ସ୍କୁଲ ପରିସରରେ ପଶିଲା ଭାଲୁ : ଛାତ୍ରଛାତ୍ରୀ ଭୟଭୀତ, ଅଧାରୁ ସ୍କୁଲ ବନ୍ଦ

ନବରଙ୍ଗପୁର ୧୬।୭: ସ୍କୁଲ ପରିସରରେ ଭାଲୁ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଭାଲୁ । ସ୍କୁଲ ଖୋଲି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ସ୍କୁଲ ପରିସର ଭିତରକୁ ଯିବା ସମୟରେ ସ୍କୁଲର ଏକ ନିର୍ମାଣାଧୀନ ଗୃହ ସମ୍ମୁଖରେ ଭାଲୁ ଶୋଇ ରହୁଥିବା ଦେଖିଥିଲେ । ସ୍କୁଲ ପ୍ରଧାନଶିକ୍ଷକ ଭାଲୁ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷା ଦୃଷ୍ଟିରୁ ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଘଟଣାସ୍ଥଳରେ ସ୍କୁଲ ଉଚ୍ଚ କର୍ତ୍ତୃପକ୍ଷ ମଧ୍ୟ ପହଞ୍ଚିଛନ୍ତି । ଅପରପକ୍ଷରେ ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଭାଲୁର ଉପସ୍ଥିତି ବିଷୟରେ ଜଣାଇ ତୁରନ୍ତ ଭାଲୁକୁ ଉଦ୍ଧାର କରିବା ପାଇଁ ଆଲୋଚନା କରିଥିଲେ । ଖବର ଲେଖାହେବା ବେଳକୁ ଭାଲୁଟି ସ୍କୁଲ ପରିସରରେ ଶୋଇକି ରହିଥିଲା । ଯାହା ଫଳରେ ଭୟର ବାତାବରଣ ଦେଖା ଦେଇଛି । ସ୍କୁଲର ପାଚେରୀ ନ ଥିବାରୁ ପ୍ରାୟ ଅନେକ ସମୟରେ ସ୍କୁଲ ଭିତରକୁ ଭାଲୁ ଅବାଧରେ ପ୍ରବେଶ କରୁଛି ।You Can Read:ସମ୍ବଲପୁର ଜୁ'ରେ ସଂଖ୍ୟା କମାଇବା ପାଇଁ ପ୍ରୟାସ : ଡେବ୍ରିଗଡ ସ୍ଥାନାନ୍ତର ହେଲେ ୧୨ ଚିତ୍ରା ହରିଣ

ସ୍କୁଲ ପରିସରରେ ପଶିଲା ଭାଲୁ : ଛାତ୍ରଛାତ୍ରୀ ଭୟଭୀତ, ଅଧାରୁ ସ୍କୁଲ ବନ୍ଦ

ନବରଙ୍ଗପୁର ୧୬ସ୍କୁଲ ପରିସରରେ ଭାଲୁ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଭାଲୁ । ସ୍କୁଲ ଖୋଲି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ସ୍କୁଲ ପରିସର ଭିତରକୁ ଯିବା ସମୟରେ ସ୍କୁଲର ଏକ ନିର୍ମାଣାଧୀନ ଗୃହ ସମ୍ମୁଖରେ ଭାଲୁ ଶୋଇ ରହୁଥିବା ଦେଖିଥିଲେ । ସ୍କୁଲ ପ୍ରଧାନଶିକ୍ଷକ ଭାଲୁ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷା ଦୃଷ୍ଟିରୁ ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଘଟଣାସ୍ଥଳରେ ସ୍କୁଲ ଉଚ୍ଚ କର୍ତ୍ତୃପକ୍ଷ ମଧ୍ୟ ପହଞ୍ଚିଛନ୍ତି । ଅପରପକ୍ଷରେ ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଭାଲୁର ଉପସ୍ଥିତି ବିଷୟରେ ଜଣାଇ ତୁରନ୍ତ ଭାଲୁକୁ ଉଦ୍ଧାର କରିବା ପାଇଁ ଆଲୋଚନା କରିଥିଲେ । ଖବର ଲେଖାହେବା ବେଳକୁ ଭାଲୁଟି ସ୍କୁଲ ପରିସରରେ ଶୋଇକି ରହିଥିଲା । ଯାହା ଫଳରେ ଭୟର ବାତାବରଣ ଦେଖା ଦେଇଛି । ସ୍କୁଲର ପାଚେରୀ ନ ଥିବାରୁ ପ୍ରାୟ ଅନେକ ସମୟରେ ସ୍କୁଲ ଭିତରକୁ ଭାଲୁ ଅବାଧରେ ପ୍ରବେଶ କରୁଛି ।

You Can Read:

ସମ୍ବଲପୁର ଜୁ'ରେ ସଂଖ୍ୟା କମାଇବା ପାଇଁ ପ୍ରୟାସ : ଡେବ୍ରିଗଡ ସ୍ଥାନାନ୍ତର ହେଲେ ୧୨ ଚିତ୍ରା ହରିଣ