ଟ୍ରେନ୍ ଲାଇନ୍‌ରେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ, ପାରିବାରିକ କଳହ ସନ୍ଦେହ

ଟିଟିଲାଗଡ଼ ୨୮।୧୨ : ରେଳ ଲାଇନ୍‌ରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓ ରହେନଭଟ ରେଳ ଷ୍ଟେସନ ମଝିରେ ଥିବା ଶିରୋଲ ଗାଁ ନିକଟ ଟ୍ରେନ୍‌ ଲାଇନ୍‌ରୁ ମହିଳାଙ୍କ ମୃତଦେହ ଠାବ ହୋଇଛି । ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଶିରୋଳ ଗାଁ ରେଳ ଲାଇନ୍‌ ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଜିଆର୍‌ପିକୁ ଜଣାଇଥିଲେ । ଖବର ପାଇ ରେଲଓ୍ୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି । ତେବେ ପ୍ରାଥମିକ ତଦନ୍ତରୁ ମହିଳାଙ୍କ ନାମ କମଳା ରଣା ବୋଲି ଜଣାପଡିଛି । ବାକି ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପୁରା ତଦନ୍ତ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

ଟ୍ରେନ୍ ଲାଇନ୍‌ରେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ, ପାରିବାରିକ କଳହ ସନ୍ଦେହ

ଟିଟିଲାଗଡ଼ ୨୮।୧୨ : ରେଳ ଲାଇନ୍‌ରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓ ରହେନଭଟ ରେଳ ଷ୍ଟେସନ ମଝିରେ ଥିବା ଶିରୋଲ ଗାଁ ନିକଟ ଟ୍ରେନ୍‌ ଲାଇନ୍‌ରୁ ମହିଳାଙ୍କ ମୃତଦେହ ଠାବ ହୋଇଛି । 

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଶିରୋଳ ଗାଁ ରେଳ ଲାଇନ୍‌ ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଜିଆର୍‌ପିକୁ ଜଣାଇଥିଲେ । ଖବର ପାଇ ରେଲଓ୍ୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି । ତେବେ ପ୍ରାଥମିକ ତଦନ୍ତରୁ ମହିଳାଙ୍କ ନାମ କମଳା ରଣା ବୋଲି ଜଣାପଡିଛି । ବାକି ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପୁରା ତଦନ୍ତ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।