ବିଜେପିର ଚଞ୍ଚକତା ପ୍ରତିବାଦରେ ଜନଜାଗରଣ ଅଭିଯାନ କରିବ ବିଜେଡି
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୬ ତାରିଖରୁ ରାଜ୍ୟବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ କରିବ ବିଜେଡି। ପ୍ରତି ପଞ୍ଚାୟତରେ ଏନେଇ ସଚେତନତା... The post ବିଜେପିର ଚଞ୍ଚକତା ପ୍ରତିବାଦରେ ଜନଜାଗରଣ ଅଭିଯାନ କରିବ ବିଜେଡି appeared first on .
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୬ ତାରିଖରୁ ରାଜ୍ୟବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ କରିବ ବିଜେଡି। ପ୍ରତି ପଞ୍ଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ଗାଁ ଗାଁରେ ଲଢ଼େଇ କରିବ ବିଜେଡି। ବିଜେପିର ଚଞ୍ଚକତା ପ୍ରତିବାଦରେ ଜନଜାଗରଣ ଅଭିଯାନ କରିବ ବିଜେଡି। ରାଜ୍ୟରେ ସମସ୍ତ ଭତ୍ତାଧାରୀଙ୍କ ମାସିକ ଭତ୍ତାକୁ ୩୦୦୦ ଓ ୩୫୦୦କୁ ବୃଦ୍ଧି କରିବାକୁ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିଜେପି ସରକାର ବଜେଟ୍ରେ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲେ ସୁଦ୍ଧା ଅନ୍ୟ ଭତ୍ତାଧାରୀଙ୍କ ମାସିକ ଭତ୍ତା ଅପରିବର୍ତ୍ତିତ ରହିଛି । ଏହାଦ୍ଵାରା ୫୨ ଲକ୍ଷ ଭତ୍ତାଧାରୀ ବଦ୍ଧିତ ଭତ୍ତାରୁ ବଞ୍ଚିତ ହେବେ । ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି ଓ ଏହି କାରଣରୁ ସମସ୍ତ ଭତ୍ତାଧାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବିଭିନ୍ନ କ୍ଷେତ୍ରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ କାଳକ୍ଷେପଣ କରିବା ବିରୁଦ୍ଧରେ ଲୋକଙ୍କୁ ଜାଗ୍ରତ କରିବା ପାଇଁ ଏକ ଦାୟିତ୍ଵସମ୍ପନ୍ନ ବିରୋଧୀ ଦଳ ଭାବେ ବିଜୁ ଜନତା ଦଳ ଅଙ୍ଗୀକାରବଦ୍ଧ । ବିଶେଷକରି ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବାମାନଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ଜନସଚେତନତା ପାଇଁ ଆହ୍ବାନ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଡବଲ ଇଞ୍ଜନ ସରକାର ରାଜ୍ୟବାସୀଙ୍କୁ ପ୍ରତାରିତ କରିଛି ବୋଲି କହିଛି ବିଜେଡି।
The post ବିଜେପିର ଚଞ୍ଚକତା ପ୍ରତିବାଦରେ ଜନଜାଗରଣ ଅଭିଯାନ କରିବ ବିଜେଡି appeared first on .