ଆସିଲା ସଲିଡ୍-ଷ୍ଟେଟ୍ ବ୍ୟାଟେରୀ, ୧୦ ମିନିଟ୍ରେ ହେବ ଫୁଲ୍ ଚାର୍ଜ
ଇଲେକ୍ଟ୍ରିକ ଯାନ (ଇଭି) କ୍ରେତାମାନଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଏହାର ଚାର୍ଜିଂ। ଇଲେକ୍ଟ୍ରିକ ଯାନରେ ହେଭି ଡ୍ୟୁଟି ଲିଥିୟମ ବ୍ୟାଟେରୀ ସଂସ୍ଥାପନ କରାଯାଇଛି। ଏହି ବ୍ୟାଟେରିକୁ ଚାର୍ଜ କରିବା ପାଇଁ ବହୁତ ସମୟ ଲାଗିଥାଏ। ବହୁ ଇଲେକ୍ଟ୍ରିକ ଯାନ ନିର୍ମାଣକାରୀ କମ୍ପାନଗୁଡିକ ଟୁ-ହ୍ୱିଲର୍ସ ପାଇଁ ବ୍ୟାଟେରି ସ୍ୱାପିଂର ବିକଳ୍ପ ଦେଉଛନ୍ତି। ହେଲେ କାରର ବ୍ୟାଟେରିକୁ ସ୍ୱାପ୍ କରିବା ଅସମ୍ଭବ। ହାଭାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଇଲେକ୍ଟ୍ରିକ ଯାନର କ୍ରେତାମାନଙ୍କ ପାଇଁ ଏହି ଟେନସନ୍ ଦୂର […]

ଇଲେକ୍ଟ୍ରିକ ଯାନ (ଇଭି) କ୍ରେତାମାନଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଏହାର ଚାର୍ଜିଂ। ଇଲେକ୍ଟ୍ରିକ ଯାନରେ ହେଭି ଡ୍ୟୁଟି ଲିଥିୟମ ବ୍ୟାଟେରୀ ସଂସ୍ଥାପନ କରାଯାଇଛି। ଏହି ବ୍ୟାଟେରିକୁ ଚାର୍ଜ କରିବା ପାଇଁ ବହୁତ ସମୟ ଲାଗିଥାଏ। ବହୁ ଇଲେକ୍ଟ୍ରିକ ଯାନ ନିର୍ମାଣକାରୀ କମ୍ପାନଗୁଡିକ ଟୁ-ହ୍ୱିଲର୍ସ ପାଇଁ ବ୍ୟାଟେରି ସ୍ୱାପିଂର ବିକଳ୍ପ ଦେଉଛନ୍ତି। ହେଲେ କାରର ବ୍ୟାଟେରିକୁ ସ୍ୱାପ୍ କରିବା ଅସମ୍ଭବ। ହାଭାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଇଲେକ୍ଟ୍ରିକ ଯାନର କ୍ରେତାମାନଙ୍କ ପାଇଁ ଏହି ଟେନସନ୍ ଦୂର କରିଛନ୍ତି। ଗବେଷକମାନେ ଏପରି ସଲିଡ୍- ଷ୍ଟେଟ ବ୍ୟାଟେରି ତିଆରି କରିଛନ୍ତି, ଯେଉଁଥିରେ ୧୦ ମିନିଟ୍ରେ ଫୁଲ ଚାର୍ଜ କରାଯାଇପାରିବ।
ହାଭାର୍ଡ ବିଶ୍ୱବିଦ୍ୟାଳୟ ଗବେଷକଙ୍କ କହିବା ଅନୁଯାୟୀ, ସଲିଡ୍-ଷ୍ଟେଟ୍ ଟେକ୍ନୋଲୋଜି ଉପରେ ପର୍ଯ୍ୟବେଶିତ ଏହି ବ୍ୟାଟେରି ନେଚୁରାଲ ମ୍ୟାଟେରିଆଲରେ ତିଆରି ହୋଇଛି। ଏହାକୁ ଏପରିଭାବେ ବିକଶିତ କରାଯାଇଛି ଯେ, ଏହାକୁ ମାତ୍ର ୧୦ ମିନିଟ୍ରେ ଫୁଲ ଚାର୍ଜ କରାଯାଇପାରୁଛି। ଏହି ଲିଥିୟମ ମେଟାଲ ସଲିଡ୍-ଷ୍ଟେଟ୍ ବ୍ୟାଟେରୀକୁ ହାଭାର୍ଡ ବିଶ୍ୱବିଦ୍ୟାଳୟର ଜନ ଏ.ପ୍ଲାସନ ସ୍କୁଲ୍ ଅଫ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲାଏଡ ସାଇନ୍ସ ରିସର୍ଚ୍ଚ ବିକଶିତ କରିଛି। ଏହି ପ୍ରକଳ୍ପ ସହ ଜଡିତ ଆସୋସିଏଟ ପ୍ରଫେସର ଜିନ୍ ଲିଙ୍କ କହିବା ଅନୁଯାୟୀ, ଏଥିରେ ୬,୦୦୦ ଗୁଣା ଅଧିକ ଚାର୍ଜିଂ ସାଇକେଲ ମିଳୁଛି, ଯାହା ଅନ୍ୟ କୌଣସି ପାଉଚ୍ ବ୍ୟାଟେରୀ ସେଲ୍ଠାରୁ ବହୁ ଅଧିକ। ଗବେଷକଙ୍କ କହିବାନୁଯାୟୀ, ଲିଥିୟମ୍ ମେଟାଲ ଆନୋଏଡ୍ରେ ନିର୍ମିତ ବ୍ୟାଟେରୀ ଇଭିର ମାଇଲେଜ୍ବଢାଇଥାଏ ।
ଏହାଫଳରେ ଖୁବଶୀଘ୍ର ଇଲେକ୍ଟ୍ରିକ ଯାନକୁ ମଧ୍ୟ ଫାଷ୍ଟ ଚାର୍ଜିଂ ବ୍ୟାଟେରି ମିଳିଯିବ। ଏହି ସଲିଡ୍- ଷ୍ଟେଟ ବ୍ୟାଟେରିର ଆଉ କିଛି ବର୍ଷରେ ବାଣିଜ୍ୟିକ ଭାବେ ଉତ୍ପାଦନ କରାଯିବ। ଏହି ଫ୍ୟୁଚିରିଷ୍ଟିକ ବ୍ୟାଟେରି ୬,୦୦୦ ସାଇକେଲ ପରେ ମଧ୍ୟ ୮୦ ପ୍ରତିଶତ କ୍ଷମତା ରହିବ। ତେବେ ହାଇୱେ ପାର୍ଶ୍ବରେ ଲାଗିଥିବା ଚାର୍ଜିଂ ପଏଣ୍ଟରେ ୧୦ ମିନିଟ ଚାର୍ଜ କରିବା ପରେ ଆପଣ ପୁଣି ଯାତ୍ରା କରିପାରିବେ ।