ସ୍ବାସ୍ଥ୍ୟୋପଯୋଗୀ ତରଭୁଜ
ଖରାଦିନେ ତରଭୁଜର ଚାହିଦା କାହିଁରେ କେତେ ରହିଥାଏ। ଏହା ଏମିତି ଏକ ଫଳ ଯାହାକୁ ଖାଇଲେ କିମ୍ବା ତା’ର ଜୁସ୍ ପିଇଲେ, ଶରୀରକୁ ବେଶ୍ ତାଜା ଅନୁଭବ ହୁଏ। ଭୋକ ଲାଗୁଥିଲେ, ଏହି ଜୁସ୍ରୁ ଗୋଟେ ଗ୍ଲାସ୍ ପିଇଦେଲେ ପେଟ ସହ ମୁଣ୍ଡ ବି ଥଣ୍ଡା ହୋଇଯାଏ; ଯଦ୍ଦ୍ବାରା ମନରେ ରାଗ ଆସୁଥିଲେ ତାହା ବି କିଛି ସମୟ ପାଇଁ କମିଯାଏ। ଏଥିରେ ଭିଟାମିନ୍-ଏ ରହୁଥିବାରୁ ଏହା ଦୃଷ୍ଟିଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ […] The post ସ୍ବାସ୍ଥ୍ୟୋପଯୋଗୀ ତରଭୁଜ appeared first on Dharitri Odia News.
ଖରାଦିନେ ତରଭୁଜର ଚାହିଦା କାହିଁରେ କେତେ ରହିଥାଏ। ଏହା ଏମିତି ଏକ ଫଳ ଯାହାକୁ ଖାଇଲେ କିମ୍ବା ତା’ର ଜୁସ୍ ପିଇଲେ, ଶରୀରକୁ ବେଶ୍ ତାଜା ଅନୁଭବ ହୁଏ। ଭୋକ ଲାଗୁଥିଲେ, ଏହି ଜୁସ୍ରୁ ଗୋଟେ ଗ୍ଲାସ୍ ପିଇଦେଲେ ପେଟ ସହ ମୁଣ୍ଡ ବି ଥଣ୍ଡା ହୋଇଯାଏ; ଯଦ୍ଦ୍ବାରା ମନରେ ରାଗ ଆସୁଥିଲେ ତାହା ବି କିଛି ସମୟ ପାଇଁ କମିଯାଏ। ଏଥିରେ ଭିଟାମିନ୍-ଏ ରହୁଥିବାରୁ ଏହା ଦୃଷ୍ଟିଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ। ସେହିପରି ଏଥିରେ ଲାଇକୋପିନ୍ର କିଛି ମାତ୍ରା ରହୁଥିବା ଯୋଗୁ ଏହା ତ୍ୱଚାରେ ଚମକ ଆଣିବାରେ ବି ସହାୟକ ହୋଇଥାଏ। ହୃଦ୍ ସମ୍ବନ୍ଧୀୟ ରୋଗରୁ ମଧ୍ୟ ଉପଶମ ଦେବାରେ ତରଭୁଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ସେହିପରି କୁହାଯାଏ, ନିୟମିତ ତରଭୁଜ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିବା ସହ ଶରୀରରେ ରକ୍ତର ପରିମାଣ ବି ବୃଦ୍ଧି ହୁଏ। ଏହାକୁ କେବଳ ଖାଇପାରିବେ ତାହା ନୁହେଁ, ଏହାକୁ ତ୍ୱଚାରେ ମସାଜ୍ କଲେ ବ୍ଲାକ୍ହେଡ୍ସ କମିବା ସହ ଚେହେରାରେ ଚମକ ଆସିଥାଏ। ଏହାର ମଞ୍ଜି ବି ବହୁତ ଲାଭଦାୟକ ହୋଇଥାଏ। ଏହାକୁ ବାଟି ତ୍ୱଚାରେ ଲଗାଇଲେ ତ୍ୱଚାର ଚମକ ବୃଦ୍ଧି ପାଇବା ସହ ମୁଣ୍ଡ ବିନ୍ଧା ସମସ୍ୟାରୁ ବି ମୁକ୍ତି ମିଳିଥାଏ। ସବୁଠୁ ବଡ଼ କଥା ହେଉଛି, ଶରୀରର ମୋଟାପଣ କମ୍ କରିବାରେ ବି ତରଭୁଜକୁ ଏକ ପୌଷ୍ଟିକ ଫଳ ଭାବେ ସାଧାରଣରେ ବିବେଚନା କରାଯାଇଥାଏ।
The post ସ୍ବାସ୍ଥ୍ୟୋପଯୋଗୀ ତରଭୁଜ appeared first on Dharitri Odia News.