ବାଲାଂଦେଶ ରାଜନୀତିରେ ଏଣ୍ଟ୍ରି ମାରିଲେ ହାସିନାଙ୍କ ବଡ଼ ଶତ୍ରୁ: ଜେଲ୍ରୁ ମୁକୁଳି ଦେଲେ ହୁଙ୍କାର
ଡାକା,୮।୮: ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାଶନାଲ ପାର୍ଟି ମୁଖ୍ୟ ଖାଲେଦା ଜିଆ ଜେଲରୁ ମୁକୁଳିବାର ଦିନକ ପରେ ତାଙ୍କ ମୁକ୍ତି ପାଇଁ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଖାଲେଦା କହିଛନ୍ତି, ସେମାନଙ୍କ ସଂଗ୍ରାମ ଯୋଗୁ ସେ ମୁକ୍ତ ହୋଇପାରିଛନ୍ତି। କ୍ରୋଧ କିମ୍ବା ଶତ୍ରୁତାରୁ କିଛି ମିଳିବ ନାହିଁ। ପ୍ରେମ ଓ ଶାନ୍ତିରେ ଦେଶର ପୁନଃ ନିର୍ମାଣ ସମ୍ଭବ ବୋଲି […] The post ବାଲାଂଦେଶ ରାଜନୀତିରେ ଏଣ୍ଟ୍ରି ମାରିଲେ ହାସିନାଙ୍କ ବଡ଼ ଶତ୍ରୁ: ଜେଲ୍ରୁ ମୁକୁଳି ଦେଲେ ହୁଙ୍କାର appeared first on Dharitri Odia News.
ଡାକା,୮।୮: ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାଶନାଲ ପାର୍ଟି ମୁଖ୍ୟ ଖାଲେଦା ଜିଆ ଜେଲରୁ ମୁକୁଳିବାର ଦିନକ ପରେ ତାଙ୍କ ମୁକ୍ତି ପାଇଁ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଖାଲେଦା କହିଛନ୍ତି, ସେମାନଙ୍କ ସଂଗ୍ରାମ ଯୋଗୁ ସେ ମୁକ୍ତ ହୋଇପାରିଛନ୍ତି। କ୍ରୋଧ କିମ୍ବା ଶତ୍ରୁତାରୁ କିଛି ମିଳିବ ନାହିଁ। ପ୍ରେମ ଓ ଶାନ୍ତିରେ ଦେଶର ପୁନଃ ନିର୍ମାଣ ସମ୍ଭବ ବୋଲି ୨୦୧୮ରୁ ଜେଲରେ ଥିବା ୭୯ ବର୍ଷୀୟା ଖାଲେଦା କହିଛନ୍ତି।
ଯେଉଁମାନେ ତାଙ୍କ ପାଇଁ ଲଢିଥିଲେ ଏବଂ ଜେଲରୁ ମୁକ୍ତ ହେବା ପାଇଁ ପ୍ରାର୍ଥନା କରିଥିଲେ ସେମାନଙ୍କ ପାଇଁ ଜିଆ କୃତଜ୍ଞତା ଜଣାଇଛନ୍ତି। ଜିଆ କହିଛନ୍ତି, ମୋତେ ବର୍ତ୍ତମାନ ମୁକ୍ତ କରାଯାଇଛି। ଅସମ୍ଭବକୁ ସମ୍ଭବ କରିବା ପାଇଁ ‘କର ବା ମର’ ଯୁଦ୍ଧ କରିଥିବା ସେହି ସାହସୀ ଲୋକଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହେଁ। ଏହି ବିଜୟ ଆମକୁ ଲୁଟ, ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ଅଳିଆ ଆବର୍ଜନାରୁ ବାହାରିବା ପାଇଁ ଏକ ନୂତନ ସମ୍ଭାବନା ଦେଇଥାଏ। ଏହି ଦେଶକୁ ସମୃଦ୍ଧ କରିବା ଆବଶ୍ୟକ।
ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବକମାନେ ଆମର ଭବିଷ୍ୟତ। ତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଆମକୁ ଏକ ଗଣତାନ୍ତ୍ରିକ ବାଂଲାଦେଶ ଗଠନ କରିବା ଆବଶ୍ୟକ। ଆମ ଦେଶକୁ ପୁନଃ ନିର୍ମାଣ କରିବା ପାଇଁ ଆମକୁ ପ୍ରେମ ଏବଂ ଶାନ୍ତି ଦରକାର।
୨୦୧୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ଜିଆଙ୍କୁ ୧୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ହାସିନା ସରକାର ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ ହେବାରୁ ସେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ବାଂଲାଦେଶ ରାଜନୀତିରେ ଜିଆ ଏବଂ ହାସିନା ଦଶନ୍ଧି ଧରି ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା କରିଆସୁଛନ୍ତି।
The post ବାଲାଂଦେଶ ରାଜନୀତିରେ ଏଣ୍ଟ୍ରି ମାରିଲେ ହାସିନାଙ୍କ ବଡ଼ ଶତ୍ରୁ: ଜେଲ୍ରୁ ମୁକୁଳି ଦେଲେ ହୁଙ୍କାର appeared first on Dharitri Odia News.