ନିଜ ଉଦ୍ଭାବନର ନିଜେ ହୋଇଛନ୍ତି ଶିକାର, ଜାଣନ୍ତୁ କିଏ କିଏ ଅଛନ୍ତି ଲିଷ୍ଟରେ ?

ନୂଆଦିଲ୍ଲୀ ୧୯।୦୨: ମଣିଷଙ୍କ ଜୀବନ, ବିଜ୍ଞାନ ଏବଂ ଏହାର ଉଦ୍ଭାବନ ଉପରେ ନିର୍ଭର । ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ, ବିଜ୍ଞାନ ଦ୍ୱାରା ସୃଷ୍ଟି ହୋଇଥିବା ଜିନିଷଗୁଡ଼ିକୁ ଆମେ ସମସ୍ତେ ବ୍ୟବହାର କରୁ । ସେ ଟୁଥବ୍ରଶ୍ ହେଉ କିମ୍ବା ଏକ ବିଦ୍ୟୁତ୍ ବଲ୍‌ । ଆମ ଜୀବନକୁ ସହଜ କରିବାରେ ବୈଜ୍ଞାନିକମାନେ ନେଇଥାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବୈଜ୍ଞାନିକଙ୍କ ଉଦ୍ଭାବନ ଯୋଗୁଁ ହିଁ ମଣିଷ ଆଜି ଚନ୍ଦ୍ରକୁ ଯିବାରେ ହୋଇଛି ସଫଳ । କିନ୍ତୁ ଏପରି କିଛି ବୈଜ୍ଞାନିକ ଅଛନ୍ତି ଯିଏକି ନିଜ ଉଦ୍ଭାବନ ପାଇଁ ଦେଇଛନ୍ତି ବଡ ମୂଲ୍ୟ । ଅର୍ଥାତ୍‌ ଏହି ଉଦ୍ଭାବନ ହିଁ ନେଇଯାଇଛି ଏମାନଙ୍କ ଜୀବନ । ଆସନ୍ତୁ ଜାଣିବା କେଉଁ ବୈଜ୍ଞାନିକ ନିଜେ ହିଁ ନିଜ ଉଦ୍ଭାବନର ହୋଇଥିଲେ ଶିକାର ?  ଜର୍ମାନ ବୈଜ୍ଞାନିକ ମ୍ୟାକ୍ସ ଭାଲିୟର । ସେ ନିଜର ଏକ ଉଦ୍ଭାବନ କରିବା ସମୟରେ ନିଜ ଜୀବନ ହରାଇଥିଲେ । ସେ ଜର୍ମାନ ରକେଟିୟରିଂ ସୋସାଇଟିର ସଦସ୍ୟ ଥିଲେ । ୧୯୩୦ରେ ସେ ଏକ ରକେଟ୍ ଉଦ୍ଭାବନର ପରୀକ୍ଷଣ ସମୟରେ ଏହା ବିସ୍ଫୋରଣ ହୋଇଥିଲା । ଆଉ ମ୍ୟାକ୍ସ ଭାଲିଅରଙ୍କ ଚାଲିଯାଇଥିଲା ଜୀବନ ।ବିଶ୍ୱର ମହାନ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ଅଛନ୍ତି ମ୍ୟାରୀ କ୍ୟୁରି । ସେ ରେଡିୟମ୍ ଏବଂ ପୋଲୋନିୟମ୍ ଆବିଷ୍କାର ପାଇଁ ଜଣାଶୁଣା । ଏହି ଉଦ୍ଭାବନ ପାଇଁ ସେ ରସାୟନ ଏବଂ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ। କିନ୍ତୁ ଦୀର୍ଘକାଳୀନ ଗବେଷଣା ଯୋଗ

ନିଜ ଉଦ୍ଭାବନର ନିଜେ ହୋଇଛନ୍ତି ଶିକାର, ଜାଣନ୍ତୁ କିଏ କିଏ ଅଛନ୍ତି ଲିଷ୍ଟରେ ?

ନୂଆଦିଲ୍ଲୀ ୧୯।୦୨: ମଣିଷଙ୍କ ଜୀବନ, ବିଜ୍ଞାନ ଏବଂ ଏହାର ଉଦ୍ଭାବନ ଉପରେ ନିର୍ଭର । ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ, ବିଜ୍ଞାନ ଦ୍ୱାରା ସୃଷ୍ଟି ହୋଇଥିବା ଜିନିଷଗୁଡ଼ିକୁ ଆମେ ସମସ୍ତେ ବ୍ୟବହାର କରୁ । ସେ ଟୁଥବ୍ରଶ୍ ହେଉ କିମ୍ବା ଏକ ବିଦ୍ୟୁତ୍ ବଲ୍‌ । ଆମ ଜୀବନକୁ ସହଜ କରିବାରେ ବୈଜ୍ଞାନିକମାନେ ନେଇଥାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା । 

ବୈଜ୍ଞାନିକଙ୍କ ଉଦ୍ଭାବନ ଯୋଗୁଁ ହିଁ ମଣିଷ ଆଜି ଚନ୍ଦ୍ରକୁ ଯିବାରେ ହୋଇଛି ସଫଳ । କିନ୍ତୁ ଏପରି କିଛି ବୈଜ୍ଞାନିକ ଅଛନ୍ତି ଯିଏକି ନିଜ ଉଦ୍ଭାବନ ପାଇଁ ଦେଇଛନ୍ତି ବଡ ମୂଲ୍ୟ । ଅର୍ଥାତ୍‌ ଏହି ଉଦ୍ଭାବନ ହିଁ ନେଇଯାଇଛି ଏମାନଙ୍କ ଜୀବନ । ଆସନ୍ତୁ ଜାଣିବା କେଉଁ ବୈଜ୍ଞାନିକ ନିଜେ ହିଁ ନିଜ ଉଦ୍ଭାବନର ହୋଇଥିଲେ ଶିକାର ?  

ଜର୍ମାନ ବୈଜ୍ଞାନିକ ମ୍ୟାକ୍ସ ଭାଲିୟର । ସେ ନିଜର ଏକ ଉଦ୍ଭାବନ କରିବା ସମୟରେ ନିଜ ଜୀବନ ହରାଇଥିଲେ । ସେ ଜର୍ମାନ ରକେଟିୟରିଂ ସୋସାଇଟିର ସଦସ୍ୟ ଥିଲେ । ୧୯୩୦ରେ ସେ ଏକ ରକେଟ୍ ଉଦ୍ଭାବନର ପରୀକ୍ଷଣ ସମୟରେ ଏହା ବିସ୍ଫୋରଣ ହୋଇଥିଲା । ଆଉ ମ୍ୟାକ୍ସ ଭାଲିଅରଙ୍କ ଚାଲିଯାଇଥିଲା ଜୀବନ ।

ବିଶ୍ୱର ମହାନ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ଅଛନ୍ତି ମ୍ୟାରୀ କ୍ୟୁରି । ସେ ରେଡିୟମ୍ ଏବଂ ପୋଲୋନିୟମ୍ ଆବିଷ୍କାର ପାଇଁ ଜଣାଶୁଣା । ଏହି ଉଦ୍ଭାବନ ପାଇଁ ସେ ରସାୟନ ଏବଂ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ। କିନ୍ତୁ ଦୀର୍ଘକାଳୀନ ଗବେଷଣା ଯୋଗୁଁ ବିକିରଣ ତାଙ୍କ ଶରୀର ଉପରେ ପକାଇଥିଲା ଖରାପ ପ୍ରଭାବ  । ସେ ଅପ୍ଲାଷ୍ଟିକ୍ ଆନିମିଆର ହୋଇଥିଲେ ଶିକାର । ଏହି କାରଣରୁ ତାଙ୍କର ହୋଇଥିଲା ମୃତ୍ୟୁ ।

ଥମାସ୍ ଆଣ୍ଡ୍ରୁଜ୍ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଜଳ ଜାହାଜ, ଟାଇଟାନିକ୍ ଡିଜାଇନ୍ କରିଥିଲେ। ଆଣ୍ଡ୍ରୁଜ୍ ଟାଇଟାନିକ୍‌କୁ ବରଫ ପାଣି ଭିତରକୁ ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେତେବେଳେ ଟାଇଟାନିକ୍ ଦୁର୍ଘଟଣାର ସମ୍ମୁଖୀନ ହେଲା, ସେତେବେଳେ ସେ ଉଦ୍ଧାର ପାଇଁ ଆରମ୍ଭ କରିଥିଲେ ଅଭିଯାନ । ରିପୋର୍ଟ ଅନୁସାରେ ତାଙ୍କୁ ଶେଷ ଥର ପାଇଁ ଡେକ୍ ଉପରେ କାନ୍ଦୁଥିବାର ଦେଖାଯାଇଥିଲା। ଏହା ପରେ ତାଙ୍କ ମୃତଦେହ କେବେ ମିଳିନଥିଲା । 

ବୈଜ୍ଞାନିକ ୱିଲିୟମ୍ ବୁଲକ୍ ।  ପ୍ରିଣ୍ଟିଙ୍ଗ୍ ମେସିନ୍‌ର କରିଥିଲେ ଉଦ୍ଭାବନ । କିନ୍ତୁ ଏହି ମେସିନରେ ଏକ ଯାନ୍ତ୍ରିକ ସମସ୍ୟା ଥିଲା । ଏହାକୁ ମରାମତି କରିବାକୁ ଚେଷ୍ଟା କରିଥିଲେ ୱିଲିୟମ୍ ବୁଲକ୍  । ଏହି ସମୟରେ ତାଙ୍କ ଗୋଡ ମେସିନରେ ଫସି ଯାଇଥିଲା। ତେବେ ମେସିନରୁ ତାଙ୍କ ଗୋଡ ବାହାରି ଯାଇଥିଲା ସତ କିନ୍ତୁ  ସେହି ଯନ୍ତ୍ରଣା ନେଇଯାଇଥିଲା ତାଙ୍କ ଜୀବନ । 

ଆଲେକଜାଣ୍ଡାର ବୋଗଡାନୋଭ । ଜଣେ ରୁଷୀୟ ବୈଜ୍ଞାନିକ ଥିଲେ। ୧୯୨୦ ମସିହାରେ ସେ ନିଜକୁ ଯୁବା ରଖିବା ପାଇଁ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନର ବ୍ୟବହାର କରିବା ଆରମ୍ଭ କରିଥିଲେ। ସେ ୧୧ଥର ତାଙ୍କ ଶରୀରରେ ଏକ ଯୁବା ବ୍ୟକ୍ତିର ରକ୍ତ ନିଜ ଶରୀରରେ ପ୍ରବେଶ କରାଇଥିଲେ। କିନ୍ତୁ ଜଣେ ମେଲେରିଆ ଏବଂ ଟିବିରେ ଆକ୍ରାନ୍ତ ଯୁବକଙ୍କ ରକ୍ତକୁ ଶରୀରକୁ ନେବା କାରଣରୁ ସେ ମ୍ୟାଲେରିଆ ଏବଂ ଟିବିରେ ପୀଡିତ ହୋଇଥିଲେ । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।  

ମାଇକେଲ ଡାକରେ ଏୟାର ଟ୍ୟାକ୍ସି ଉଦ୍ଭାବନ କରିଥିଲେ । ଏହି ଟ୍ୟାକ୍ସି ଅନେକ ସହରରେ ଉଡ଼ିପାରିଥାଏ ଏବଂ ଓହ୍ଲାଇଥାଏ। ୨୦୦୯ରେ ଯେତେବେଳେ ସେ ଏହାକୁ ପରୀକ୍ଷଣ କରୁଥିଲେ ସେତେବେଳେ ଏହି ଟ୍ୟାକ୍ସି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଯେଉଁଥିରେ ମାଇକେଲ ଡାକରଙ୍କ ହୋଇଥିଲା ମୃତ୍ୟୁ ।