ଛଟେଇ ଟ୍ରେଣ୍ଡ୍ରେ ପୁଣି ଟେକ୍ କମ୍ପାନି ! ସବୁଠୁ ଆଗରେ ମାଇକ୍ରୋସଫ୍ଟ
ନୂଆଦିଲ୍ଲୀ: ଟେକ୍ ଇଣ୍ଡଷ୍ଟ୍ରିରେ ପୁଣି ଦେଖାଦେଇଛି ଛଟେଇ ଟ୍ରେଣ୍ଡ୍। ମାଇକ୍ରୋସଫ୍ଟ, ଆମାଜନ ଏବଂ ଗୁଗଲ ଭଳି ବଡ଼ ବଡ଼ ଟେକ୍ କମ୍ପାନିରେ ଦେଖିବାକୁ ମିଳିଛି ଛଟେଇ। ବିଶ୍ବ ବଜାରରେ ଉପୁଜିଥିବା ଆର୍ଥିକ ଅସ୍ଥିରତା, ରାଜସ୍ବରେ ହ୍ରାସ ଏବଂ ଅଫିସ୍ କାମରେ AIର ବ୍ୟବହାର କାରଣରୁ କମ୍ପାନିମାନେ ଏହି ଛଟେଇ କରୁଛନ୍ତି। ଖାଲି ସେତିକି ନୁହେଁ କମ୍ପାନିମାନେ କାର୍ଯ୍ୟାଧାରାକୁ ଆହୁରି ସରଳ ସହ ଖର୍ଚ୍ଚ କମ୍ କରିବା ପାଇଁ ମଧ୍ୟ ଏଭଳି ପଦକ୍ଷେପ ନେଉଥିବା କହିଛନ୍ତି।ରିପୋର୍ଟ ଅନୁସାରେ ୨୦୨୫ରେ ଏପର୍ଯ୍ୟନ୍ତ ୧୩୦ କମ୍ପାନିରେ କାମ କରୁଥିବା ୬୧ ହଜାର ୨୨୦ କର୍ମଚାରୀଙ୍କ ଛଟେଇ ହେଲାଣି। ଯେଉଁଥିରେ ସବୁଠୁ ଅଧିକ ଛଟେଇ ହୋଇଛି ମାଇକ୍ରୋସଫ୍ଟରେ। କମ୍ପାନି ମେ ୧୩ରେ ପ୍ରାୟ ୬ ହଜାର କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଛି। ଯାହା କମ୍ପାନିରେ କାମ କରୁଥିବା ୨,୨୮,୦୦୦ ଓ୍ବାର୍କଫୋର୍ସର ୩ ପ୍ରତିଶତ। ଏହା ଦ୍ବାରା ସର୍ବାଧିକ ଓ୍ବାସିଂଟନର କର୍ମଚାରୀ ପ୍ରଭାବିତ ହୋଇଛନ୍ତି।କମ୍ପାନିର ବିବୃତ୍ତି ଅନୁସାରେ ଏହି ଛଟେଇ, କମ୍ପାନିର ପରିଚାଳନାକୁ ଆହୁରି ସରଳ କରିବା ସହ ଅଣ ଟେକ୍ନିକାଲ କର୍ମଚାରୀଙ୍କ ପାଇଁ ଇଞ୍ଜିନିୟରଙ୍କ ଅନୁପାତ ବଢ଼ାଇବା ପାଇଁ କରାଯାଇଛି। ମାଇକ୍ରୋସଫ୍ଟ ପରେ ୨୦୨୫ରେ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିବା କମ୍ପାନି ମଧ୍ୟରେ ରହିଛି ଗୁଗଲ। କମ୍ପାନି ଏହାର ସେଲ୍ସ ଏବଂ ପାର୍ଟନରସିପ୍ ଟିମ୍ରୁ ପ୍ରାୟ ୨୦୦ କର୍ମ
ନୂଆଦିଲ୍ଲୀ: ଟେକ୍ ଇଣ୍ଡଷ୍ଟ୍ରିରେ ପୁଣି ଦେଖାଦେଇଛି ଛଟେଇ ଟ୍ରେଣ୍ଡ୍। ମାଇକ୍ରୋସଫ୍ଟ, ଆମାଜନ ଏବଂ ଗୁଗଲ ଭଳି ବଡ଼ ବଡ଼ ଟେକ୍ କମ୍ପାନିରେ ଦେଖିବାକୁ ମିଳିଛି ଛଟେଇ। ବିଶ୍ବ ବଜାରରେ ଉପୁଜିଥିବା ଆର୍ଥିକ ଅସ୍ଥିରତା, ରାଜସ୍ବରେ ହ୍ରାସ ଏବଂ ଅଫିସ୍ କାମରେ AIର ବ୍ୟବହାର କାରଣରୁ କମ୍ପାନିମାନେ ଏହି ଛଟେଇ କରୁଛନ୍ତି। ଖାଲି ସେତିକି ନୁହେଁ କମ୍ପାନିମାନେ କାର୍ଯ୍ୟାଧାରାକୁ ଆହୁରି ସରଳ ସହ ଖର୍ଚ୍ଚ କମ୍ କରିବା ପାଇଁ ମଧ୍ୟ ଏଭଳି ପଦକ୍ଷେପ ନେଉଥିବା କହିଛନ୍ତି।
ରିପୋର୍ଟ ଅନୁସାରେ ୨୦୨୫ରେ ଏପର୍ଯ୍ୟନ୍ତ ୧୩୦ କମ୍ପାନିରେ କାମ କରୁଥିବା ୬୧ ହଜାର ୨୨୦ କର୍ମଚାରୀଙ୍କ ଛଟେଇ ହେଲାଣି। ଯେଉଁଥିରେ ସବୁଠୁ ଅଧିକ ଛଟେଇ ହୋଇଛି ମାଇକ୍ରୋସଫ୍ଟରେ। କମ୍ପାନି ମେ ୧୩ରେ ପ୍ରାୟ ୬ ହଜାର କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଛି। ଯାହା କମ୍ପାନିରେ କାମ କରୁଥିବା ୨,୨୮,୦୦୦ ଓ୍ବାର୍କଫୋର୍ସର ୩ ପ୍ରତିଶତ। ଏହା ଦ୍ବାରା ସର୍ବାଧିକ ଓ୍ବାସିଂଟନର କର୍ମଚାରୀ ପ୍ରଭାବିତ ହୋଇଛନ୍ତି।କମ୍ପାନିର ବିବୃତ୍ତି ଅନୁସାରେ ଏହି ଛଟେଇ, କମ୍ପାନିର ପରିଚାଳନାକୁ ଆହୁରି ସରଳ କରିବା ସହ ଅଣ ଟେକ୍ନିକାଲ କର୍ମଚାରୀଙ୍କ ପାଇଁ ଇଞ୍ଜିନିୟରଙ୍କ ଅନୁପାତ ବଢ଼ାଇବା ପାଇଁ କରାଯାଇଛି।
ମାଇକ୍ରୋସଫ୍ଟ ପରେ ୨୦୨୫ରେ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିବା କମ୍ପାନି ମଧ୍ୟରେ ରହିଛି ଗୁଗଲ। କମ୍ପାନି ଏହାର ସେଲ୍ସ ଏବଂ ପାର୍ଟନରସିପ୍ ଟିମ୍ରୁ ପ୍ରାୟ ୨୦୦ କର୍ମଚାରୀଙ୍କୁ ବିଦା କରୁଛି। ସେହିଭଳି ଆମାଜନ ଏହାର ୧୦୦ କର୍ମଚାରୀଙ୍କୁ ଛଟେଇ କରୁଛି।କମ୍ପାନି ଏହି ଛଟେଇ ଏକୋ ସ୍ପିକର୍ସ, ଆଲେକ୍ସା, କିଣ୍ଡଲ ଏବଂ ଜୁକ୍ସ ସେଲଫ୍ ଡ୍ରାଇଭିଂ ୟୁନିଟରୁ କରୁଛି। ସେପଟେ ସାଇବର ସିକ୍ୟୁରିଟି କମ୍ପାନି କ୍ରାଉଡଷ୍ଟ୍ରାଇକ୍ ମଧ୍ୟ ଏହାର ଓ୍ବାର୍କଫୋର୍ସରୁ ୫ ପ୍ରତିଶତ କମାଇବା ନେଇ ଘୋଷଣା କରିଛି।