ବିଲ୍ଡିଂରେ ଲାଗିଲା ନିଆଁ: ଚାଲିଗଲା ୫ ଜୀବନ
ନୂଆଦିଲ୍ଲୀ,୧୯।୧: ଦିଲ୍ଲୀର ପିତମମ୍ପୁରା ଅଞ୍ଚଳରେ ଏକ ଘରେ ନିଆଁ ଲାଗି ଏକ ବଡ଼ ଦୁର୍ଘଟଣା ଘଟିଛି। ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ପ୍ରାଣ ହରାଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ ଏବଂ ୩ ଜଣ ମହିଳା ଅଛନ୍ତି। ପୋଲିସ କହିଛି ଯେ, ଯେଉଁ ବିଲ୍ଡିଂରେ ନିଆଁ ଲାଗିଥିଲା ତାହା ଚାରି ମହଲା ବିଶିଷ୍ଟ। ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ, ସର୍ଟ ସର୍କିଟ କିମ୍ବା […] The post ବିଲ୍ଡିଂରେ ଲାଗିଲା ନିଆଁ: ଚାଲିଗଲା ୫ ଜୀବନ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୧: ଦିଲ୍ଲୀର ପିତମମ୍ପୁରା ଅଞ୍ଚଳରେ ଏକ ଘରେ ନିଆଁ ଲାଗି ଏକ ବଡ଼ ଦୁର୍ଘଟଣା ଘଟିଛି। ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ପ୍ରାଣ ହରାଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ ଏବଂ ୩ ଜଣ ମହିଳା ଅଛନ୍ତି। ପୋଲିସ କହିଛି ଯେ, ଯେଉଁ ବିଲ୍ଡିଂରେ ନିଆଁ ଲାଗିଥିଲା ତାହା ଚାରି ମହଲା ବିଶିଷ୍ଟ। ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ, ସର୍ଟ ସର୍କିଟ କିମ୍ବା ରୁମ ହିଟର ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ କହିଛି ଯେ ଘରେ କାଠ ସାମଗ୍ରୀ ଥିବାରୁ ଅଗ୍ନିକାଣ୍ଡ ଶୀଘ୍ର ବ୍ୟାପି ଯାଇଥିଲା।
ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ରାତି ୮ଟାରେ ନିଆଁ ସମ୍ପର୍କରେ ସୂଚନା ମିଳିଥିଲା। ଏହି ଘର ପିତମମ୍ପୁରାର ଜେପି ବ୍ଲକରେ ଅବସ୍ଥିତ। ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ମଧ୍ୟ ୬ ଜଣଙ୍କୁ ଉଦ୍ଧାର କରିଛନ୍ତି।
The post ବିଲ୍ଡିଂରେ ଲାଗିଲା ନିଆଁ: ଚାଲିଗଲା ୫ ଜୀବନ appeared first on Dharitri Odia News.