ଅଡୁଆରେ କଙ୍ଗନା, ହରାଇବେ ଏମପି ପଦ!
ନୂଆଦିଲ୍ଲୀ,୨୫।୭: ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ। ହରାଇପାରନ୍ତି ଏମପି ପଦ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କ ଏମପି ପଦ ରଦ୍ଦ ଦାବିରେ ପଟିସନ ଦାଖଲ ହୋଇଛି। ଏହା ପରେ ହିମାଚଳ ପ୍ରଦେଶ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ ଜାରି କରିଛନ୍ତି। କିନ୍ନର ନିବାସୀ ଲାୟକ ରାମ ନେଗି କଙ୍ଗନାଙ୍କ ବିରୋଧରେ ପିଟିସନ ଦାଖଲ କରିଛନ୍ତି। କଙ୍ଗନା ସଦସ୍ୟତାକୁ ବାତିଲ କରିବାକୁ ସେ […] The post ଅଡୁଆରେ କଙ୍ଗନା, ହରାଇବେ ଏମପି ପଦ! appeared first on Dharitri Odia News.
ନୂଆଦିଲ୍ଲୀ,୨୫।୭: ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ। ହରାଇପାରନ୍ତି ଏମପି ପଦ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କ ଏମପି ପଦ ରଦ୍ଦ ଦାବିରେ ପଟିସନ ଦାଖଲ ହୋଇଛି। ଏହା ପରେ ହିମାଚଳ ପ୍ରଦେଶ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ ଜାରି କରିଛନ୍ତି।
କିନ୍ନର ନିବାସୀ ଲାୟକ ରାମ ନେଗି କଙ୍ଗନାଙ୍କ ବିରୋଧରେ ପିଟିସନ ଦାଖଲ କରିଛନ୍ତି। କଙ୍ଗନା ସଦସ୍ୟତାକୁ ବାତିଲ କରିବାକୁ ସେ ଏଥିରେ ଦାବି କରିଛନ୍ତି। ଲାୟକ ରାମ ନେଗି ହେଉଛନ୍ତି ବନ ବିଭାଗର ଜଣେ ପୂର୍ବତନ କର୍ମଚାରୀ। ଏହି ଲୋକ ସଭା ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ନାମାଙ୍କନ ପତ୍ରକୁ ମଣ୍ଡି ନିର୍ବାଚନ ଅଧିକାରୀ ଭୁଲ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଯଦି ତାଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥାନ୍ତା ତେବେ ସେ ଜିତିଥାନ୍ତେ। ତେଣୁ ଏହି ସମୟରେ ପୁଣି ଥରେ ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି। ସେପଟେ କଙ୍ଗନାଙ୍କୁ ହାଇକୋର୍ଟ ନୋଟିସ ଜାରି କରି ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଏହାର ଜବାର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ଚଳିତ ଲୋକ ସଭା ନିର୍ବାଚନରେ ରାଜନୀତିରେ ଏଣ୍ଟ୍ରି କରିଥିଲେ କଙ୍ଗନା । ସେ ଭାଜପା ଟିକେଟ୍ରେ ମଣ୍ଡି ଲୋକ ସଭା ଅସନରୁ ନିର୍ବାଚନ ଲଢିଥିଲେ। ଏହି ଆସନରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କୁ ୭୪,୭୫୫ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
The post ଅଡୁଆରେ କଙ୍ଗନା, ହରାଇବେ ଏମପି ପଦ! appeared first on Dharitri Odia News.