ମହିଳାଙ୍କୁ ରବିନା ଟଣ୍ଡନଙ୍କ ମାଡ଼ ଘଟଣା, ଅଭିନେତ୍ରୀଙ୍କ ଉପରେ ଲଗାଯାଇଛି ମିଥ୍ୟା ଆରୋପ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସହ ମାରପିଟ୍‌ ଘଟଣାର ଭିଡିଓ ଭାଇରାଲ ପରେ ଏବେ ସତ୍ୟତା ସାମ୍‌ନାକୁ ଆସିଛି। ପ୍ରକୃତରେ ରବିବାର ସକାଳେ ଇଣ୍ଟରନେଟ୍‌ରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ, ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘର ବାହାରେ ରବିନା ଭିଡ଼କୁ ଶାନ୍ତ କରୁଥିବାର ଦେଖାଯାଇଥିଲା। ଖାଲି ସେତିକି ନୁହେଁ ସେ, ଉତ୍ୟକ୍ତ ଲୋକଙ୍କୁ ଗାଳିଗୁଲଜ ଏବଂ ତାଙ୍କ ସହ ମାରପିଟ୍‌ ନକରିବାକୁ କହୁଥିବାର ମଧ୍ୟ ଦେଖାଯାଇଥିଲା। ଏହି ଘଟଣା ଶନିବାର ବିଳମ୍ବିତ ରାତିରେ ଘଟିଥିବା ନେଇ କୁହାଯାଉଛି। ପ୍ରକୃତରେ ଭିଡ଼ ମଧ୍ୟରେ ଥିବା ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ରବିନାଙ୍କ ଗାଡ଼ି ତାଙ୍କୁ ଦ୍ରୁତ ଗତିରେ ଧକ୍କା ଦେଇଥିଲା । ଆଉ ରବିନା ତାଙ୍କ ଡ୍ରାଇଭରଙ୍କୁ ବଞ୍ଚାଇବା ପାଇଁ ଝଗଡ଼ା କରିବା ସହ ତାଙ୍କୁ ପିଟିଥିଲେ। ସେ ଅଭିଯୋଗ କରିଥିଲେ ଯେ, ରବିନା ନିଶାସକ୍ତ ଅବସ୍ଥାରେ ତାଙ୍କ ମାଆଙ୍କୁ ମଧ୍ୟ ମାରିଛନ୍ତି।କିନ୍ତୁ ଖର୍‌ ପୋଲିସ ଏହାର ଯାଞ୍ଚରେ ମାମଲାର ସତ୍ୟତା ସାମ୍‌ନାକୁ ଆଣିଛି। ପୋଲିସର ବିବୃତ୍ତି ଅନୁଯାୟୀ ପୀଡ଼ିତ ପକ୍ଷଙ୍କ ଅଭିଯୋଗ ମିଥ୍ୟା ଭଳି ଜଣାପଡ଼ୁଛି। ପୋଲିସ କହିଛି, ରବିନା ଟଣ୍ଡନଙ୍କ ଡ୍ରାଇଭର ଘର ବାହାରେ ଗାଡ଼ି ପାର୍କିଂ କରୁଥିଲେ। ଆଉ ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ମହିଳା ହଠାତ୍ ଚିତ୍କାର କରିଥିଲେ। ଯାହାପରେ ସେଠାରେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ। ଏହା ପରେ ମହିଳା ଲୋକଙ୍କ

ମହିଳାଙ୍କୁ ରବିନା ଟଣ୍ଡନଙ୍କ ମାଡ଼ ଘଟଣା, ଅଭିନେତ୍ରୀଙ୍କ ଉପରେ ଲଗାଯାଇଛି ମିଥ୍ୟା ଆରୋପ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସହ ମାରପିଟ୍‌ ଘଟଣାର ଭିଡିଓ ଭାଇରାଲ ପରେ ଏବେ ସତ୍ୟତା ସାମ୍‌ନାକୁ ଆସିଛି। ପ୍ରକୃତରେ ରବିବାର ସକାଳେ ଇଣ୍ଟରନେଟ୍‌ରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ, ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘର ବାହାରେ ରବିନା ଭିଡ଼କୁ ଶାନ୍ତ କରୁଥିବାର ଦେଖାଯାଇଥିଲା। ଖାଲି ସେତିକି ନୁହେଁ ସେ, ଉତ୍ୟକ୍ତ ଲୋକଙ୍କୁ ଗାଳିଗୁଲଜ ଏବଂ ତାଙ୍କ ସହ ମାରପିଟ୍‌ ନକରିବାକୁ କହୁଥିବାର ମଧ୍ୟ ଦେଖାଯାଇଥିଲା। ଏହି ଘଟଣା ଶନିବାର ବିଳମ୍ବିତ ରାତିରେ ଘଟିଥିବା ନେଇ କୁହାଯାଉଛି। 

ପ୍ରକୃତରେ ଭିଡ଼ ମଧ୍ୟରେ ଥିବା ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ରବିନାଙ୍କ ଗାଡ଼ି ତାଙ୍କୁ ଦ୍ରୁତ ଗତିରେ ଧକ୍କା ଦେଇଥିଲା । ଆଉ ରବିନା ତାଙ୍କ ଡ୍ରାଇଭରଙ୍କୁ ବଞ୍ଚାଇବା ପାଇଁ ଝଗଡ଼ା କରିବା ସହ ତାଙ୍କୁ ପିଟିଥିଲେ। ସେ ଅଭିଯୋଗ କରିଥିଲେ ଯେ, ରବିନା ନିଶାସକ୍ତ ଅବସ୍ଥାରେ ତାଙ୍କ ମାଆଙ୍କୁ ମଧ୍ୟ ମାରିଛନ୍ତି।କିନ୍ତୁ ଖର୍‌ ପୋଲିସ ଏହାର ଯାଞ୍ଚରେ ମାମଲାର ସତ୍ୟତା ସାମ୍‌ନାକୁ ଆଣିଛି। 

ପୋଲିସର ବିବୃତ୍ତି ଅନୁଯାୟୀ ପୀଡ଼ିତ ପକ୍ଷଙ୍କ ଅଭିଯୋଗ ମିଥ୍ୟା ଭଳି ଜଣାପଡ଼ୁଛି। ପୋଲିସ କହିଛି, ରବିନା ଟଣ୍ଡନଙ୍କ ଡ୍ରାଇଭର ଘର ବାହାରେ ଗାଡ଼ି ପାର୍କିଂ କରୁଥିଲେ। ଆଉ ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ମହିଳା ହଠାତ୍ ଚିତ୍କାର କରିଥିଲେ। ଯାହାପରେ ସେଠାରେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ। ଏହା ପରେ ମହିଳା ଲୋକଙ୍କୁ କହିଥିଲେ ଯେ, ରବିନାଙ୍କ ଗାଡ଼ି ତାଙ୍କୁ ଦ୍ରୁତ ଗତିରେ ଧକ୍କା ଦେଇଥିଲା। ଏହାପରେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଘେରିଥିଲେ। ଏହି ପାଟିତୁଣ୍ଡ ଶୁଣି ରବିନା ଘର ବାହାରକୁ ଆସିଥିଲେ ଏବଂ ଝଗଡ଼ା ସମାପ୍ତ କରିବାକୁ ଚାହିଥିଲେ। ଯାହାର ଭିଡିଓ ଭାଇରାଲ ହୋଇଥିଲା।

ତେବେ ପୋଲିସ କହିଛି କାହାରିକୁ ଆଘାତ ଲାଗିନାହିଁ କିମ୍ବା କାହାର ମୁଣ୍ଡ ମଧ୍ୟ ଫାଟିନି। ତେଣୁ ଏହି ଅଭିଯୋଗ ମିଥ୍ୟା ଭଳି ଜଣାପଡ଼ୁଛି। ଘଟଣା, ଅଭିନେତ୍ରୀଙ୍କ ଘରବାହାରେ ଲାଗିଥିବା ସିସିଟିଭିରେ ମଧ୍ୟ ରେକର୍ଡ ହୋଇଛି। ଅବଶ୍ୟ, ଉଭୟ ପକ୍ଷ କୌଣସି ଏଫଆଇଆର ରୁଜୁ କରିନାହାଁନ୍ତି।