ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ୱୋଧନ, ୨୪ ଘଣ୍ଟା ପୂର୍ବରୁ ବଜେଟର ରୂପରେଖ ଜଣାଇଲେ ପିଏମ୍‌

ନୂଆଦିଲ୍ଲୀ ୨୨/୦୭: ଆଜି ସଂସଦର ବଜେଟ୍ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ମନ୍ତ୍ରୀ ତଥା ସାଂସଦଙ୍କ ଉଦ୍ଦେଶ୍ୟ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ବଜେଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେମିତି ହେବ ବଜେଟର ରୂପରେଖ ସେନେଇ ଇସାର ଦେଇଛନ୍ତି । ସୂଚନା ଥାଉକି, ପ୍ରଧାନମନ୍ତ୍ରୀଙ୍କ ସମ୍ୱୋଧନ ବେଳେ ପ୍ରଥମେ ସାଂସଦ ଓ ଦେଶବାସୀଙ୍କୁ ଶ୍ରାବଣ ମାସ ପ୍ରଥମ ସୋମବାର ଶୁଭକାମନା ଜଣାଇଛନ୍ତି ମୋଦୀ । ଏହାପରେ ସାଂସଦ ଓ ମନ୍ତ୍ରୀମାନଙ୍କର ଦେଶପ୍ରତି ଦାୟିତ୍ୱବୋଧକୁ ମନେପକାଇ ନିଜ ଅଭିଭାଷଣ ରଖିଛନ୍ତି । ମୋଦୀ କହିିଛନ୍ତି , ଜୁଲାଇ ୨୨ ଅର୍ଥାତ୍ ସଂସଦର ମୌସୁମୀ ଅଧିବେଶନର ଆରମ୍ଭ । ଦେଶ ଅତି ସତର୍କତାର ସହ ଦେଖୁଛି ସଂସଦର ଏହି ଅଧିବେଶନ ସକାରାତ୍ମକ, ସୃଜନାତ୍ମକ ହେଉ, ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାକୁ ସମର୍ଥ ହେଉ ସେଥିପାଇଁ ସମସ୍ତେ ସଚେତନ ରହିବା ଜରୁରୀ । ଏହି ବଜେଟ୍ ମଜବୁତ ମୂଳଦୂଆ ରଖିଲାବାଲା ହେବା ଦରକାର । ଭାରତୟ ଗଣତନ୍ତ୍ର ଯେଉଁ ଗୌରବମୟ ଯାତ୍ରା ସ୍ୱାଧୀନତା ସହ ଆରମ୍ଭ କରିଥିଲା ସେଥିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବ୍ୟକ୍ତିଗତ ଭାବେ ମୋତେ ଏବଂ ମୋର ସମସ୍ତ ସାଥୀଙ୍କ ପାଇଁ ଏହା ଏକ ଗାରିମାମୟ ବିଷୟ’ । ‘୬୦ ବର୍ଷ ପରେ କୌଣସି ସରକାର ୩ଥର ପାଇଁ ପୁଣି ସରକାର ଗଢିଛି । ଏବଂ ଲଗାତାର ତୃତୀୟ ପାଳିରେ ବଜେଟ ରଖିବାକୁ ସମର୍ଥ

ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ୱୋଧନ, ୨୪ ଘଣ୍ଟା ପୂର୍ବରୁ ବଜେଟର ରୂପରେଖ ଜଣାଇଲେ ପିଏମ୍‌

ନୂଆଦିଲ୍ଲୀ ୨୨/୦୭: ଆଜି ସଂସଦର ବଜେଟ୍ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ମନ୍ତ୍ରୀ ତଥା ସାଂସଦଙ୍କ ଉଦ୍ଦେଶ୍ୟ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ବଜେଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେମିତି ହେବ ବଜେଟର ରୂପରେଖ ସେନେଇ ଇସାର ଦେଇଛନ୍ତି । 

ସୂଚନା ଥାଉକି, ପ୍ରଧାନମନ୍ତ୍ରୀଙ୍କ ସମ୍ୱୋଧନ ବେଳେ ପ୍ରଥମେ ସାଂସଦ ଓ ଦେଶବାସୀଙ୍କୁ ଶ୍ରାବଣ ମାସ ପ୍ରଥମ ସୋମବାର ଶୁଭକାମନା ଜଣାଇଛନ୍ତି ମୋଦୀ । ଏହାପରେ ସାଂସଦ ଓ ମନ୍ତ୍ରୀମାନଙ୍କର ଦେଶପ୍ରତି ଦାୟିତ୍ୱବୋଧକୁ ମନେପକାଇ ନିଜ ଅଭିଭାଷଣ ରଖିଛନ୍ତି । ମୋଦୀ କହିିଛନ୍ତି , ଜୁଲାଇ ୨୨ ଅର୍ଥାତ୍ ସଂସଦର ମୌସୁମୀ ଅଧିବେଶନର ଆରମ୍ଭ । ଦେଶ ଅତି ସତର୍କତାର ସହ ଦେଖୁଛି ସଂସଦର ଏହି ଅଧିବେଶନ ସକାରାତ୍ମକ, ସୃଜନାତ୍ମକ ହେଉ, ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାକୁ ସମର୍ଥ ହେଉ ସେଥିପାଇଁ ସମସ୍ତେ ସଚେତନ ରହିବା ଜରୁରୀ । 


ଏହି ବଜେଟ୍ ମଜବୁତ ମୂଳଦୂଆ ରଖିଲାବାଲା ହେବା ଦରକାର । ଭାରତୟ ଗଣତନ୍ତ୍ର ଯେଉଁ ଗୌରବମୟ ଯାତ୍ରା ସ୍ୱାଧୀନତା ସହ ଆରମ୍ଭ କରିଥିଲା ସେଥିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବ୍ୟକ୍ତିଗତ ଭାବେ ମୋତେ ଏବଂ ମୋର ସମସ୍ତ ସାଥୀଙ୍କ ପାଇଁ ଏହା ଏକ ଗାରିମାମୟ ବିଷୟ’ । ‘୬୦ ବର୍ଷ ପରେ କୌଣସି ସରକାର ୩ଥର ପାଇଁ ପୁଣି ସରକାର ଗଢିଛି । ଏବଂ ଲଗାତାର ତୃତୀୟ ପାଳିରେ ବଜେଟ ରଖିବାକୁ ସମର୍ଥ ହୋଇଛି । ଯାହା ସାରା ଦେଶପାଇଁ ଏକ ଗୌରବମୟ ବିଷୟ । 

ଦେଶବାସୀଙ୍କୁ ଯେଉଁ ଆମେ ଯେଉଁ ଗ୍ୟାରେଣ୍ଟିତ ଦେଇଆସିଛୁ ସେସବୁକୁ ସଫଳ କରିବା ଲକ୍ଷ୍ୟରେ ଆମେ ଆଗକୁ ବଢୁଛୁ । ଏହି ବଜେଟ୍ ଅମୃତ କାଳର ଏକ ମହତ୍ୱପୂର୍ଣ୍ଣ ବଜେଟ୍ । ଆମକୁ ପୁଣିଥରେ ୫ ବର୍ଷର ଯେଉଁ ସୁଯୋଗ ମିଳିଛି, ସେଥିରେ ଏହି ବଜେଟ୍ ଦିଗ ନିର୍ଣ୍ଣୟ କରିବ । ଏହି ବଜେଟ୍ ୨୦୪୭ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ହେବ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବାକୁ ମଜବୁତ୍ ମୂଳଦୂଆ ପକାଇବ । ପ୍ରତି ଦେଶବାସୀଙ୍କ ପାଇଁ ଏହା ଏକ ଗର୍ବର ବିଷୟ , ଭାରତ ଆର୍ଥିକ ଦେଶ ମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ଆଗକୁ ବଢୁଥିବା ଦେଶରେ ସାମିଲ ହୋଇଛି ।