ମହାନତା ଦେଖାଇଲେ ମହିଳା, ମୁମ୍ବାଇ ଟ୍ରେନରୁ ୨୦ ଲକ୍ଷର ବ୍ୟାଗ ପାଇ ଫେରାଇଲେ
ମୁମ୍ବାଇ ୨୪/୯: ମାତ୍ର ଟଙ୍କା କେଇଟା ପାଇଁ ଜଣେ ଅନ୍ୟ ଜଣଙ୍କ ଜୀବନ ନେବାକୁ ପଛାଉ ନାହିଁ । ଏଠି ମଣିଷପଣିଆର ନିଛକ ଉଦାହରଣ ଦେଖାଇଛନ୍ତି ଜଣେ ମହିଳା । ୨୦ ଲକ୍ଷର ଟଙ୍କା ବ୍ୟାଗ ପାଇ ତାକୁ ସେ ଫେରାଇଦେଇଛନ୍ତି । ମୁମ୍ବାଇର ଏ ଘଟଣାକୁ ଯିଏ ଦେଖୁଛି କହୁଛି ଏବେବି ବଞ୍ଚିଛି ମଣିଷପଣିଆ । ପୁରା ଘଟଣା କିଛି ଏମିତି । ମୁମ୍ବାଇର ଏକ ଲୋକାଲ ଟ୍ରେନର କୋଚ୍ରେ ଲୋଭନୀୟ ବ୍ୟାଗ ପଡିଥିଲା । ବ୍ୟାଗରେ ଥିବା ମୋଟା ଅଙ୍କର ଟଙ୍କା ମାନେ ପୁରା ୨୦ ଲକ୍ଷ୍ୟର କ୍ୟାସ । ଏହି ବ୍ୟାଗ ଉପରେ ଜଣେ ମହିଳାଙ୍କ ନଜର ପଡିଲା । ସେ ଚାହିଁଥିଲେ ଏ ବ୍ୟାଗ ଧରି ପଳାଇଯାଇପାରିଥାନ୍ତେ ।ହେଲେ ସେ ସେଠାରେ ଥିବା ଅନ୍ୟ ଯାତ୍ରୀଙ୍କୁ କହିଥିଲେ ଟଙ୍କା ବ୍ୟାଗ ବାବଦରେ ପୋଲିସରେ ଜଣାଇବାକୁ ।ପୋଲିସର ଜଣେ ଅଧିକାରୀ କହିଛନ୍ତି ରବିବାର ରାତି ୧୦ଟାରେ ଆସନଗାଁବ-ସିଏସଏମଟି ଲୋକାଲ ଟ୍ରେନର ଏକ ବଗିରେ ବ୍ଲୁ କଲରର ବ୍ୟାଗ ପଡିଥିବା ଦେଖିଥିଲେ କିଛି ଯାତ୍ରୀ । ସେଠାରେ ଥିବା ଜଣେ ମହିଳା କଲ୍ୟାଣ ନଗରରେ ଓହ୍ଲଇବା ପୂର୍ବରୁ ଯାତ୍ରୀଙ୍କୁ କହିଥିଲେ ଏ ସଂପର୍କରେ ପୋଲିସରେ ଜଣାଇବାକୁ । ଏହା ପରେ କଲ୍ୟାଣ ଜିଆରପି ଥାନାରେ ବ୍ୟାଗକୁ ଜିମା ଦିଆଯାଇଥିଲା । ପୋଲିସ ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ୨୦ ଲକ୍ଷର ୫ଶହ ଟଙ୍କିଆ ବଣ୍ଡଲ,ଗୋଟିଏ ମିଠା ଡବା ଓ କିଛି ମେଡିସିନ ମିଳିଥିଲା । ବ୍ୟାଗର ଅସଲ ମାଲିକ କିଏ ତାର ଛାନ୍ଭିନ୍ ଆରମ୍ଭ କରିଦେଇଛି ଜିଆରପି । ଆଉ ଏ ଖବର ସୋସ
ମୁମ୍ବାଇ ୨୪/୯: ମାତ୍ର ଟଙ୍କା କେଇଟା ପାଇଁ ଜଣେ ଅନ୍ୟ ଜଣଙ୍କ ଜୀବନ ନେବାକୁ ପଛାଉ ନାହିଁ । ଏଠି ମଣିଷପଣିଆର ନିଛକ ଉଦାହରଣ ଦେଖାଇଛନ୍ତି ଜଣେ ମହିଳା । ୨୦ ଲକ୍ଷର ଟଙ୍କା ବ୍ୟାଗ ପାଇ ତାକୁ ସେ ଫେରାଇଦେଇଛନ୍ତି । ମୁମ୍ବାଇର ଏ ଘଟଣାକୁ ଯିଏ ଦେଖୁଛି କହୁଛି ଏବେବି ବଞ୍ଚିଛି ମଣିଷପଣିଆ । ପୁରା ଘଟଣା କିଛି ଏମିତି । ମୁମ୍ବାଇର ଏକ ଲୋକାଲ ଟ୍ରେନର କୋଚ୍ରେ ଲୋଭନୀୟ ବ୍ୟାଗ ପଡିଥିଲା । ବ୍ୟାଗରେ ଥିବା ମୋଟା ଅଙ୍କର ଟଙ୍କା ମାନେ ପୁରା ୨୦ ଲକ୍ଷ୍ୟର କ୍ୟାସ । ଏହି ବ୍ୟାଗ ଉପରେ ଜଣେ ମହିଳାଙ୍କ ନଜର ପଡିଲା । ସେ ଚାହିଁଥିଲେ ଏ ବ୍ୟାଗ ଧରି ପଳାଇଯାଇପାରିଥାନ୍ତେ ।ହେଲେ ସେ ସେଠାରେ ଥିବା ଅନ୍ୟ ଯାତ୍ରୀଙ୍କୁ କହିଥିଲେ ଟଙ୍କା ବ୍ୟାଗ ବାବଦରେ ପୋଲିସରେ ଜଣାଇବାକୁ ।
ପୋଲିସର ଜଣେ ଅଧିକାରୀ କହିଛନ୍ତି ରବିବାର ରାତି ୧୦ଟାରେ ଆସନଗାଁବ-ସିଏସଏମଟି ଲୋକାଲ ଟ୍ରେନର ଏକ ବଗିରେ ବ୍ଲୁ କଲରର ବ୍ୟାଗ ପଡିଥିବା ଦେଖିଥିଲେ କିଛି ଯାତ୍ରୀ । ସେଠାରେ ଥିବା ଜଣେ ମହିଳା କଲ୍ୟାଣ ନଗରରେ ଓହ୍ଲଇବା ପୂର୍ବରୁ ଯାତ୍ରୀଙ୍କୁ କହିଥିଲେ ଏ ସଂପର୍କରେ ପୋଲିସରେ ଜଣାଇବାକୁ । ଏହା ପରେ କଲ୍ୟାଣ ଜିଆରପି ଥାନାରେ ବ୍ୟାଗକୁ ଜିମା ଦିଆଯାଇଥିଲା । ପୋଲିସ ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ୨୦ ଲକ୍ଷର ୫ଶହ ଟଙ୍କିଆ ବଣ୍ଡଲ,ଗୋଟିଏ ମିଠା ଡବା ଓ କିଛି ମେଡିସିନ ମିଳିଥିଲା । ବ୍ୟାଗର ଅସଲ ମାଲିକ କିଏ ତାର ଛାନ୍ଭିନ୍ ଆରମ୍ଭ କରିଦେଇଛି ଜିଆରପି । ଆଉ ଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ସମସ୍ତେ ମହିଳାଙ୍କୁ ତାରିଫ କରୁଛନ୍ତି ।