କଟକରେ ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା, ଅପରେସନ ସିନ୍ଦୂରର ସଫଳତା କହିଲେ ବିଜେପି ନେତା
କଟକ: ଅପରେସନ ସିନ୍ଦୂରର ସଫଳତାକୁ ନେଇ କଟକରେ ବିଜେପି ପକ୍ଷରୁ ବିଶାଳ ପରାକ୍ରମ ଶୋଭାଯାତ୍ରା ଆୟୋଜନ କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଶୋଭାଯାତ୍ରାର ଆୟୋଜନ କରାଯାଇଥିବାବେଳେ ବିଜେପି ବିଧାୟକ, ନେତା, କର୍ମୀଙ୍କ ସମେତ ବିଭିନ୍ନ ସଂଗଠନ ଓ ସାହି କମିଟିର ମୁରବୀମାନେ ଯୋଗ ଦେଇଥିଲେ। ହଜାରେରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କ ଦେଶାତ୍ମବୋଧକ ସଙ୍ଗୀତ ଓ ‘ଭାରତ ମାତା କି ଜୟ’ ଧ୍ୱନିରେ ଗୁଞ୍ଜରିତ ହୋଇଥିଲା କଟକ ସହର। ଶୋଭାଯାତ୍ରା କଟକ ନୁଆ ପାଟଣା ସହିଦ ପାର୍କରୁ ବାହାରି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ପହଞ୍ଚିଥିଲେ।ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଭାରତୀୟ ସେନାର ପରାକ୍ରମରେ ଆଜି ପାକିସ୍ତାନ ଧରାଶାୟୀ। ଯଦି ଆଗକୁ କେବେ ପାକିସ୍ତାନ ଭାରତରେ ବିଶୃଙ୍ଖଳା କରିବା ପାଇଁ ଚେଷ୍ଟା କରେ ତେବେ ତାକୁ ଆମେ ମୁଁହ ତୋଡ ଜବାବ ଦେବୁ ।
କଟକ: ଅପରେସନ ସିନ୍ଦୂରର ସଫଳତାକୁ ନେଇ କଟକରେ ବିଜେପି ପକ୍ଷରୁ ବିଶାଳ ପରାକ୍ରମ ଶୋଭାଯାତ୍ରା ଆୟୋଜନ କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଶୋଭାଯାତ୍ରାର ଆୟୋଜନ କରାଯାଇଥିବାବେଳେ ବିଜେପି ବିଧାୟକ, ନେତା, କର୍ମୀଙ୍କ ସମେତ ବିଭିନ୍ନ ସଂଗଠନ ଓ ସାହି କମିଟିର ମୁରବୀମାନେ ଯୋଗ ଦେଇଥିଲେ।
ହଜାରେରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କ ଦେଶାତ୍ମବୋଧକ ସଙ୍ଗୀତ ଓ ‘ଭାରତ ମାତା କି ଜୟ’ ଧ୍ୱନିରେ ଗୁଞ୍ଜରିତ ହୋଇଥିଲା କଟକ ସହର। ଶୋଭାଯାତ୍ରା କଟକ ନୁଆ ପାଟଣା ସହିଦ ପାର୍କରୁ ବାହାରି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ପହଞ୍ଚିଥିଲେ।
ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଭାରତୀୟ ସେନାର ପରାକ୍ରମରେ ଆଜି ପାକିସ୍ତାନ ଧରାଶାୟୀ। ଯଦି ଆଗକୁ କେବେ ପାକିସ୍ତାନ ଭାରତରେ ବିଶୃଙ୍ଖଳା କରିବା ପାଇଁ ଚେଷ୍ଟା କରେ ତେବେ ତାକୁ ଆମେ ମୁଁହ ତୋଡ ଜବାବ ଦେବୁ ।