NDTV ଟିମରେ ସାମିଲ ହେଲେ ରାହୁଲ କନୱାଲ, ସମ୍ଭାଳିଲେ ମୁଖ୍ୟ ସମ୍ପାଦକ ଓ CEO ପଦ

ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମର ପ୍ରତିଷ୍ଠିତ ତଥା ବରିଷ୍ଠ ସାମ୍ୱାଦିକ ରାହୁଲ କନୱାଲ ଏନଡିଟିଭି ଟିମରେ ସାମିଲ ହୋଇଛନ୍ତି । ଏଡିଟର୍ ଇନ୍ ଚିଫ୍ ଓ ସିଇଓ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିଜ ଭୂମିକାରେ ରାହୁଲ ଏନଡିଟିଭିର ପୂରା ବିଜନେସ୍ ଓ ସମ୍ପାଦକୀୟର ନେତୃତ୍ୱ ନେବେ । ଉଲ୍ଲେଖଯୋଗ୍ୟ ଯେ, ଟିଭି ଟୁଡେ ନେଟୱାର୍କରେ ନ୍ୟୁଜ୍ ଡାଇରେକ୍ଟର ଓ ବିଜନେସ୍ ଟୁଡେର କାର୍ଯ୍ୟକାରୀ ନିର୍ଦେଶକ ପଦରୁ କିଛି ଦିନ ପୂର୍ବେ ଇସ୍ତଫା ଦେଇଥିଲେ ।ରାହୁଲ କନୱାଲ ସାମ୍ୱାଦିକତା ଦୁନିଆର ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ତାଙ୍କ ପାଖରେ ଟିଭି ସାମ୍ୱାଦିକତାର ୨୫ ବର୍ଷର ଅଭିଜ୍ଞତା ରହିଛି । ମେ ୨୩ରେ ଟିଭି ଟୁଡେ ନେଟୱାର୍କରେ ତାଙ୍କର ଶେଷ କାର୍ଯ୍ୟଦିବସ ଥିଲା । ରାହୁଲଙ୍କ ନିଯୁକ୍ତି ଉପରେ ଏଏମଜି ମିଡିଆ ନେଟୱାର୍କ୍ସର ସିଇଓ ସଞ୍ଜୟ ପୁଗଲିଆ କହିଛନ୍ତି, ‘ଏନଡିଟିଭି ଏକ ନ୍ୟୁଜ୍ ସୁପର-ବ୍ରାଣ୍ଡ, ଯାହା ଗତ ଚାରି ଦଶନ୍ଧିରେ ବିଶ୍ୱାସନୀୟତା ଓ ବିଶ୍ୱାସର ପ୍ରତୀକ ରହିଛି । ଗତ ଦୁଇ ବର୍ଷରେ ଏନଡିଟିଭି ପାଞ୍ଚ ନୂଆ ଚ୍ୟାନେଲ୍ ଲଞ୍ଚ୍ କରିଛି, ଯାହା ନିଜ ମୂଳ୍ୟ ସହ ବିସ୍ତାର କରୁଛି । ରାହୁଲଙ୍କ ପାଖରେ ଗଭୀର ସମ୍ପାଦକୀୟ ଅନୁଭବ, ସାମ୍ୱାଦିକତା ପ୍ରତି ଆଗ୍ରହ ଓ ନେତୃତ୍ୱ କ୍ଷମତା ରହିଛି, ଯାହା ସଂସ୍ଥାକୁ ଆଗକୁ ନେବ ।'୧୯୮୦ ସେପ୍ଟେମ୍ୱର ୧୪ ମହାରାଷ୍ଟ୍ରର ଦେବଲାଲୀରେ ଜନ୍ମିତ ରାହୁଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସାମ୍ୱାଦିକତା ପଢିଥିଲେ । ରାହୁ

NDTV ଟିମରେ ସାମିଲ ହେଲେ ରାହୁଲ କନୱାଲ, ସମ୍ଭାଳିଲେ ମୁଖ୍ୟ ସମ୍ପାଦକ ଓ CEO ପଦ

ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମର ପ୍ରତିଷ୍ଠିତ ତଥା ବରିଷ୍ଠ ସାମ୍ୱାଦିକ ରାହୁଲ କନୱାଲ ଏନଡିଟିଭି ଟିମରେ ସାମିଲ ହୋଇଛନ୍ତି । ଏଡିଟର୍ ଇନ୍ ଚିଫ୍ ଓ ସିଇଓ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିଜ ଭୂମିକାରେ ରାହୁଲ ଏନଡିଟିଭିର ପୂରା ବିଜନେସ୍ ଓ ସମ୍ପାଦକୀୟର ନେତୃତ୍ୱ ନେବେ । ଉଲ୍ଲେଖଯୋଗ୍ୟ ଯେ, ଟିଭି ଟୁଡେ ନେଟୱାର୍କରେ ନ୍ୟୁଜ୍ ଡାଇରେକ୍ଟର ଓ ବିଜନେସ୍ ଟୁଡେର କାର୍ଯ୍ୟକାରୀ ନିର୍ଦେଶକ ପଦରୁ କିଛି ଦିନ ପୂର୍ବେ ଇସ୍ତଫା ଦେଇଥିଲେ ।

ରାହୁଲ କନୱାଲ ସାମ୍ୱାଦିକତା ଦୁନିଆର ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ତାଙ୍କ ପାଖରେ ଟିଭି ସାମ୍ୱାଦିକତାର ୨୫ ବର୍ଷର ଅଭିଜ୍ଞତା ରହିଛି । ମେ ୨୩ରେ ଟିଭି ଟୁଡେ ନେଟୱାର୍କରେ ତାଙ୍କର ଶେଷ କାର୍ଯ୍ୟଦିବସ ଥିଲା । ରାହୁଲଙ୍କ ନିଯୁକ୍ତି ଉପରେ ଏଏମଜି ମିଡିଆ ନେଟୱାର୍କ୍ସର ସିଇଓ ସଞ୍ଜୟ ପୁଗଲିଆ କହିଛନ୍ତି, ‘ଏନଡିଟିଭି ଏକ ନ୍ୟୁଜ୍ ସୁପର-ବ୍ରାଣ୍ଡ, ଯାହା ଗତ ଚାରି ଦଶନ୍ଧିରେ ବିଶ୍ୱାସନୀୟତା ଓ ବିଶ୍ୱାସର ପ୍ରତୀକ ରହିଛି । ଗତ ଦୁଇ ବର୍ଷରେ ଏନଡିଟିଭି ପାଞ୍ଚ ନୂଆ ଚ୍ୟାନେଲ୍ ଲଞ୍ଚ୍ କରିଛି, ଯାହା ନିଜ ମୂଳ୍ୟ ସହ ବିସ୍ତାର କରୁଛି । ରାହୁଲଙ୍କ ପାଖରେ ଗଭୀର ସମ୍ପାଦକୀୟ ଅନୁଭବ, ସାମ୍ୱାଦିକତା ପ୍ରତି ଆଗ୍ରହ ଓ ନେତୃତ୍ୱ କ୍ଷମତା ରହିଛି, ଯାହା ସଂସ୍ଥାକୁ ଆଗକୁ ନେବ ।'

୧୯୮୦ ସେପ୍ଟେମ୍ୱର ୧୪ ମହାରାଷ୍ଟ୍ରର ଦେବଲାଲୀରେ ଜନ୍ମିତ ରାହୁଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସାମ୍ୱାଦିକତା ପଢିଥିଲେ । ରାହୁଲ ହାର୍ଭାର୍ଡ ବିଜନେସ୍ ସ୍କୁଲର ଜେନେରାଲ୍ ମ୍ୟାନେଜମେଣ୍ଟ ପ୍ରୋଗ୍ରାମର ପୂର୍ବତନ ଛାତ୍ର । ସେ କାର୍ଡିଫ୍ ୟୁନିଭର୍ସିଟିରୁ ଇଣ୍ଟରନ୍ୟାସନାଲ ବ୍ରଡକାଷ୍ଟ ଜର୍ଣ୍ଣାଲିଜମର କୋର୍ସ ମଧ୍ୟ କରିସାରିଛନ୍ତି । ରାହୁଲଙ୍କୁ ତାଙ୍କ ସାମ୍ୱାଦିକତା ପାଇଁ ଅନେକ ପୁରସ୍କାରରେ ବି ସମ୍ମାନିତ କରାଯାଇଛି ।