେ ମାଳଦ୍ୱୀପକୁ ଆଗକୁ ବଢିବାରେ ବହୁତ ସାହାଯ୍ୟ ମିଳିବ। ଆମେ ନିଜ ଦ୍ୱାରା ସ୍ୱାକ୍ଷରିତ ଚୁକ୍ତିନାମା ଓ ବୁଝାମଣାପତ୍ରକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହୀ। ଦୁଇ ଦେଶର ଲୋକ ଖୁବ୍ ଆଗ୍ରହୀ। ଏଥିରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଓ ଭାରତ ଯାଉଥିବା ମାଳଦ୍ୱୀପର ଲୋକଙ୍କ ଲାଭ ମିଳିବ। ଆମେ ଏବେ ଏହା (ଏଫଟିଏ) ଉପରେ କାମ ଆରମ୍ଭ କରିଛୁ ଏବଂ ଆମର ବିଶ୍ୱାସ ଯେ , ଏହା ଖୁବ୍‌ ଶୀଘ୍ର ପୂରା ହୋଇଯିବ।ମାଳଦ୍ୱୀପ

ପିଏମ୍‌ ମୋଦି ଜଣେ ଅଦ୍ଭୁତ ବ୍ୟକ୍ତି , ଅନେକ ଶତାବ୍ଦୀରୁ ଭାରତ-ମାଳଦ୍ୱୀପ ମଧ୍ୟରେ ରହିଛି ଭଲ ସମ୍ୱନ୍ଧ : ମୁଇଜ୍ଜୁ

ମାଲେ : ବଦଳି ଯାଇଛି ଚିତ୍ର। ପରିବର୍ତ୍ତନ ହୋଇ ଯାଇଛି ମତ ଓ ପଥ। ଆମେ କହୁଛୁ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ କଥା। ପୂର୍ବରୁ ଯେଭଳି ଭାବେ ସେ ଭାରତ ବିରୋଧି ବିବୃତ୍ତି ମାନ ଦେଉଥିଲେ , ତାହା ତ ସମସ୍ତେ ଜାଣନ୍ତି। ଏବେ କିନ୍ତୁ ସେ ଭାରତକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ସେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି । 

ଶନିବାର ମୁଇଜ୍ଜୁ ପିଏମ ମୋଦିଙ୍କୁ ଅଦ୍ଭୁତ ବ୍ୟକ୍ତି ଭାବେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ମାଳଦ୍ୱୀପ ଓ ଭାରତ ମଧ୍ୟରେ ଅନେକ ଶତାବ୍ଦୀରୁ ଭଲ ସଂପର୍କ ରହିଛି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆଗାମୀ ଦିନରେ ଦୁଇ ସରକାରଙ୍କ ମଧ୍ୟରେ ସାହାଯ୍ୟ ସହଯୋଗ ଆହୁରି ମଧ୍ୟ ଗଭୀର ହେବ।

ଭାରତ ସହ ଋଣ ସୁବିଧା , ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଓ ୟୁପିଆଇ ସହ ସମ୍ୱନ୍ଧିତ ଚୁକ୍ତିନାମା ଗୁଡ଼ିକ ଉପରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଯେ, ଏଥିରେ ମାଳଦ୍ୱୀପକୁ ଆଗକୁ ବଢିବାରେ ବହୁତ ସାହାଯ୍ୟ ମିଳିବ। ଆମେ ନିଜ ଦ୍ୱାରା ସ୍ୱାକ୍ଷରିତ ଚୁକ୍ତିନାମା ଓ ବୁଝାମଣାପତ୍ରକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହୀ। ଦୁଇ ଦେଶର ଲୋକ ଖୁବ୍ ଆଗ୍ରହୀ। ଏଥିରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଓ ଭାରତ ଯାଉଥିବା ମାଳଦ୍ୱୀପର ଲୋକଙ୍କ ଲାଭ ମିଳିବ। ଆମେ ଏବେ ଏହା (ଏଫଟିଏ) ଉପରେ କାମ ଆରମ୍ଭ କରିଛୁ ଏବଂ ଆମର ବିଶ୍ୱାସ ଯେ , ଏହା ଖୁବ୍‌ ଶୀଘ୍ର ପୂରା ହୋଇଯିବ।

ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଭାରତ ମହାସାଗରକୁ ମାଳଦ୍ୱୀପ ଓ ଭାରତ ମଧ୍ୟରେ ଦୀର୍ଘକାଳୀନ ସମ୍ୱନ୍ଧକୁ ଜୀବନ୍ତ ପ୍ରମାଣ ଦର୍ଶାଇ କହିଛନ୍ତି ଯେ, ଉଭୟ ଦେଶ ଏକ ମଜବୁତ ଓ ଅତୁଟ ବନ୍ଧନ ସ୍ଥାପିତ କରିଛନ୍ତି , ଯାହା କୂଟନୀତି ଠାରୁ ଉର୍ଦ୍ଧ୍ୱରେ। ମାଳଦ୍ୱୀପ ଓ ଭାରତ ମଧ୍ୟରେ ୬୦ ବର୍ଷର କୂଟନୀତିକ ସମ୍ୱନ୍ଧ ଉପରେ ଆଲୋକପାତ କରି ମୁଇଜ୍ଜୁ ଏହାକୁ ସହଭାଗୀ ଇତିହାସ ଓ ସ୍ଥାୟୀ ସହଭାଗିତାର ପ୍ରତିଫଳନ ବୋଲି କହିଛନ୍ତି। ରାଷ୍ଟ୍ରପତି କାର୍ଯ୍ୟାଳୟ ଦ୍ୱାରା ଜାରି ଏକ  ବିବୃତ୍ତି ଅନୁସାରେ , ମୁଇଜ୍ଜୁ କହିଛନ୍ତି ଯେ, ମାଳଦ୍ୱୀପ ଓ ଭାରତ ମଧ୍ୟରେ ସମ୍ୱନ୍ଧ ଔପଚାରିକ କୂଟନୀତି ଠାରୁ ଅଧିକ ତଥା ଅନେକ ଶତାବ୍ଦୀର ଦୃଢ ସଂପର୍କ।