ତିଲକ ବର୍ମାଙ୍କ ହ୍ୟାଟ୍ରିକ୍ ସେଞ୍ଚୁରୀ, ଏମିତି କରିବାରେ ପ୍ରଥମ
ପ୍ରଥମ ବ୍ୟାଟର ଭାବେ ଟି୨୦ ଫର୍ମାଟରେ କ୍ରମାଗତ ତିନୋଟି ଶତକ ହାସଲ କଲେ ତିଲକ ବର୍ମା। ଟି୨୦ କ୍ରିକେଟରେ ହାସଲ କଲେ ସର୍ବାଧିକ ବ୍ୟକ୍ତିଗତ ସ୍କୋର।
ସୟଦ ମୁସ୍ତାକ ଅଲି ଟ୍ରଫିରେ ଚମକିଲେ ତିଲକ ବର୍ମା। ଟି୨୦ କ୍ରିକେଟରେ ଭାରତର ଯୁବ ବାମହାତୀ ବ୍ୟାଟର ତିଲକ ବର୍ମାଙ୍କ ଜବରଦସ୍ତ ଫର୍ମ ଜାରି ରହିଛି। ସୟଦ ମୁସ୍ତାକ ଅଲି ଟ୍ରଫିରେ ମେଘାଳୟ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି ଏକ ନୂଆ କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି ତିଲକ। ସେ ପ୍ରଥମ ବ୍ୟାଟର ଭାବେ ଟି୨୦ ଫର୍ମାଟରେ କ୍ରମାଗତ ତିନୋଟି ଶତକ ହାସଲ କରିବାର ରେକର୍ଡ କରିଛନ୍ତି।
???? ???????????????????????????????????? ???????????????????? ????
Tilak Varma ???? Record-breaking Feat! ???? ????
Congratulations! ???? ????#TeamIndia | #SMAT pic.twitter.com/4BnLFZzRRf— BCCI Domestic (@BCCIdomestic) November 23, 2024
ସୟଦ ମୁସ୍ତାକ ଅଲି ଟ୍ରଫିର ପ୍ରଥମ ମ୍ୟାଚରେ ହାଇଦ୍ରାବାଦର ନେତୃତ୍ୱ ନେଉଥିବା ୨୨ ବର୍ଷୀୟ ତିଲକ ବର୍ମା ସୌରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମରେ ମେଘାଳୟ ବିପକ୍ଷରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ସେ କେବଳ ୬୭ ବଲରୁ ୧୪ ଚୌକା ଏବଂ ୧୦ଟି ଛକା ବଳରେ ଅପରାଜିତ ୧୫୧ ରନର ପାଳି ଖେଳିଛନ୍ତି। ଏହା ମଧ୍ୟ କୌଣସି ଭାରତୀୟ ପୁରୁଷ କ୍ରିକେଟରଙ୍କ ଦ୍ୱାରା ଟି୨୦ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହି କୀର୍ତ୍ତିମାନ ନିଜ ନାଁରେ କରି ଶ୍ରେୟସ ଆୟରଙ୍କୁ ପଛରେ ପକାଇଛନ୍ତି ତିଲକ। ଏହା ପୂର୍ବରୁ ଟି୨୦ କ୍ରିକେଟରେ କୌଣସି ଭାରତୀୟ କ୍ରିକେଟରଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୧୪୭) ଆୟରଙ୍କ ନାଁରେ ରହିଥିଲା।
ଏହି ମ୍ୟାଚରେ ତୃତୀୟ ନମ୍ବରରେ ବ୍ୟାଟିଂ କରି ତିଲକ ୨୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାପରେ ମାତ୍ର ୫୧ ବଲରେ ସେ ନିଜର ଶତକ ହାସଲ କରିନେଇଥିଲେ। ଅଧିନାୟକଙ୍କର ଏଭଳି ଧୂଆଁଧାର ପାଳି ବଳରେ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୪୮ ରନ ହାସଲ କରିଥିଲା। ଜବାବରେ କେବଳ ୬୯ ରନରେ ସମସ୍ତ ୱିକେଟ ହରାଇଛି ମେଘାଳୟ। ତେବେ ଗତ ୧୦ ଦିନ ଭିତରେ ଏହା ତିଲକଙ୍କର ତୃତୀୟ ଟି୨୦ ଶତକ ଥିଲା। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ସେ ଶେଷ ଦୁଇଟି ମ୍ୟାଚରେ କ୍ରମାଗତ ୨ଟି ଶତକ ହାସଲ କରିଥିଲେ।