ବାରିପଦା ବାଘଡ଼ା ରୋଡ୍ଠାରେ ଏସ୍ବିଆଇର ନୂତନ ଶାଖା ଉଦ୍ଘାଟିତ
ଭୁବନେଶ୍ବର,୪।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ର ନୂତନ ଶାଖା ‘ବାରିପଦା ସିଟି ଶାଖା’ ନିକଟରେ ବାରିପଦାସ୍ଥିତ ୱାର୍ଡ ନଂ.୧୫ ଅଧୀନ ବାଘଡ଼ା ରୋଡ୍ଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍ବିଆଇର ମହାପ୍ରବନ୍ଧକ (ନେଟ୍ଓ୍ବର୍କ-୧) ଏମ୍.ପୋନ୍ନମବଲମ,ଉପ-ମହାପ୍ରବନ୍ଧକ ବାଲେଶ୍ୱର ଅଞ୍ଚଳ ଶୈଲେଶ କୁମାର ସିହ୍ନା,କ୍ଷେତ୍ରୀୟ ପ୍ରବନ୍ଧକ ଜଗନ୍ନାଥ ଶ୍ରୀଚନ୍ଦନ ନାୟକ ପ୍ରମୁଖ ଉପସ୍ଥିତ […] The post ବାରିପଦା ବାଘଡ଼ା ରୋଡ୍ଠାରେ ଏସ୍ବିଆଇର ନୂତନ ଶାଖା ଉଦ୍ଘାଟିତ appeared first on Dharitri Odia News.
ଭୁବନେଶ୍ବର,୪।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ର ନୂତନ ଶାଖା ‘ବାରିପଦା ସିଟି ଶାଖା’ ନିକଟରେ ବାରିପଦାସ୍ଥିତ ୱାର୍ଡ ନଂ.୧୫ ଅଧୀନ ବାଘଡ଼ା ରୋଡ୍ଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍ବିଆଇର ମହାପ୍ରବନ୍ଧକ (ନେଟ୍ଓ୍ବର୍କ-୧) ଏମ୍.ପୋନ୍ନମବଲମ,ଉପ-ମହାପ୍ରବନ୍ଧକ ବାଲେଶ୍ୱର ଅଞ୍ଚଳ ଶୈଲେଶ କୁମାର ସିହ୍ନା,କ୍ଷେତ୍ରୀୟ ପ୍ରବନ୍ଧକ ଜଗନ୍ନାଥ ଶ୍ରୀଚନ୍ଦନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ବାରିପଦା ଟାଉନରେ ଏସ୍ବିଆଇର ଏହା ୫ମ ଶାଖା ହୋଇଥିଲାବେଳେ ମୟୂରଭଞ୍ଜ ଜିଲାରେ ୩୩ ତମ ଶାଖା ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପର୍ବତାରୋହୀ ଓ ଅବସରପ୍ରାପ୍ତ ଏସ୍ବିଆଇ କର୍ମଚାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା
The post ବାରିପଦା ବାଘଡ଼ା ରୋଡ୍ଠାରେ ଏସ୍ବିଆଇର ନୂତନ ଶାଖା ଉଦ୍ଘାଟିତ appeared first on Dharitri Odia News.