ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ECଙ୍କ ବଡ଼ ନିଷ୍ପତ୍ତି, ୨୨୧ ପୋଲିସ ଅଧିକାରୀ ଓ କର୍ମଚାରୀ ଟ୍ରାନ୍ସଫର

ମୁମ୍ବାଇ ୩୦।୧୦: ନିର୍ବାଚନ ଆୟୋଗ (ଇସି) ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମୁମ୍ବାଇ ପୋଲିସର ୨୨୧ ଅଧିକାରୀ ଓ କର୍ମଚାରୀଙ୍କୁ ବଦଳି କରିଦେଇଛନ୍ତି। ତେବେ ମୁମ୍ବାଇ ପୋଲିସ ପ୍ରଥମରୁ ଏହି ଟ୍ରାନ୍ସଫରର ବିରୋଧ କରୁଥିଲା। ଏଥି ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ ଏତେ ସଂଖ୍ୟାରେ ପୋଲିସ କର୍ମଚାରୀଙ୍କୁ ଏପଟ ସେପଟ କରାଯିବା ଯୋଗୁ ଆଇନଶୃଙ୍ଖଳା ପ୍ରଭାବିତ ହୋଇପାରେ। କିନ୍ତୁ ନିର୍ବାଚନ ଆୟୋଗ ମୁମ୍ବାଇ ପୋଲିସର କୌଣସି ତର୍କକୁ ଶୁଣି ନାହାନ୍ତି। କୁହାଯାଉଛି ସପ୍ତାହକ ପୂର୍ବରୁ ଆୟୋଗ ବଦଳି ମାନଦଣ୍ଡରେ ଉପଯୁକ୍ତ କର୍ମଚାରୀ ଓ ଅଧିକାରୀଙ୍କ ନାମ ସୁପାରିଶ କରିବାକୁ କହିଥିଲେ। ଏବେ ଅଧିକାଂଶ ଟ୍ରାନ୍ସଫର ମୁମ୍ବାଇ, ନଭିମୁମ୍ବାଇ ମୀରା, ଭୟନ୍ଦର, ବସଇ ଓ ବିରାରରୁ ହୋଇଛି। ଯେଉଁ ଅଧିକାରୀମାନଙ୍କର ବଦଳି ହୋଇଛି ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ପୁଣି ମୁମ୍ବାଇ ପୋଲିସକୁ ପଠାଯାଇଛି। ଏହି ବଦଳିରେ ସେହି ଅଧିକାରୀ ଓ କର୍ମଚାରୀମାନଙ୍କର ବଦଳି ହୋଇଛି ଯେଉଁମାନେ ଗୋଟିଏ ସ୍ଥାନରେ  ୩ ବର୍ଷରୁ ଅଧିକ କାଳ ହେଲା କାର୍ଯ୍ୟ କରୁଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବଦଳି ସୂଚୀରେ ପାଖାପାଖି ୧୬୨ ଜଣ ଇନିସପେକ୍ଟର ଅଛନ୍ତି। ମୀରା, ଭୟନ୍ଦର, ବସଇ ଓ ବିରାରୁ ୩୮ ଜଣ ଇନିସପେକ୍ଟରଙ୍କ ବଦଳି ହୋଇଥିବା ବେଳେ ନଭି ମୁମ୍ବାଇ ପୋଲିସରୁ ୨୧ ଅଧିକାରୀଙ୍କୁ କମିସନରେଟରୁ ବାହାରକୁ ପଠାଇ ଦିଆଯାଇଛି। ତେବେ ଇସିଙ୍କ ଏହି ନିଷ୍ପତ୍ତିକୁ ନେଇ ଗୃ

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ECଙ୍କ ବଡ଼ ନିଷ୍ପତ୍ତି, ୨୨୧ ପୋଲିସ ଅଧିକାରୀ ଓ କର୍ମଚାରୀ ଟ୍ରାନ୍ସଫର

ମୁମ୍ବାଇ ୩୦।୧୦: ନିର୍ବାଚନ ଆୟୋଗ (ଇସି) ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମୁମ୍ବାଇ ପୋଲିସର ୨୨୧ ଅଧିକାରୀ ଓ କର୍ମଚାରୀଙ୍କୁ ବଦଳି କରିଦେଇଛନ୍ତି। ତେବେ ମୁମ୍ବାଇ ପୋଲିସ ପ୍ରଥମରୁ ଏହି ଟ୍ରାନ୍ସଫରର ବିରୋଧ କରୁଥିଲା। ଏଥି ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ ଏତେ ସଂଖ୍ୟାରେ ପୋଲିସ କର୍ମଚାରୀଙ୍କୁ ଏପଟ ସେପଟ କରାଯିବା ଯୋଗୁ ଆଇନଶୃଙ୍ଖଳା ପ୍ରଭାବିତ ହୋଇପାରେ। କିନ୍ତୁ ନିର୍ବାଚନ ଆୟୋଗ ମୁମ୍ବାଇ ପୋଲିସର କୌଣସି ତର୍କକୁ ଶୁଣି ନାହାନ୍ତି। 

କୁହାଯାଉଛି ସପ୍ତାହକ ପୂର୍ବରୁ ଆୟୋଗ ବଦଳି ମାନଦଣ୍ଡରେ ଉପଯୁକ୍ତ କର୍ମଚାରୀ ଓ ଅଧିକାରୀଙ୍କ ନାମ ସୁପାରିଶ କରିବାକୁ କହିଥିଲେ। ଏବେ ଅଧିକାଂଶ ଟ୍ରାନ୍ସଫର ମୁମ୍ବାଇ, ନଭିମୁମ୍ବାଇ ମୀରା, ଭୟନ୍ଦର, ବସଇ ଓ ବିରାରରୁ ହୋଇଛି। ଯେଉଁ ଅଧିକାରୀମାନଙ୍କର ବଦଳି ହୋଇଛି ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ପୁଣି ମୁମ୍ବାଇ ପୋଲିସକୁ ପଠାଯାଇଛି। ଏହି ବଦଳିରେ ସେହି ଅଧିକାରୀ ଓ କର୍ମଚାରୀମାନଙ୍କର ବଦଳି ହୋଇଛି ଯେଉଁମାନେ ଗୋଟିଏ ସ୍ଥାନରେ  ୩ ବର୍ଷରୁ ଅଧିକ କାଳ ହେଲା କାର୍ଯ୍ୟ କରୁଥିଲେ। 

ଗଣମାଧ୍ୟମ ରିପୋର୍ଟ ଅନୁସାରେ ବଦଳି ସୂଚୀରେ ପାଖାପାଖି ୧୬୨ ଜଣ ଇନିସପେକ୍ଟର ଅଛନ୍ତି। ମୀରା, ଭୟନ୍ଦର, ବସଇ ଓ ବିରାରୁ ୩୮ ଜଣ ଇନିସପେକ୍ଟରଙ୍କ ବଦଳି ହୋଇଥିବା ବେଳେ ନଭି ମୁମ୍ବାଇ ପୋଲିସରୁ ୨୧ ଅଧିକାରୀଙ୍କୁ କମିସନରେଟରୁ ବାହାରକୁ ପଠାଇ ଦିଆଯାଇଛି। ତେବେ ଇସିଙ୍କ ଏହି ନିଷ୍ପତ୍ତିକୁ ନେଇ ଗୃହ ବିଭାଗ ଓ ଡିଜିପିଙ୍କ କାର୍ଯ୍ୟାଳୟ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଏଣୁ ମହାରାଷ୍ଟ୍ର ପ୍ରଶାସନିକ ନ୍ୟାୟାଧିକରଣ (ଏମଏଟି) ଦ୍ୱାରା ଦିଆଯାଇଥିବା ରହିତାଦେଶକୁ ନେଇ ଅପିଲ କରାଯାଇ ପାରେ।