ଶ୍ରେୟା ଘୋଷାଲଙ୍କ X ଆକାଉଣ୍ଟ ହ୍ୟାକ୍, ଫ୍ୟାନ୍ସଙ୍କୁ ଦେଲେ ଚେତାବନୀ
ମୁମ୍ଵାଇ ୦୨।୦୩; ଶ୍ରେୟା ଘୋଷାଲ ବଲିଉଡର ଜଣେ ପ୍ରସିଦ୍ଧ ପ୍ଲେ ବ୍ୟାକ୍ ସିଙ୍ଗର। ସେ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିଅରରେ ଅନେକ ହିଟ୍ ଗୀତ ଗାଇଛନ୍ତି। ବର୍ତ୍ତମାନ ଶ୍ରେୟା ସହ ଜଡିତ ଏକ ବଡ ଖବର ଆସୁଛି। ଗାୟିକାଙ୍କ ଏକ୍ସ ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି। ଏନେଇ ଶ୍ରେୟା ନିଜେ ନିଜ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି।ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍:ଶ୍ରେୟା ଘୋଷାଲ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲକୁ ଯାଇ ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଥିଲେ ଯେ, ତାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି। ଫଟୋ ସେୟାର କରି ଶ୍ରେୟା ଲେଖିଛନ୍ତି ଯେ, ନମସ୍କାର ପ୍ରଶଂସକ ଏବଂ ବନ୍ଧୁଗଣ। ଫେବୃଆରୀ ୧୩ ତାରିଖରୁ ମୋର ଟ୍ୱିଟର / ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି। X ଟିମ ପର୍ଯ୍ୟନ୍ତ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଛି। କିନ୍ତୁ ଏଯାଏଁ କୌଣସି ରେସପନ୍ସ ମିଳି ପାରିନାହିଁ। ମୁଁ ମୋର ଆକାଉଣ୍ଟ ଡିଲିଟ୍ ମଧ୍ୟ କରିପାରୁ ନାହିଁ । କି ମୁଁ ଆଉ ଲଗ୍ ଇନ୍ ମଧ୍ୟ କରିପାରିବି ନାହିଁ। View this post on InstagramA post shared by shreyaghoshal (@shreyaghoshal)ଦୟାକରି କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ସେହି ଆକାଉଣ୍ଟରୁ ଲେଖାଯାଇଥିବା କୌଣସି ମେସେଜ୍କୁ ବିଶ୍ଵାସ କରନ୍ତୁ ନାହିଁ, ସେମାନେ ସମସ୍ତେ ସ୍ପାମ୍ ଏବଂ ଫିସିଂ ଲିଙ୍କ୍, ଯଦି ଆକାଉଣ୍ଟ ରିକଭରି ଏବଂ ସୁରକ୍ଷିତ… ତେବେ ମୁଁ
ମୁମ୍ଵାଇ ୦୨।୦୩; ଶ୍ରେୟା ଘୋଷାଲ ବଲିଉଡର ଜଣେ ପ୍ରସିଦ୍ଧ ପ୍ଲେ ବ୍ୟାକ୍ ସିଙ୍ଗର। ସେ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିଅରରେ ଅନେକ ହିଟ୍ ଗୀତ ଗାଇଛନ୍ତି। ବର୍ତ୍ତମାନ ଶ୍ରେୟା ସହ ଜଡିତ ଏକ ବଡ ଖବର ଆସୁଛି। ଗାୟିକାଙ୍କ ଏକ୍ସ ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି। ଏନେଇ ଶ୍ରେୟା ନିଜେ ନିଜ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି।
ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍:
ଶ୍ରେୟା ଘୋଷାଲ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲକୁ ଯାଇ ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଥିଲେ ଯେ, ତାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି। ଫଟୋ ସେୟାର କରି ଶ୍ରେୟା ଲେଖିଛନ୍ତି ଯେ, ନମସ୍କାର ପ୍ରଶଂସକ ଏବଂ ବନ୍ଧୁଗଣ। ଫେବୃଆରୀ ୧୩ ତାରିଖରୁ ମୋର ଟ୍ୱିଟର / ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି। X ଟିମ ପର୍ଯ୍ୟନ୍ତ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଛି। କିନ୍ତୁ ଏଯାଏଁ କୌଣସି ରେସପନ୍ସ ମିଳି ପାରିନାହିଁ। ମୁଁ ମୋର ଆକାଉଣ୍ଟ ଡିଲିଟ୍ ମଧ୍ୟ କରିପାରୁ ନାହିଁ । କି ମୁଁ ଆଉ ଲଗ୍ ଇନ୍ ମଧ୍ୟ କରିପାରିବି ନାହିଁ।
ଦୟାକରି କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ସେହି ଆକାଉଣ୍ଟରୁ ଲେଖାଯାଇଥିବା କୌଣସି ମେସେଜ୍କୁ ବିଶ୍ଵାସ କରନ୍ତୁ ନାହିଁ, ସେମାନେ ସମସ୍ତେ ସ୍ପାମ୍ ଏବଂ ଫିସିଂ ଲିଙ୍କ୍, ଯଦି ଆକାଉଣ୍ଟ ରିକଭରି ଏବଂ ସୁରକ୍ଷିତ… ତେବେ ମୁଁ ବ୍ୟକ୍ତିଗତ ଭାବରେ ଏକ ଭିଡିଓ ମାଧ୍ୟମରେ ଅପଡେଟ୍ କରିବି। ଶ୍ରେୟାଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ୟୁଜର୍ସ ଏଥିରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ। ଏହି ପୋଷ୍ଟରେ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଯେ ଆପଣଙ୍କ ଆକାଉଣ୍ଟ ଶୀଘ୍ର ରିକଭି ହୋଇଯାଉ। ଅନ୍ୟ ଜଣେ ଲେଖିଛନ୍ତି ଯେ ସାଇବର ସୁରକ୍ଷା କେଉଁଠି?