ବାଲିପାଟଣା ଅକ୍ଷୟ ହତ୍ୟାକାଣ୍ଡ ଘଟଣା, ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ

ବାଲିପାଟଣା: ବାଲିପାଟଣା ଥାନା ମହଲାସାହି ଅକ୍ଷୟ ହତ୍ୟାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇର ଆତ୍ମସମର୍ପଣ ।ଗୁରୁବାର ଦିଲୁ ଭୁବନେଶ୍ଵର କୋର୍ଟରେ ଆତ୍ମ ସମର୍ପଣ କରିଛି । ପରେ ଦିଲୁକୁ ଝାରପଡ଼ା ବିଚାର ବିଭାଗୀୟ ହାଜତ କୁ ପଠାଇଦିଆଯାଇଛି ।ସୂଚନାଥାଉକି, ଏକ ତରଫା ପ୍ରେମକୁ କେନ୍ଦ୍ର କରି ମାର୍ଚ୍ଚ ୧୭ ତାରିଖ ରାତିରେ ଦିଲୁ ଏବଂ ତା’ର ସହଯୋଗୀ ଅକ୍ଷୟକୁ ପଥରରେ ଛେଚି ହତ୍ୟା କରିଥିଲେ । ଏହି ଘଟଣାରେ ବାଲିପାଟଣା ପୋଲିସ୍ ଦିଲୁର ବାପା ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇ ଫେରାର ହୋଇଯାଇଥିଲା । ତେବେ ଗୁରୁବାର କୋର୍ଟରେ ଆତ୍ମସମର୍ପଣ କରିଛି ।

ବାଲିପାଟଣା ଅକ୍ଷୟ ହତ୍ୟାକାଣ୍ଡ ଘଟଣା, ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ

ବାଲିପାଟଣା: ବାଲିପାଟଣା ଥାନା ମହଲାସାହି ଅକ୍ଷୟ ହତ୍ୟାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇର ଆତ୍ମସମର୍ପଣ ।ଗୁରୁବାର ଦିଲୁ ଭୁବନେଶ୍ଵର କୋର୍ଟରେ ଆତ୍ମ ସମର୍ପଣ କରିଛି । ପରେ ଦିଲୁକୁ ଝାରପଡ଼ା ବିଚାର ବିଭାଗୀୟ ହାଜତ କୁ ପଠାଇଦିଆଯାଇଛି ।

ସୂଚନାଥାଉକି, ଏକ ତରଫା ପ୍ରେମକୁ କେନ୍ଦ୍ର କରି ମାର୍ଚ୍ଚ ୧୭ ତାରିଖ ରାତିରେ ଦିଲୁ ଏବଂ ତା’ର ସହଯୋଗୀ ଅକ୍ଷୟକୁ ପଥରରେ ଛେଚି ହତ୍ୟା କରିଥିଲେ । ଏହି ଘଟଣାରେ ବାଲିପାଟଣା ପୋଲିସ୍ ଦିଲୁର ବାପା ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇ ଫେରାର ହୋଇଯାଇଥିଲା । ତେବେ ଗୁରୁବାର କୋର୍ଟରେ ଆତ୍ମସମର୍ପଣ କରିଛି ।