ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…
ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ ହୋଇପାରିବ। ତେବେ ଖୁବଶୀଘ୍ର ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆସିଲେ ଲୋକେ ଦେଖିପାରିବେ’। ଗତ ୨୨ରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଏବଂ ବରିଷ୍ଠଙ୍କୁ ସମ୍ମାନ ମିଳୁ ନଥିବା କହି ଭଙ୍ଗା ହୃଦୟରେ […] The post ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ… appeared first on Dharitri Odia News.
ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ ହୋଇପାରିବ। ତେବେ ଖୁବଶୀଘ୍ର ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆସିଲେ ଲୋକେ ଦେଖିପାରିବେ’।
ଗତ ୨୨ରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଏବଂ ବରିଷ୍ଠଙ୍କୁ ସମ୍ମାନ ମିଳୁ ନଥିବା କହି ଭଙ୍ଗା ହୃଦୟରେ ସେ ବିଜେଡି ଛାଡିଥିବା କହିଥିଲେ। କୁହାଯାଉଛି ଆଗାମୀ ଲୋକସଭା ନିର୍ବାଚନରେ ସେ ଭାଜପା ଟିକେଟରେ କଟକ ଲୋକ ସଭା ଆସନରୁ ଲଢ଼ି ପାରନ୍ତି।
The post ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ… appeared first on Dharitri Odia News.