ଭାଜପା ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ରାଜନୈତିକ ଉଷ୍ମତା: ବିଜେଡିର ଟାର୍ଗେଟ୍‌

ଆସିକା,୨୬ା୮(ସୁରେନ୍ଦ୍ର ନାଥ ସାହୁ):ଗଞ୍ଜାମ ଜିଲା ଆସିକା ବିଧାୟକ ସରୋଜ ପାଢୀଙ୍କ ଆସିକା ଅଞ୍ଚଳର ୨ଜଣ ବାଲିଘାଟ ଲିଜଧାରୀଙ୍କ ସହ ବାର୍ତ୍ତାଳପର ଏକ ଅଡିଓ ଦୁଇଦିନ ହେଲା ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏହାକୁ ନେଇ ବିରୋଧୀ ବିଜେଡି ଓ ଶାସକ ଦଳ ମଧ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ା ଉଭୟ ଦଳ ପକ୍ଷରୁ ରବିବାର ପୃଥକ ଭାବେ ଖବରଦାତା ସମ୍ମିଳନୀ କରାଯାଇଛି ା ପୂର୍ବାହ୍ନରେ ଆସିକା ନିର୍ବାଚନମଣ୍ଡଳୀ ବିଜେଡି କାର୍ଯ୍ୟାଳୟଠାରେ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ବାଇଁ […] The post ଭାଜପା ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ରାଜନୈତିକ ଉଷ୍ମତା: ବିଜେଡିର ଟାର୍ଗେଟ୍‌ appeared first on Dharitri Odia News.

ଭାଜପା ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ରାଜନୈତିକ ଉଷ୍ମତା: ବିଜେଡିର ଟାର୍ଗେଟ୍‌

ଆସିକା,୨୬ା୮(ସୁରେନ୍ଦ୍ର ନାଥ ସାହୁ):ଗଞ୍ଜାମ ଜିଲା ଆସିକା ବିଧାୟକ ସରୋଜ ପାଢୀଙ୍କ ଆସିକା ଅଞ୍ଚଳର ୨ଜଣ ବାଲିଘାଟ ଲିଜଧାରୀଙ୍କ ସହ ବାର୍ତ୍ତାଳପର ଏକ ଅଡିଓ ଦୁଇଦିନ ହେଲା ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏହାକୁ ନେଇ ବିରୋଧୀ ବିଜେଡି ଓ ଶାସକ ଦଳ ମଧ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ା ଉଭୟ ଦଳ ପକ୍ଷରୁ ରବିବାର ପୃଥକ ଭାବେ ଖବରଦାତା ସମ୍ମିଳନୀ କରାଯାଇଛି ା
ପୂର୍ବାହ୍ନରେ ଆସିକା ନିର୍ବାଚନମଣ୍ଡଳୀ ବିଜେଡି କାର୍ଯ୍ୟାଳୟଠାରେ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ବାଇଁ ଖବରଦାତା ସମ୍ମିଳନୀ କରି ଭାଜପା ବିଧାୟକଙ୍କ ପକ୍ଷରୁ ବାଲି ଲିଜଧାରୀଙ୍କୁ ଟଙ୍କା ଦାବି କରାଯାଉଥିବା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ା ଏହି ଘଟଣା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ର୍ଦୁଭାଗ୍ୟଜନକ ବୋଲି ସେ କହିଛନ୍ତି ା ରାଜ୍ୟ ସରକାର ଏହି ଅଡିଓର ବିଧିବଦ୍ଧ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମଞ୍ଜୁଳା ଦାବି କରିଛନ୍ତି ା ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲା ଉପସଭାପତି ଦିଲୀପ କୁମାର ପାଣିଗ୍ରାହୀ, ଗଞ୍ଜାମ ଜୋନ୍‌ ଯୁବ ବିଜେଡି ସଭାପତି ନଚିକେତା ସ୍ବାଇଁ, ବ୍ଲକ ସଭାପତି ରାଜେଶ ପଟ୍ଟନାୟକ, ବରିଷ୍ଠ ନେତା ନନ୍ଦ ବିଷୋୟୀ, ଅନିଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଅପରାହ୍ନରେ ବିଧାୟକ ପାଢୀ ନିଜ ବାସଭବନରେ ଖବରଦାତା ସମ୍ମିଳନୀ କରି ଅଡିଓ ତାଙ୍କୁ ବଦନାମ କରିବା ଲାଗି ଏକ ହିନ ଚକ୍ରାନ୍ତ ବୋଲି ପ୍ରକାଶ କରିଛନ୍ତି। ଲିଜ୍‌ଧାରୀଦ୍ୱୟ ବାଲିଘାଟ ଦେବାକୁ ନିର୍ବାଚନମଣ୍ଡଳୀର ଲୋକଙ୍କଠାରୁ ଅନେକ ଲକ୍ଷ ଟଙ୍କା ନେଇ ପରେ ସେମାନଙ୍କୁ ବିଜେଡି ନାଁ ନେଇ ହଇରାଣ କରୁଥିବା ଅଭିଯୋଗ ଆସିଥିଲା। ସେମାନଙ୍କ ପଇସା ତୁରନ୍ତ ଫେରାଇବା ଲାଗି ଲିଜଧାରୀଙ୍କୁ ଫୋନ କରି କହିଥିବା ଘଟଣାକୁ ଏଭଳି ରୂପ ଦିଆଯାଉଥିବା ବିଧାୟକ ପାଢ଼ୀ ପ୍ରକାଶ କରିଛନ୍ତି ା ଜନସାଧାରଣଙ୍କ ତାଙ୍କ ପ୍ରତି ଯେଉଁ ଆସ୍ଥା ରହିଛି ତାକୁ କେହି କ୍ଷୁର୍ଣ୍ଣ କରିପାରିବେ ନାହିଁ। ପୂର୍ବତନ ବିଧାୟିକା ତାଙ୍କ ବୋହୂଙ୍କ ନାମରେ ବାଲିଘାଟ ଲିଜ ନେଇଛନ୍ତି ା
ମୋ ପରିବାରର କାହା ନାମରେ ସେମିତି ଲିଜ ତାଲିକା ନାହିଁ ା
ଭାଇରାଲ ଅଡିଓ ସମ୍ମାନହାନୀ କରିଥିବା ନେଇ ଆବଶ୍ୟକ ପଡିଲେ ଆଇନର ଆଶ୍ରୟ ନେବେ ବୋଲି ବିଧାୟକ ପ୍ରକାଶ କରିଛନ୍ତି।

The post ଭାଜପା ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ରାଜନୈତିକ ଉଷ୍ମତା: ବିଜେଡିର ଟାର୍ଗେଟ୍‌ appeared first on Dharitri Odia News.