କେଦାରନାଥ ମନ୍ଦିରରୁ ଗାଏବ ହୋଇଛି ୨୨୮ କେଜି ସୁନା ? ସତ କ'ଣ କହିଲେ ସିଏମ୍ ପୁଷ୍କର ସିଂହ ଧାମୀ
ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ଜ୍ୟୋତିଷ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କେଦାରନାଥ ମନ୍ଦିରରୁ ୨୨୮ କେଜି ସୁନା ଗାଏବ ହୋଇଥିବା ଅଭିଯୋଗ ଆଣିଥିଲେ । ତାଙ୍କର ଏହି ଅଭିଯୋଗକୁ ଅନେକ ସାଧୁ-ସନ୍ଥ ଖଣ୍ଡନ କରିଥିଲେ । ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଅଭିଯୋଗର ୫ ଦିନ ପରେ ଏବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଅଭିମୁକ୍ତେଶ୍ୱରାନନ୍ଦ ଆଣିଥିବା ସବୁ ଅଭିଯୋଗ ଭିତ୍ତିହୀନ । ଏହି ଅବସରରେ ସେ କେଦାରନାଥ ଧାମ ସମେତ ଚାରି ଧାମର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନ କଥା ଉଲ୍ଲେଖ କରିଛନ୍ତି ।ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶୁକ୍ରବାର କହିଛନ୍ତି ଯେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଆଣିଥିବା ଅଭିଯୋଗ ତଥ୍ୟ ଆଧାରିତ ନୁହେଁ । ଉତ୍ତର ଦେବା ସହ ସେ ଡାଟା ମଧ୍ୟ ଦେଇଛନ୍ତି । ଧାମୀ କହିଛନ୍ତି ଯେ ଯେତେବେଳେ ମନ୍ଦିର ନିର୍ମାଣ ଏବଂ ନବନିର୍ମାଣ ହୋଇଥିଲା ସେବେଠାରୁ ଆଜିଯାଏ ଏତେ ସୁନା ମନ୍ଦିରକୁ ଆସି ନାହିଁ । ସେ ଏକ ଆକଳନ ଦେଇ କହିଛନ୍ତି ଯେ ଏହାର ଏକଚତୁର୍ଥାଂଶ ହିଁ ଆଜି ଯାଏ ମନ୍ଦିରକୁ ଆସିଥାଇ ପାରେ ।ସିଏମ୍ ଧାମୀ କହିଛନ୍ତି ଯେ ଏହି ମାମଲାରେ ଅଧିକ କିଛି କହିବାକୁ ଚାହୁଁ ନାହିଁ । କାରଣ ମନ୍ଦିର କମିଟିର ସାଧୁ-ସନ୍ଥ ଏହି କଥାର ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସାଧୁ ସନ୍ଥମାନେ ଏହି ଅଭିଯୋଗକୁ ତଥ୍ୟ ଆଧାରିତ ନୁହେଁ
ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ଜ୍ୟୋତିଷ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କେଦାରନାଥ ମନ୍ଦିରରୁ ୨୨୮ କେଜି ସୁନା ଗାଏବ ହୋଇଥିବା ଅଭିଯୋଗ ଆଣିଥିଲେ । ତାଙ୍କର ଏହି ଅଭିଯୋଗକୁ ଅନେକ ସାଧୁ-ସନ୍ଥ ଖଣ୍ଡନ କରିଥିଲେ । ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଅଭିଯୋଗର ୫ ଦିନ ପରେ ଏବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଅଭିମୁକ୍ତେଶ୍ୱରାନନ୍ଦ ଆଣିଥିବା ସବୁ ଅଭିଯୋଗ ଭିତ୍ତିହୀନ । ଏହି ଅବସରରେ ସେ କେଦାରନାଥ ଧାମ ସମେତ ଚାରି ଧାମର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନ କଥା ଉଲ୍ଲେଖ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶୁକ୍ରବାର କହିଛନ୍ତି ଯେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଆଣିଥିବା ଅଭିଯୋଗ ତଥ୍ୟ ଆଧାରିତ ନୁହେଁ । ଉତ୍ତର ଦେବା ସହ ସେ ଡାଟା ମଧ୍ୟ ଦେଇଛନ୍ତି । ଧାମୀ କହିଛନ୍ତି ଯେ ଯେତେବେଳେ ମନ୍ଦିର ନିର୍ମାଣ ଏବଂ ନବନିର୍ମାଣ ହୋଇଥିଲା ସେବେଠାରୁ ଆଜିଯାଏ ଏତେ ସୁନା ମନ୍ଦିରକୁ ଆସି ନାହିଁ । ସେ ଏକ ଆକଳନ ଦେଇ କହିଛନ୍ତି ଯେ ଏହାର ଏକଚତୁର୍ଥାଂଶ ହିଁ ଆଜି ଯାଏ ମନ୍ଦିରକୁ ଆସିଥାଇ ପାରେ ।
ସିଏମ୍ ଧାମୀ କହିଛନ୍ତି ଯେ ଏହି ମାମଲାରେ ଅଧିକ କିଛି କହିବାକୁ ଚାହୁଁ ନାହିଁ । କାରଣ ମନ୍ଦିର କମିଟିର ସାଧୁ-ସନ୍ଥ ଏହି କଥାର ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସାଧୁ ସନ୍ଥମାନେ ଏହି ଅଭିଯୋଗକୁ ତଥ୍ୟ ଆଧାରିତ ନୁହେଁ ବୋଲି କହିସାରିଛନ୍ତି । ଏହି ଅବସରରେ ସିଏମ୍ ଏହା ମଧ୍ୟ କହିଛନ୍ତି ଯେ ବାବା କେଦାରନାଥଙ୍କ ଧାମ ଏବଂ ବାବାଙ୍କ ଘରେ କେହି ଏପରି କୃତ୍ୟ କଲେ ବାବାଙ୍କ ନଜରରୁ ବଞ୍ଚି ପାରିବ ନାହିଁ ।
ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଅନନ୍ତ ଅମ୍ୱାନୀଙ୍କ ବିବାହ ପାଇଁ ମୁମ୍ୱାଇ ପହଞ୍ଚି ଥିଲେ । ଏହାପରେ ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘରେ ତାଙ୍କୁ ଭେଟିଥିଲେ । ଏଠାରୁ ବାହାରିବା ପରେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କେଦାରନାଥ ମନ୍ଦିରରେ ସୁନା ଗାଏବ ହୋଇଥିବା ଅଭିଯୋଗ ଆଣିଥିଲେ ।