ବିଚାର ବିଭାଗ ଜମି ମାଡ଼ି ବସିଥିଲେ ଜବରଦଖଲକାରୀ, ମାଟିରେ ମିଶିଲା ୬ ଜଣଙ୍କ କୋଠା
ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ରହିଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗର ଜମିକୁ ୬ ଜଣ ଦୀର୍ଘବର୍ଷ ଧରି ଜବରଦଖଲ କରି ରଖିଥିଲେ। ଏହାକୁ ଶୁକ୍ରବାର ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ଶରତ ଶବର ଓ ପୋଲିସ ପ୍ରଶାସନ ମିଳିତ ଜବରଦଖଲ ଉଚ୍ଛେଦ କରିଛନ୍ତି। ପ୍ରକାଶ ଯେ, ବିଚାର ବିଭାଗର ନିଜର ଜମି ପ୍ରାୟ ୩ ଏକର ରହିଛି। ସେଠି ବିଚାର ବିଭାଗର କୋଠା ନିର୍ମାଣ କରାଯାଇ କୋର୍ଟ ଚାଲିଥିବାବେଳେ କର୍ମଚାରୀ ଓ ବିଚାରପତିଙ୍କ ନିଜସ୍ବ […] The post ବିଚାର ବିଭାଗ ଜମି ମାଡ଼ି ବସିଥିଲେ ଜବରଦଖଲକାରୀ, ମାଟିରେ ମିଶିଲା ୬ ଜଣଙ୍କ କୋଠା appeared first on Dharitri Odia News.
ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ରହିଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗର ଜମିକୁ ୬ ଜଣ ଦୀର୍ଘବର୍ଷ ଧରି ଜବରଦଖଲ କରି ରଖିଥିଲେ। ଏହାକୁ ଶୁକ୍ରବାର ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ଶରତ ଶବର ଓ ପୋଲିସ ପ୍ରଶାସନ ମିଳିତ ଜବରଦଖଲ ଉଚ୍ଛେଦ କରିଛନ୍ତି।
ପ୍ରକାଶ ଯେ, ବିଚାର ବିଭାଗର ନିଜର ଜମି ପ୍ରାୟ ୩ ଏକର ରହିଛି। ସେଠି ବିଚାର ବିଭାଗର କୋଠା ନିର୍ମାଣ କରାଯାଇ କୋର୍ଟ ଚାଲିଥିବାବେଳେ କର୍ମଚାରୀ ଓ ବିଚାରପତିଙ୍କ ନିଜସ୍ବ ବାସଭବନ ପାଇଁ ରହିଥିବା ଜମିରେ ଅନ୍ୟ ସାଧାରଣ ଲୋକ ଘର କରି ବସବାସ କରୁଥିଲେ। ପ୍ରାୟ ୨୫ ଡେସିମିଲି ଜମି ଲୋକଙ୍କ ଅକ୍ତିଆରରେ ରହିଥିଲା। ଏହାକୁ କୋର୍ଟ ନିଜ ଜମି ପ୍ରଦାନ କରିବାକୁ ତହସିଲକୁ ନିର୍ଦ୍ଦେଶ ଦେବା ପରେ ଜମି ଜବରଦଖଲକାରୀଙ୍କ ହାତରୁ ଆଣିବା ପାଇଁ ଆଇନଗତ ପ୍ରକ୍ରିୟା କରାଯିବା ସହ ସମସ୍ତ ପ୍ରସ୍ତୁତି ଶେଷ ପରେ ଆଜି ଜବରଦଖଲ ଉଚ୍ଛେଦ କରିବାକୁ ପଦକ୍ଷେପ ନିଆଯାଇଥିବା ତହସିଲଦାର ଶରତ ଶବର ପ୍ରକାଶ କରିଛନ୍ତି। ଜବରଦଖଲ ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଥିଲା।
The post ବିଚାର ବିଭାଗ ଜମି ମାଡ଼ି ବସିଥିଲେ ଜବରଦଖଲକାରୀ, ମାଟିରେ ମିଶିଲା ୬ ଜଣଙ୍କ କୋଠା appeared first on Dharitri Odia News.