ୟୁକ୍ରେନ ଯୁଦ୍ଧବିରତି ପାଇଁ ଆମେରିକା-ରୁଷ୍‌ କଥାବାର୍ତ୍ତା

ନୂଆଦିଲ୍ଲୀ  : ୟୁକ୍ରେନ ଯୁଦ୍ଧବିରତି ଚୁକ୍ତି ପାଇଁ ସାଉଦି ଆରବରେ ୟୁକ୍ରେନ ଅଧିକାରୀଙ୍କ ସହ ଫଳପ୍ରଦ କଥାବାର୍ତ୍ତା ହେବାପରେ ଆମେରିକୀୟ ଅଧିକାରୀମାନେ ଆଜି ପୁଣି ରୁଷ୍‌ ଅଧିକାରୀଙ୍କ ସହ ଏନେଇ କଥା ହୋଇଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆମେରିକା ଏହା ପୂର୍ବରୁ କୃଷ୍ଣସାଗର ଯୁଦ୍ଧବିରତି ଚୁକ୍ତି ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୁଦ୍ଧବିରତି ଚୁକ୍ତି ନେଇ ଉଭୟ ରୁଷ୍‌ ଓ ୟୁକ୍ରେନ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି। […]

ୟୁକ୍ରେନ ଯୁଦ୍ଧବିରତି ପାଇଁ ଆମେରିକା-ରୁଷ୍‌ କଥାବାର୍ତ୍ତା

ନୂଆଦିଲ୍ଲୀ  : ୟୁକ୍ରେନ ଯୁଦ୍ଧବିରତି ଚୁକ୍ତି ପାଇଁ ସାଉଦି ଆରବରେ ୟୁକ୍ରେନ ଅଧିକାରୀଙ୍କ ସହ ଫଳପ୍ରଦ କଥାବାର୍ତ୍ତା ହେବାପରେ ଆମେରିକୀୟ ଅଧିକାରୀମାନେ ଆଜି ପୁଣି ରୁଷ୍‌ ଅଧିକାରୀଙ୍କ ସହ ଏନେଇ କଥା ହୋଇଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆମେରିକା ଏହା ପୂର୍ବରୁ କୃଷ୍ଣସାଗର ଯୁଦ୍ଧବିରତି ଚୁକ୍ତି ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୁଦ୍ଧବିରତି ଚୁକ୍ତି ନେଇ ଉଭୟ ରୁଷ୍‌ ଓ ୟୁକ୍ରେନ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି।

ସୂଚନାନୁଯାୟୀ ୟୁକ୍ରେନ ଅଧୀକାରୀଙ୍କ ସହ ସାଉଦି ଆରବରେ ଚାଲିଥିବା ବୈଠକରେ ଆମେରିକା ପାର୍ଶ୍ବରୁ ହ୍ବାଇଟ୍‌ ହାଉସ୍‌ ଜାତୀୟ ସୁରକ୍ଷା ପରିଷଦର ବରିଷ୍ଠ ନିର୍ଦ୍ଦେଶକ ଆଣ୍ଡ୍ର୍ୟୁ ପିକ୍‌ ଏବଂ ବରିଷ୍ଠ ବିଦେଶ ବିଭାଗ ଅଧିକାରୀ ମାଇକେଲ୍‌ ଆଣ୍ଟନ୍‌ ଯୋଗ ଦେଇଛନ୍ତି। ତେବେ ରୁଷ୍‌ ପକ୍ଷରୁ ବୈଠକ‌ରେ ପୂର୍ବତନ କୂଟନୀତିଜ୍ଞ ଗ୍ରିଗୋରି କାରାସିନ୍‌ ଯୋଗ ଦେଇଥିବା ଜଣାପଡ଼ିଛି। ଗ୍ରିଗୋରି ଏବେ ସଂଘୀୟ ପରିଷଦର ବିଦେଶ ବ୍ୟାପାର କମିଟିର ଅଧ୍ୟକ୍ଷତା କରୁଛନ୍ତି। ଅନ୍ୟପ‌କ୍ଷେ ସଂଘୀୟ ସୁରକ୍ଷା ସେବା ନିର୍ଦ୍ଦେଶକଙ୍କ ଉପଦେଷ୍ଟା ସେର୍ଗି ବେସେଡା ମଧ୍ୟ ଏହି ବୈଠକରେ ଯୋଗ ଦେଇଥିବା ଜଣାପଡ଼ିଛି। ବୈଠକରୁ କ’ଣ ନିଷ୍କର୍ଷ ବାହାରିଛି ତାହା ଜଣାପଡ଼ିନି।