ନାଳରୁ ଧରାପଡ଼ିଲା ୭ ଫୁଟର ବଉଳା କୁମ୍ଭୀର, ଲୋକେ ଆତଙ୍କିତ
ଭୋଗରାଇ,୮ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଚିତ୍ରପୁର ଇକୋ ଟୁରିଜିମ୍ ନିକଟ ସମୁଦ୍ରକୁ ଲାଗିଥିବା ଏକ ନାଳରୁ ୭ ଫୁଟ ୬ ଇଞ୍ଚ ଲମ୍ବର ଏକ ବଉଳା କୁମ୍ଭୀରକୁ ଭିତରକନିକା ଓ ଉଦୟପୁର ବନବିଭାଗ ମିଳିତ ଭାବେ କୌଶଳକ୍ରମେ ଗୁରୁବାର ରାତିରେ ପାଟ୍ରୋଲିଂ କରି ଧରିଛନ୍ତି। କୁମ୍ଭୀରକୁ ଧରି ଭିତରକନିକା ବନବିଭାଗ ସେଠାକୁ ନେଇଥିବାର ସୂଚନା ମିଳିଛି। ପ୍ରକାଶ ଯେ, ଗତ ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ଭିତରକନିକା ଅଭୟାରଣ୍ୟରୁ ୬ଟି ବଉଳା କୁମ୍ଭୀର ନିଖୋଜ […] The post ନାଳରୁ ଧରାପଡ଼ିଲା ୭ ଫୁଟର ବଉଳା କୁମ୍ଭୀର, ଲୋକେ ଆତଙ୍କିତ appeared first on Dharitri Odia News.
ଭୋଗରାଇ,୮ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଚିତ୍ରପୁର ଇକୋ ଟୁରିଜିମ୍ ନିକଟ ସମୁଦ୍ରକୁ ଲାଗିଥିବା ଏକ ନାଳରୁ ୭ ଫୁଟ ୬ ଇଞ୍ଚ ଲମ୍ବର ଏକ ବଉଳା କୁମ୍ଭୀରକୁ ଭିତରକନିକା ଓ ଉଦୟପୁର ବନବିଭାଗ ମିଳିତ ଭାବେ କୌଶଳକ୍ରମେ ଗୁରୁବାର ରାତିରେ ପାଟ୍ରୋଲିଂ କରି ଧରିଛନ୍ତି। କୁମ୍ଭୀରକୁ ଧରି ଭିତରକନିକା ବନବିଭାଗ ସେଠାକୁ ନେଇଥିବାର ସୂଚନା ମିଳିଛି।
ପ୍ରକାଶ ଯେ, ଗତ ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ଭିତରକନିକା ଅଭୟାରଣ୍ୟରୁ ୬ଟି ବଉଳା କୁମ୍ଭୀର ନିଖୋଜ ଥିବାର ବନବିଭାଗ ପକ୍ଷରୁ କୁହାଯାଇଥିଲା। ଭୋଗରାଇବ୍ଲକ ବିଚିତ୍ରପୁର ଇକୋ ଟୁରିଜିମ୍ରୁ ସମୁଦ୍ରକୂଳକୁ ସଂଯୋଗ ହୋଇଥିବା ନାଳରେ ଏକ ବଉଳାକୁମ୍ଭୀରକୁ ସ୍ଥାନୀୟ ସବୁଜ ବାହିନୀ ଏବଂ ନାଳରେ ବୋଟିଂରେ ଭ୍ରମଣ କରିବାକୁ ଯାଇଥିବା ପର୍ଯ୍ୟଟକମାନେ ଦେଖି ବନବିଭାଗକୁ ଖବର ଦେଇଥିଲେ। ଏହି ବଉଳା କୁମ୍ଭୀରକୁ ଧରିବା ଲାଗି କୌଶଳ କରାଯାଇଥିଲା ଏବଂ ଉଦୟପୁର ବନବିଭାଗ ପକ୍ଷରୁ ୨ ଦିନ ଧରି ଡାକବାଜି ଯନ୍ତ୍ରରେ ସମୁଦ୍ରକୂଳକୁ ନ ଯିବାଲାଗି ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ଜଳେଶ୍ୱର ଉପଖଣ୍ଡ ବନବିଭାଗର ଏସିଏଫ୍ ଜୟଶ୍ରୀ ମୁର୍ମୁ, ବନପାଳ ସଞ୍ଜୟ କୁମାର ମହାନ୍ତି, ଭିତରକନିକା ବନବିଭାଗର ୧୪ ଜଣିଆ ସ୍କ୍ବାଡ୍ ସହିତ ସବୁଜ ବାହିନୀ ମାଂସ ଖିଆ ବଉଳା କୁମ୍ଭୀରକୁ ବହୁସମୟ ଧରି ସର୍ଚ୍ଚ ଅପରେଶନ ପରେ ଗତ ରାତିରେ ଜାଲରେ କାବୁ କରିଥିଲେ। ସୁବର୍ଣ୍ଣରେଖା ମୁହାଁଣରୁ ସମୁଦ୍ରକୁ ସଂଯୋଗ କରୁଥିବା ଅନେକ ନାଳ ଥିବାରୁ ଅନ୍ୟ କୁମ୍ଭୀର ଥିବାର ସ୍ଥାନୀୟ ଲୋକେ ଆଶଙ୍କା କରି ଭୟଭୀତ ରହିଛନ୍ତି।
The post ନାଳରୁ ଧରାପଡ଼ିଲା ୭ ଫୁଟର ବଉଳା କୁମ୍ଭୀର, ଲୋକେ ଆତଙ୍କିତ appeared first on Dharitri Odia News.