ବୋନ୍‌ ଷ୍ଟ୍ରେନ୍ଥ

ବୋନ୍‌ ଷ୍ଟ୍ରେନ୍ଥ ବଢାଇବା ପାଇଁ କ୍ୟାଲସିଅମର ଆବଶ୍ୟକତା ଖୁବ ଅଧିକ ଥାଏ । ତେବେ ଆମ ଶରୀରରେ କ୍ୟାଲସିଅମ ଅଭାବର ଲକ୍ଷଣକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି । ଯାହାଫଳରେ ଆମେ ଏହାର ଚିକିତ୍ସା ମଧ୍ୟ କରାଇପାରିବା । ତେବେ ଆସନ୍ତୁ ଜାଣିବା କ୍ୟାଲସିଅମ ଡେଫିସିଏନ୍ସିର କିଛି ଲକ୍ଷଣ ବିଷୟରେ । ମସଲ୍‌ କ୍ରାମ୍ପ – ଆମ ଶରୀରରେ ମାଂସପେଶୀରେ ବେଳେବେଳେ କ୍ରାମ୍ପ ଦେଖିବାକୁ ମିଳିଥାଏ, ଯାହା କ୍ୟାଲସିଅମ ଅଭାବରୁ ଦେଖିବାକୁ ମିଳିଥାଏ । ତେବେ ଏହି […]

ବୋନ୍‌ ଷ୍ଟ୍ରେନ୍ଥ
ବୋନ୍‌ ଷ୍ଟ୍ରେନ୍ଥ

ବୋନ୍‌ ଷ୍ଟ୍ରେନ୍ଥ ବଢାଇବା ପାଇଁ କ୍ୟାଲସିଅମର ଆବଶ୍ୟକତା ଖୁବ ଅଧିକ ଥାଏ । ତେବେ ଆମ ଶରୀରରେ କ୍ୟାଲସିଅମ ଅଭାବର ଲକ୍ଷଣକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି । ଯାହାଫଳରେ ଆମେ ଏହାର ଚିକିତ୍ସା ମଧ୍ୟ କରାଇପାରିବା । ତେବେ ଆସନ୍ତୁ ଜାଣିବା କ୍ୟାଲସିଅମ ଡେଫିସିଏନ୍ସିର କିଛି ଲକ୍ଷଣ ବିଷୟରେ ।
ମସଲ୍‌ କ୍ରାମ୍ପ – ଆମ ଶରୀରରେ ମାଂସପେଶୀରେ ବେଳେବେଳେ କ୍ରାମ୍ପ ଦେଖିବାକୁ ମିଳିଥାଏ, ଯାହା କ୍ୟାଲସିଅମ ଅଭାବରୁ ଦେଖିବାକୁ ମିଳିଥାଏ । ତେବେ ଏହି କ୍ରାମ୍ପ ଗୁଡିକ ବିଶେଷଭାବେ ହାତ, ଗୋଡ ଓ ମୁହଁର ମସଲ୍‌ରେ ଦେଖିବାକୁ ମିଳିଥାଏ । ସେହିପରି ଏହି ସମସ୍ୟା କେତେବେଳେ ବି ଦେଖିବାକୁ ମିଳିପାରେ ଶୋଇଥିବା ସମୟରେ କିମ୍ବା କୌଣସି କାର୍ଯ୍ୟ କରୁଥିବା ସମୟରେ ।
ହାତ ଗୋଡ ଝିମ୍‌ଝିମ୍‌ ହୋଇଯିବା- ଏହାର ଆଉ ଏକ ଲକ୍ଷଣ ହେଲା ହାତ ଗୋଡ ଝିମ୍‌ଝିମ୍‌ ହୋଇଯିବା । ବେଳେବେଳେ କ୍ୟାଲସିଅମ ଅଭାବ ଆମର ସ୍ନାୟୁ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କାରଣରୁ ଆମ ହାତଗୋଡ ଶୂନ ପଡିବା ସହିତ ଝିମ୍‌ଝିମ୍‌ ହୋଇଯାଇଥାଏ, ଦୁର୍ବଳ ମଧ୍ୟ ଲାଗିଥାଏ ।
ଦାନ୍ତରେ ସମସ୍ୟା – କ୍ୟାଲସିଅମ ଅଭାବ କାରଣରୁ ଆମର ଦାନ୍ତରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିବ । ଏହି ଅଭାବ କାରଣରୁ ଦାନ୍ତ ସହିତ ମାଢି ମଧ୍ୟ ଦୁର୍ବଳ ହୋଇଥାଏ । ସେହିଭଳି ଏହାର ଅତ୍ୟଧୀକ ଅଭାବରେ ଦାନ୍ତ ଝଡିବାର ସମ୍ଭାବନା ରହିଥାଏ । ତେଣୁ ଯଦି ଆପଣଙ୍କର ଦାନ୍ତ କିମ୍ବା ମାଢିରେ ସମସ୍ୟା ଅଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।