ବଡ଼ିବିଲ୍ଡିଂ ପ୍ରତିଯୋଗିତା: ରାକେଶଙ୍କୁ ମିଳିଲା ସ୍ବର୍ଣ୍ଣପଦକ
ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ ): ବ୍ରହ୍ମପୁର ଖଲିକୋଟ କଲେଜ ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ବଡ଼ିବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତାର ୬୦ କେଜି ବର୍ଗରେ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିର ରାକେଶ କୁମାର ପଣ୍ଡା ସ୍ବର୍ଣ୍ଣ ପଦକ ଜିତି ଜିଲା ପାଇଁ ଗୌରବ ଆଣିଛନ୍ତି। ପ୍ରତିଯୋଗିତାରେ ବିଭିନ୍ନ ଜିଲା ଓ ରାଜ୍ୟର ୨୦ଜଣ ଭାଗ ନେଇଥିଲେ l ୱାର୍ଡ ନମ୍ବର-୨ ମଧ୍ୟଖଣ୍ଡ ସାହି ରବି ପଣ୍ଡାଙ୍କ ପୁଅ ରାକେଶ ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ […] The post ବଡ଼ିବିଲ୍ଡିଂ ପ୍ରତିଯୋଗିତା: ରାକେଶଙ୍କୁ ମିଳିଲା ସ୍ବର୍ଣ୍ଣପଦକ appeared first on Dharitri Odia News.
ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ ): ବ୍ରହ୍ମପୁର ଖଲିକୋଟ କଲେଜ ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ବଡ଼ିବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତାର ୬୦ କେଜି ବର୍ଗରେ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିର ରାକେଶ କୁମାର ପଣ୍ଡା ସ୍ବର୍ଣ୍ଣ ପଦକ ଜିତି ଜିଲା ପାଇଁ ଗୌରବ ଆଣିଛନ୍ତି।
ପ୍ରତିଯୋଗିତାରେ ବିଭିନ୍ନ ଜିଲା ଓ ରାଜ୍ୟର ୨୦ଜଣ ଭାଗ ନେଇଥିଲେ l ୱାର୍ଡ ନମ୍ବର-୨ ମଧ୍ୟଖଣ୍ଡ ସାହି ରବି ପଣ୍ଡାଙ୍କ ପୁଅ ରାକେଶ ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଥିବା ପ୍ରତିକ୍ରିୟାରେ କହିଛନ୍ତି।
ପିଲାଟି ଦିନରୁ ବଡ଼ିବିଲ୍ଡିଂ ପ୍ରତି ରୁଚି ରଖିଥିବା ରାକେଶ ରାଜ୍ୟରେ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସଫଳ ହୋଇଛନ୍ତି । ଅନ୍ୟପକ୍ଷେ ରାକେଶ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଜେଡି ଏନଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ବିଜେଡି ଯୁବନେତା ଜିତୁ ପଣ୍ଡା, ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକି, ନଗର ବିଜେଡି ସଭାପତି ରଙ୍କନାଥ ପଳାଇ ପ୍ରମୁଖଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
The post ବଡ଼ିବିଲ୍ଡିଂ ପ୍ରତିଯୋଗିତା: ରାକେଶଙ୍କୁ ମିଳିଲା ସ୍ବର୍ଣ୍ଣପଦକ appeared first on Dharitri Odia News.