ଭୁବନେଶ୍ୱରରେ ୧୦୦ ପାର୍ କଲା ଡେଙ୍ଗୁ ସଂକ୍ରମଣ
ଭୁବନେଶ୍ୱର, ୧୭ା୭ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ୧୦୦ ପାର୍ କରିଛି। ଗତ ୨୪ ଘଣ୍ଟାରେ କ୍ୟାପିଟାଲ ହସ୍ପିଟାଲରେ ୯୩ ନମୁନା ପରୀକ୍ଷଣ ହୋଇଥିବାବେଳେ ଆଉ ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ୧୬ ତାରିଖ ସୁଦ୍ଧା ସହରରୁ ମୋଟ୍ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଦୈନିକ ହସ୍ପିଟାଲକୁ ୨୦୦ରୁ ୩୦୦ ଥଣ୍ଡା […] The post ଭୁବନେଶ୍ୱରରେ ୧୦୦ ପାର୍ କଲା ଡେଙ୍ଗୁ ସଂକ୍ରମଣ appeared first on Dharitri Odia News.
ଭୁବନେଶ୍ୱର, ୧୭ା୭ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ୧୦୦ ପାର୍ କରିଛି। ଗତ ୨୪ ଘଣ୍ଟାରେ କ୍ୟାପିଟାଲ ହସ୍ପିଟାଲରେ ୯୩ ନମୁନା ପରୀକ୍ଷଣ ହୋଇଥିବାବେଳେ ଆଉ ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ୧୬ ତାରିଖ ସୁଦ୍ଧା ସହରରୁ ମୋଟ୍ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଦୈନିକ ହସ୍ପିଟାଲକୁ ୨୦୦ରୁ ୩୦୦ ଥଣ୍ଡା ଜ୍ବର ରୋଗୀ ଆସୁଛନ୍ତି, ଏବଂ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ରୋଗୀଙ୍କ ମଧ୍ୟରେ ଡେଙ୍ଗୁ ଲକ୍ଷଣ ରହୁଥିବା ସେ କହିଛନ୍ତି।
ଜାନୁଆରୀରୁ ଜୁଲାଇ ୧୫ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ପ୍ରାୟ ୩୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଟେଷ୍ଟିଂ ସମୟରେ ଯୋଗାଯୋଗ ନମ୍ବର ଓ ଠିକଣା ଭୁଲ୍ ଦେବା ଫଳରେ ଶତାଧିକ ରୋଗୀଙ୍କୁ ଚିହ୍ନଟ କରିବା ସମ୍ଭବପର ହେଉନାହିଁ। ତେଣୁ ଏଥିପ୍ରତି ବିଶେଷ ଭାବେ ଧ୍ୟାନ ଦେବା ଲାଗି ମଙ୍ଗଳବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆୟୋଜିତ ଏକ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଦିନ ଆରମ୍ଭ ହେବା ପରେ ସହରରେ ମଶା ଉତ୍ପତ୍ତି ସ୍ଥଳ ଖୋଜିବା ସହ ଏହାକୁ ନଷ୍ଟ କରିବା ସହ ବୁସ କଟିଂ, ମଶା ତେଲ ସିଞ୍ଚନ ଆଦି କାର୍ଯ୍ୟ ଆରମ୍ଭ ହୋଇଛି। ଜୁଲାଇ ୨୦ରୁ ସହରରେ ଫଗିଂ ଆରମ୍ଭ ହେବ ବୋଲି ଅନୁଷ୍ଠିତ ବୈଠକରେ ବିଏମ୍ସି ସ୍ବାସ୍ଥ୍ୟ ଅଧିକାରୀ ଦୀପକ ବିଷୋୟୀ କହିଛନ୍ତି। ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ୭ଦିନରେ ଥରେ ଘର ଆଖପାଖ ସଫା ରଖିବାକୁ ବିଏମସି ସ୍ବାସ୍ଥ୍ୟ ଅଧିକାରୀ ପରାମର୍ଶ ଦେଇଛନ୍ତି। ବିଶେଷକରି ସଫା ପାଣି ଯେଉଁଠି ଜମିଥିବା ଜାଗାକୁ ସଫା କରିବାକୁ କହିଛନ୍ତି। ତେବେ ବାହାରୁ ଆସି ଭୁବନେଶ୍ବରରେ ଚିହ୍ନଟ ହେଉଥିବା ମାମଲା ଉଭୟ ଜିଲା ପ୍ରଶାସନ ଓ ବିଏମ୍ସି ଲାଗି ଚିନ୍ତାର କାରଣ ପାଲଟିଥିବା ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
The post ଭୁବନେଶ୍ୱରରେ ୧୦୦ ପାର୍ କଲା ଡେଙ୍ଗୁ ସଂକ୍ରମଣ appeared first on Dharitri Odia News.