ବଦଳିବ ‘ଇନକମ ଟ୍ୟାକ୍ସ’ର ନାମ? ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମିଳିଛି ପତ୍ର
ନୂଆଦିଲ୍ଲୀ ୨୭।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଚତୁର୍ଦ୍ଦଶ ବଜେଟ୍ ଉପସ୍ଥାପନ କରିବେ। ତେବେ ବଜେଟ୍ ପୂର୍ବରୁ ତାଙ୍କ ନିକଟକୁ ଏକ ଖାସ୍ ଚିଠି ପହଞ୍ଚିଛି, ଯେଉଁଥିରେ ଅନେକ ବଡ଼ବଡ଼ ଦାବି ଉଠାଯାଇଛି। ଏଥିରେ ଗୋଟିଏ ପଟେ ‘ଇନକମ ଟ୍ୟାକ୍ସ’ର ନାମ ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଅନ୍ୟପଟେ ମଧ୍ୟମ ଆୟକାରୀ ବର୍ଗଙ୍କୁ ଆଶ୍ୱସ୍ତ କରିବା ପାଇଁ ଆୟକର ରିହାତି ସୀମା ୧୦ଲକ୍ଷ କରିବାକୁ ନିବେଦନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଅର୍ଥମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି କିଏ ଓ କରିଛନ୍ତି କେଉଁ ସବୁ ଦାବି?ଚାମ୍ବର ଅଫ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ) ଚେୟାରମ୍ୟାନ ବ୍ରଜେଶ ଗୋୟଲ ଓ ଅଧ୍ୟକ୍ଷ ସୁଭାଷ ଖଣ୍ଡେଲୱାଲ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ର ଜରିଆରେ ସେମାନେ ଅର୍ଥମନ୍ତ୍ରୀଙ୍କ ନିକଟରେ ୧୦ଟି ବଡ ଦାବି ରଖିଛନ୍ତି। ଏଥିରେ ସେମାନେ କରିଥିବା ପ୍ରଥମ ଦାବିରେ ବୃଦ୍ଧ କରଦାତାଙ୍କୁ ସେମାନଙ୍କ କର ଆଧାରରେ ଓଲ୍ଡ ଏଜ ବେନିଫିଟ ମିଳିବା ଦରକାର ବୋଲି କହିଛନ୍ତି। ସେମାନେ କହିଛନ୍ତି ଯେ କରଦାତାଙ୍କ ବୃଦ୍ଧାବସ୍ଥାରେ ଗତବର୍ଷ ଦେଇଥିବା ଆୟକର ହିସାବରେ ତାଙ୍କୁ ସାମାଜିକ ସୁରକ୍ଷା ଓ ରିଟାୟାରମେଣ୍ଟ ବେନିଫିଟ ଦିଆଯାଉ। ସେହିପରି ଦ୍ୱିତୀୟ ଦାବିରେ ମଧ୍ୟମବର୍ଗୀୟଙ୍କୁ ଆଶ୍ୱସ୍ତ କରିବା ପାଇଁ ଆୟକର ରିହାତି ସୀମା ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିବେଦନ କରିଥିବା
ନୂଆଦିଲ୍ଲୀ ୨୭।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଚତୁର୍ଦ୍ଦଶ ବଜେଟ୍ ଉପସ୍ଥାପନ କରିବେ। ତେବେ ବଜେଟ୍ ପୂର୍ବରୁ ତାଙ୍କ ନିକଟକୁ ଏକ ଖାସ୍ ଚିଠି ପହଞ୍ଚିଛି, ଯେଉଁଥିରେ ଅନେକ ବଡ଼ବଡ଼ ଦାବି ଉଠାଯାଇଛି। ଏଥିରେ ଗୋଟିଏ ପଟେ ‘ଇନକମ ଟ୍ୟାକ୍ସ’ର ନାମ ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଅନ୍ୟପଟେ ମଧ୍ୟମ ଆୟକାରୀ ବର୍ଗଙ୍କୁ ଆଶ୍ୱସ୍ତ କରିବା ପାଇଁ ଆୟକର ରିହାତି ସୀମା ୧୦ଲକ୍ଷ କରିବାକୁ ନିବେଦନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଅର୍ଥମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି କିଏ ଓ କରିଛନ୍ତି କେଉଁ ସବୁ ଦାବି?
ଚାମ୍ବର ଅଫ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ) ଚେୟାରମ୍ୟାନ ବ୍ରଜେଶ ଗୋୟଲ ଓ ଅଧ୍ୟକ୍ଷ ସୁଭାଷ ଖଣ୍ଡେଲୱାଲ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ର ଜରିଆରେ ସେମାନେ ଅର୍ଥମନ୍ତ୍ରୀଙ୍କ ନିକଟରେ ୧୦ଟି ବଡ ଦାବି ରଖିଛନ୍ତି। ଏଥିରେ ସେମାନେ କରିଥିବା ପ୍ରଥମ ଦାବିରେ ବୃଦ୍ଧ କରଦାତାଙ୍କୁ ସେମାନଙ୍କ କର ଆଧାରରେ ଓଲ୍ଡ ଏଜ ବେନିଫିଟ ମିଳିବା ଦରକାର ବୋଲି କହିଛନ୍ତି। ସେମାନେ କହିଛନ୍ତି ଯେ କରଦାତାଙ୍କ ବୃଦ୍ଧାବସ୍ଥାରେ ଗତବର୍ଷ ଦେଇଥିବା ଆୟକର ହିସାବରେ ତାଙ୍କୁ ସାମାଜିକ ସୁରକ୍ଷା ଓ ରିଟାୟାରମେଣ୍ଟ ବେନିଫିଟ ଦିଆଯାଉ।
ସେହିପରି ଦ୍ୱିତୀୟ ଦାବିରେ ମଧ୍ୟମବର୍ଗୀୟଙ୍କୁ ଆଶ୍ୱସ୍ତ କରିବା ପାଇଁ ଆୟକର ରିହାତି ସୀମା ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିବେଦନ କରିଥିବା ବେଳେ ତୃତୀୟ ଦାବିରେ କର୍ପୋରେଟ ଓ ବଡ କମ୍ପାନୀମାନଙ୍କୁ ବ୍ୟାଙ୍କ ଲୋନ ଶସ୍ତା ସୁଧହାରରେ ମିଳୁଥିବା ବେଳେ ମଧ୍ୟମବର୍ଗ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ କେନ୍ଦ୍ର ସରକାରଙ୍କର ଯେଉଁ ମୁଦ୍ରା ଯୋଜନା ରହିଛି ଏଥିରେ ସେମାନଙ୍କୁ ଅଧିକ ସୁଧ ଦେବାକୁ ପଡୁଛି। ଏଣୁ ମଧ୍ୟମବର୍ଗୀୟଙ୍କ ନିମନ୍ତେ ଶସ୍ତା ସୁଧହାରରେ ଋଣ ବ୍ୟବସ୍ଥା ପାଇଁ ନିବେଦନ କରାଯାଇଛି।
ସେହିପରି ଚତୁର୍ଥ ଦାବିରେ ଆୟକରରେ ୪୫ ଦିନରେ ପେମେଣ୍ଟ ଓ ଜରିମନାର ଯେଉଁ ନିୟମ ଆସିଛି ଏଥିରେ କୋଟି କୋଟି ବ୍ୟବସାୟୀ ଓ ଏମଏସଏମଇ ବ୍ୟବସାୟୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏହି ନିୟମକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ୫ମ ଦାବିରେ ଜିଏସଟିର ନୂଆ ଆମନେଷ୍ଟି ସ୍କିମର ଲାଭ ସେହି ବ୍ୟବସାୟୀଙ୍କୁ ବି ମିଳିବା ଦରାକର ଯେଉଁମାନେ ପୂର୍ବରୁ ଟ୍ୟାକ୍ସ, ସୁଧ ଓ ପେନାଲ୍ଟି ଜମା କରିସାରିଛନ୍ତି। ସପ୍ତମ ଦାବିରେ ଆୟକରରେ ମଧ୍ୟ ଜିଏସଟି ଭଳି ହାଇବ୍ରିଡ ସିଷ୍ଟମ କରିବାକୁ,ଯାହାଦ୍ୱାରା ସେମାନଙ୍କୁ ବ୍ୟକ୍ତିଗତ ହିୟରିଂର ସୁଯୋଗ ମିଳିପାରିବ ବୋଲି କହିଛନ୍ତି।
ଅଷ୍ଟମ ଦାବିରେ ସାଧାରଣ ଆବଶ୍ୟକ ଅନେକ ସାମଗ୍ରୀ ଉପରେ ଏବେ ୨୮ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସଟି ଲାଗୁ ହେଉଛି ଏଣୁ ଜିଏସଟି ହାରକୁ ତର୍କ ସଙ୍ଗତ କରିବାକୁ ନିବେଦନ କରାଯାଇଛି। ନବମ ଦାବିରେ କେନ୍ଦ୍ର ସରକାର ଦେଶରେ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ଲାଗି ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ ବୋର୍ଡର ଗଠନ କରିବା ଓ ଶେଷ ତଥା ଦଶମ ଦାବିରେ ଆୟକରର ନାମ ବଦଳାଇ ‘ରାଷ୍ଟ୍ର ନିର୍ମାଣ ସହଯୋଗ ନିଧି’ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ଛଡା ଦିଲ୍ଲୀ ବଜାର ଏବଂ ଔଦ୍ୟୋଗିକ କ୍ଷେତ୍ରର ପୁନର୍ବିକାଶ ନିମନ୍ତେ କେନ୍ଦ୍ର ସରକାର ଅଲଗା ୧୦୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି।