୧୮ ବର୍ଷରେ ପ୍ରଥମ ଥର: ୟୁଏସ ଓପନର ତୃତୀୟ ରାଉଣ୍ଡରୁ ହାରି ଟାଇଟଲ ମୁକାବିଲାରୁ ବିଦା ହେଲେ ନୋଭାକ ଜୋକୋଭିକ୍
ନୂଆଦିଲ୍ଲୀ: ସର୍ବିୟାର ଲୋକପ୍ରିୟ ଟେନିସ ଖେଳାଳି ନୋଭାକ୍ ଜୋକୋଭିକ୍ ୟୁଏସ ଓପନର ତୃତୀୟ ରାଉଣ୍ଡରେ ପରାସ୍ତ ହୋଇ ଟାଇଟଲ ମୁକାବିଲାରୁ ବିଦା ହୋଇଛନ୍ତି। ଗତ ୧୮ ବର୍ଷ ପରେ ପ୍ରଥମଥର ପାଇଁ ୟୁଏସ ଓପନର ପ୍ରାରମ୍ଭିକ ରାଉଣ୍ଡରେ ପରାସ୍ତ ହୋଇଛନ୍ତି ୩୭ ବର୍ଷୀୟ ଜୋକୋଭିକ୍। ୨୬ ଅଗଷ୍ଟରୁ ଆରମ୍ଭ ହୋଇଛି ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ୟୁଏସ୍ ଓପନ୍ରେ ୭ ରାଉଣ୍ଡ ଖେଳ ହେବ। ଶୁକ୍ରବାର ନ୍ୟୁୟର୍କର ଫ୍ଲସିଂ ମିଡୋସ୍ରେ ଏହାର ତୃତୀୟ ରାଉଣ୍ଡ ଖେଳ ହୋଇଥିଲା। ଏଥିରେ ଜୋକୋଭିକ୍ ଅଷ୍ଟ୍ରେଲୀୟ ଆଲେକ୍ସାଇ ପପିରିନଙ୍କ ସହ ମୁକାବିଲା କରିଥିଲେ। ଏହି ମୁକାବିଲାରେ ଚାରିଥର ଚାମ୍ପିଅନ୍ ଜୋକୋଭିକ୍ ୨୮ ରେଙ୍କ ଥିବା ଅଷ୍ଟ୍ରେଲୀୟ ଆଲେକ୍ସାଇ ପପିରିନଙ୍କ ଠାରୁ ୬-୪, ୬-୪, ୨-୬, ୬-୪ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ପରେ ଜୋକୋଭିକ୍ ପଞ୍ଚମ ୟୁଏସ ଓପନ ଓ ୨୫ ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ ହାତେଇବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ଜୋକୋଭିକ କହିଛନ୍ତି “ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ମୁଁ ଭରପୁର ଚେଷ୍ଟା କଲି। ହେଲେ ନ୍ୟୁୟର୍କରେ ପହଞ୍ଚିବା ପରେ ମୁଁ ସତେଜ ନଥିଲି।” ରିପୋର୍ଟରୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଜୋକୋଭିକ୍। ଏହା ପୂର୍ବରୁ ଚଳିତ ମାସ ଆରମ୍ଭରେ ପ୍ୟାରିସ ଅଲିମ୍ପିକ୍ରେ ଜୋକୋଭିକ୍ ପୁରୁଷ ଏକକରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପଟେ ଅଷ୍ଟ୍ରେଲିଆ ଓପନ ଓ ୱିମ୍ବେଲ୍ଡନ୍ରେ ପପିରିନ ଜୋକୋଭିଚ୍ଙ୍କୁ ହରାଇବା ପରେ ଖୁସ
ନୂଆଦିଲ୍ଲୀ: ସର୍ବିୟାର ଲୋକପ୍ରିୟ ଟେନିସ ଖେଳାଳି ନୋଭାକ୍ ଜୋକୋଭିକ୍ ୟୁଏସ ଓପନର ତୃତୀୟ ରାଉଣ୍ଡରେ ପରାସ୍ତ ହୋଇ ଟାଇଟଲ ମୁକାବିଲାରୁ ବିଦା ହୋଇଛନ୍ତି। ଗତ ୧୮ ବର୍ଷ ପରେ ପ୍ରଥମଥର ପାଇଁ ୟୁଏସ ଓପନର ପ୍ରାରମ୍ଭିକ ରାଉଣ୍ଡରେ ପରାସ୍ତ ହୋଇଛନ୍ତି ୩୭ ବର୍ଷୀୟ ଜୋକୋଭିକ୍।
୨୬ ଅଗଷ୍ଟରୁ ଆରମ୍ଭ ହୋଇଛି ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ୟୁଏସ୍ ଓପନ୍ରେ ୭ ରାଉଣ୍ଡ ଖେଳ ହେବ। ଶୁକ୍ରବାର ନ୍ୟୁୟର୍କର ଫ୍ଲସିଂ ମିଡୋସ୍ରେ ଏହାର ତୃତୀୟ ରାଉଣ୍ଡ ଖେଳ ହୋଇଥିଲା। ଏଥିରେ ଜୋକୋଭିକ୍ ଅଷ୍ଟ୍ରେଲୀୟ ଆଲେକ୍ସାଇ ପପିରିନଙ୍କ ସହ ମୁକାବିଲା କରିଥିଲେ। ଏହି ମୁକାବିଲାରେ ଚାରିଥର ଚାମ୍ପିଅନ୍ ଜୋକୋଭିକ୍ ୨୮ ରେଙ୍କ ଥିବା ଅଷ୍ଟ୍ରେଲୀୟ ଆଲେକ୍ସାଇ ପପିରିନଙ୍କ ଠାରୁ ୬-୪, ୬-୪, ୨-୬, ୬-୪ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ପରେ ଜୋକୋଭିକ୍ ପଞ୍ଚମ ୟୁଏସ ଓପନ ଓ ୨୫ ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ ହାତେଇବାରୁ ବଞ୍ଚିତ ହୋଇଛନ୍ତି।
ଏନେଇ ଜୋକୋଭିକ କହିଛନ୍ତି “ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ମୁଁ ଭରପୁର ଚେଷ୍ଟା କଲି। ହେଲେ ନ୍ୟୁୟର୍କରେ ପହଞ୍ଚିବା ପରେ ମୁଁ ସତେଜ ନଥିଲି।” ରିପୋର୍ଟରୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଜୋକୋଭିକ୍। ଏହା ପୂର୍ବରୁ ଚଳିତ ମାସ ଆରମ୍ଭରେ ପ୍ୟାରିସ ଅଲିମ୍ପିକ୍ରେ ଜୋକୋଭିକ୍ ପୁରୁଷ ଏକକରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଅନ୍ୟପଟେ ଅଷ୍ଟ୍ରେଲିଆ ଓପନ ଓ ୱିମ୍ବେଲ୍ଡନ୍ରେ ପପିରିନ ଜୋକୋଭିଚ୍ଙ୍କୁ ହରାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଥମ ଥର ପାଇଁ ୧୬ ତମ ରାଉଣ୍ଡରେ ପହଞ୍ଚିବା ପରେ ସେ ତୃତୀୟ ଥର ପାଇଁ ଭାଗ୍ୟବାନ ବୋଲି କହିଛନ୍ତି। ମ୍ୟାଚ୍ରେ ଜୋକୋଭିକ୍ ବେପରୁଆ ଖେଳ ପ୍ରଦର୍ଶନ କରିଥିଲେ। ୧୪ଟି ଡବଲ ଫଲ୍ଟ ସହ ୪୯ ଥର ବୁଲ କରିଥିଲେ। ଯାହା ଗ୍ରାଣ୍ଡାସ୍ଲାମ ମ୍ୟାଚ୍ରେ ତାଙ୍କର ଏକ ନିମ୍ନ ରେକର୍ଡ ହୋଇଛି। ଯଦିଓ ଜୋକୋଭିକ୍ ୨୫ ତମ ଗ୍ରାମାସ୍ଲାମ ଟାଇଟଲ ଜିତିପାରିଲେ ନାହିଁ ହେଲେ ଏବେ ସୁଦ୍ଧା ସେ ୨୪ଟି ଟାଇଟଲ ଜିତି ସର୍ବାଗ୍ରେ ରହିଛନ୍ତି। ତାଙ୍କ ପଛକୁ ୨୨ ଗ୍ରାଣ୍ଡସ୍ଲାମ ଜିତି ରାଫେଲ ନାଦାଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୨୦ ଟାଇଟଲ ଜିତି ରୋଜର ଫେଡେରର ତୃତୀୟ ସ୍ଥାନରେ ଅଛନ୍ତି।