ଉତ୍ତରପ୍ରଦେଶ ମଦ୍ରାସା ବୋର୍ଡ ଶିକ୍ଷା ଆଇନ ଅସାମ୍ବିଧାନିକ: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ : ୨୦୦୪ରେ ଲାଗୁ ହୋଇଥିବା ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ଆଇନକୁ ଆଜି ଆହ୍ଲାବାଦ ହାଇକୋର୍ଟ ଅସମ୍ବିଧାନିକ କହିଛନ୍ତି। ଏଭଳି ଆଇନ ଦେଶର ସମ୍ବିଧାନର ପରିପନ୍ଥୀ ଓ ଧର୍ମନିରପେକ୍ଷତାର ବିରୁଦ୍ଧାଚରଣ କରୁଛି ବୋଲି ହାଇକୋର୍ଟ ନିଜ ରାୟରେ କହିଛନ୍ତି। ବିଚାରପତି ବିବେକ ଚୌଧୁରୀ ଓ ସୁଭାସ ବିଦ୍ୟାର୍ଥୀଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମଦ୍ରାସା ଶିକ୍ଷା ଆଇନକୁ ବେଆଇନ ଦର୍ଶାଇଛନ୍ତି। ଏହି ଆଇନ ସମ୍ବିଧାନର ଧାରା ୧୪, ୨୧ ଓ ୨୧-କ ଏବଂ ୟୁନିଭର୍ସିଟି ଗ୍ରାଣ୍ଟ କମିସନ […]

ଉତ୍ତରପ୍ରଦେଶ ମଦ୍ରାସା ବୋର୍ଡ ଶିକ୍ଷା ଆଇନ ଅସାମ୍ବିଧାନିକ: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ : ୨୦୦୪ରେ ଲାଗୁ ହୋଇଥିବା ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ଆଇନକୁ ଆଜି ଆହ୍ଲାବାଦ ହାଇକୋର୍ଟ ଅସମ୍ବିଧାନିକ କହିଛନ୍ତି। ଏଭଳି ଆଇନ ଦେଶର ସମ୍ବିଧାନର ପରିପନ୍ଥୀ ଓ ଧର୍ମନିରପେକ୍ଷତାର ବିରୁଦ୍ଧାଚରଣ କରୁଛି ବୋଲି ହାଇକୋର୍ଟ ନିଜ ରାୟରେ କହିଛନ୍ତି। ବିଚାରପତି ବିବେକ ଚୌଧୁରୀ ଓ ସୁଭାସ ବିଦ୍ୟାର୍ଥୀଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମଦ୍ରାସା ଶିକ୍ଷା ଆଇନକୁ ବେଆଇନ ଦର୍ଶାଇଛନ୍ତି। ଏହି ଆଇନ ସମ୍ବିଧାନର ଧାରା ୧୪, ୨୧ ଓ ୨୧-କ ଏବଂ ୟୁନିଭର୍ସିଟି ଗ୍ରାଣ୍ଟ କମିସନ ଆଇନ ୧୯୫୬ର ଧାରା ୨୨କୁ ଉଲ୍ଲଂଘନ କରୁଛି ବୋଲି କୋର୍ଟ କହିଛନ୍ତି। ମଦ୍ରାସାରେ ବର୍ତ୍ତମାନ ପଢ଼ୁଥିବା ଛାତ୍ରମାନେ ନିୟମିତ ପାଠ୍ୟକ୍ରମରେ ଯେଭଳି ପଢ଼ିପାରିବେ ସେନେଇ ଯୋଜନା କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶ ମଦ୍ରାସା ବୋର୍ଡ ବିରୋଧରେ ଅଂଶୁମାନ ସିଂହ ରାଠୋର ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଆବେଦନରେ ଅଂଶୁମାନ ଦର୍ଶାଇଥିଲେ ଯେ ମଦ୍ରାସାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଦ୍ବାରା ପରିଚାଳନା କରାଯିବା ସମ୍ବିଧାନର ବିରୁଦ୍ଧାଚରଣ କରୁଛି।