ରାଶିଫଳ: ସୋମବାର , ଜୁଲାଇ ୧ ତାରିଖ – Daily Horoscope

ମେଷ ଆଜି ରାଶିରେ ଚନ୍ଦ୍ରମଙ୍ଗଳ ଯୋଗ ଥିବାରୁ ଅର୍ଥ, ସମ୍ମାନ ଓ ପ୍ରତିଷ୍ଠାର୍ଜନ କରିବେ। ବିରୋଧ କରୁଥିବା ବ୍ୟକ୍ତି ନୀରବ ସମର୍ଥନ ଦେଇ କାମରେ ସାହାଯ୍ୟ କରିବେ। ବନ୍ଧୁଙ୍କ ପରାମର୍ଶରେ କର୍ମାରମ୍ଭ ସକାଶେ ପୁଞ୍ଜିବିନିଯୋଗ କରିପାରନ୍ତିି। କଳା, ସାହିତ୍ୟ, ସଙ୍ଗୀତ, ସଭାସମିତି ଓ ସଂଗଠନ କ୍ଷେତ୍ରରେ ପ୍ରଶଂସିତ ହେବେ। ବୃଷ ଦେବଗୁରୁଙ୍କ ପ୍ରସାଦରୁ ସାହାଯ୍ୟକାରୀ ମନୋଭାବ ଓ ସହୃଦୟତା ହେତୁ ଅଧସ୍ତନ କର୍ମଚାରୀଙ୍କ ଶ୍ରଦ୍ଧାଭାଜନ ହେବେ। ଘର ସକାଶେ, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ […] The post ରାଶିଫଳ: ସୋମବାର , ଜୁଲାଇ ୧ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ସୋମବାର , ଜୁଲାଇ  ୧  ତାରିଖ – Daily Horoscope
ମେଷ
ଆଜି ରାଶିରେ ଚନ୍ଦ୍ରମଙ୍ଗଳ ଯୋଗ ଥିବାରୁ ଅର୍ଥ, ସମ୍ମାନ ଓ ପ୍ରତିଷ୍ଠାର୍ଜନ କରିବେ। ବିରୋଧ କରୁଥିବା ବ୍ୟକ୍ତି ନୀରବ ସମର୍ଥନ ଦେଇ କାମରେ ସାହାଯ୍ୟ କରିବେ। ବନ୍ଧୁଙ୍କ ପରାମର୍ଶରେ କର୍ମାରମ୍ଭ ସକାଶେ ପୁଞ୍ଜିବିନିଯୋଗ କରିପାରନ୍ତିି। କଳା, ସାହିତ୍ୟ, ସଙ୍ଗୀତ, ସଭାସମିତି ଓ ସଂଗଠନ କ୍ଷେତ୍ରରେ ପ୍ରଶଂସିତ ହେବେ।
ବୃଷ
ବୃଷ
ଦେବଗୁରୁଙ୍କ ପ୍ରସାଦରୁ ସାହାଯ୍ୟକାରୀ ମନୋଭାବ ଓ ସହୃଦୟତା ହେତୁ ଅଧସ୍ତନ କର୍ମଚାରୀଙ୍କ ଶ୍ରଦ୍ଧାଭାଜନ ହେବେ। ଘର ସକାଶେ, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ପଡ଼ିପାରେ। ମାଲିମକଦ୍ଦମା, ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରିବେ।
ମିଥୁନ
ମିଥୁନ
ଶୁକ୍ରଙ୍କ କୃପାରୁ ଆଜି ଯେଉଁ ନିଷ୍ପତ୍ତି ନେବେ ସେଥିରେ ସଫଳତା ନିଶ୍ଚିତ ମିଳିବ। କିନ୍ତୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ହଠାତ୍‌ ନିଜର ମତ ବଦଳାଇ ଅସହଯୋଗ କରିପାରନ୍ତି। ପୂର୍ବନିର୍ଦ୍ଧାରିତ ପ୍ରକାରେ ଘରେ ବନ୍ଧୁ ମିଳନ ସାଙ୍ଗକୁ ଆମୋଦ ପ୍ରମୋଦର ସୁଅ ଛୁଟିବ। କର୍ମ କ୍ଷେତ୍ରର ଅସ୍ବାଭାବିକ ପରିସ୍ଥିତି କ୍ର୍ରମଶଃ ବଦଳି ଯିବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ରାଶିରେ ବୁଧ କର୍ମସ୍ଥ ମଙ୍ଗଳଙ୍କ ଦୃଷ୍ଟିରେ ଥିବାରୁ ଭ୍ରାତୃ ସମ୍ପର୍କ ଦୃଢ଼ ରହିବ। ପରିବାରରେ ଶାନ୍ତି ଅବ୍ୟାହତ ରହିବ। ସବୁ କଥାରେ ନରମିଗଲେ ସୁଫଳ ପାଇବେ। ପ୍ରକୃତ ଘଟଣା ନ ବୁଝି ପଡୋଶୀ କିମ୍ବା ସହକର୍ମୀ ମିଥ୍ୟାରୋପ ଲଗାଇ ପାରନ୍ତି। ବନ୍ଧୁ ପରିଜନଙ୍କ ସହିତ କୈାଣସି ନୂତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇପାରନ୍ତି।
ସି˚ହ
ସି˚ହ
ଧନାଧିପ ଦ୍ୱାଦଶସ୍ଥ ଯୋଗୁ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିପାରନ୍ତି। ଏକାଦଶରେ ରବି ସହ ଶୁକ୍ର ଥିବା କାରଣରୁ ଆପଣଙ୍କ ବିଜୟ ଲାଭ ଅବଶ୍ୟମ୍ଭାବୀ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ। ବାଣିଜ୍ୟ, ପରିବହନ, ହୋଟେଲ, ରେଷ୍ଟୁରାଣ୍ଟ ପ୍ରଭୃତିରୁ ଲାଭବାନ୍‌ ହୋଇପାରନ୍ତି।
କନ୍ୟା
ଅଷ୍ଟମସ୍ଥ ମଙ୍ଗଳ ଭାଇ, ବନ୍ଧୁ କିମ୍ବା ପଡୋଶୀଙ୍କ ସହ ମତପାର୍ଥକ୍ୟ ହୋଇପାରେ। ନିଜ ଲୋକ ପଛରେ ବହୁତ କଥା କହୁଥିବା ଶୁଣି ଖରାପ ଲାଗିପାରେ। ଶନିଙ୍କ ହେତୁ ଆଇନର ସହାୟତା ପାଇବେ ଓ ମାଲିମକଦ୍ଦମାରେ ରାୟ ସପକ୍ଷରେ ଯିବାର ସୂଚନା ରହିଛି। ବ୍ୟବସାୟିକ ସ୍ଥିତି, ଯାତ୍ରା, ପ୍ରଶାସନ ଓ ଆନୁଷ୍ଠାନିକ କାମ ପାଇଁ ଦିନଟି ଭଲ।
ତୁଳା
ତୁଳା
କେନ୍ଦ୍ରସ୍ଥ ଶୁଭଯୋଗ ପ୍ରଭାବରୁ ଯାତ୍ରା, ବାଣିଜ୍ୟ, ବନ୍ଧୁଙ୍କ ସହଯୋଗ ଲାଭ ସହ କର୍ମକ୍ଷେତ୍ର ସନ୍ତୋଷଜନକ ରହିବ। ନୀରବତା ଅନ୍ତର୍ଦ୍ୱନ୍ଦ୍ୱର କାରଣ ହେଲେ ମଧ୍ୟ ସମସ୍ୟା ସମାଧାନର ମାଧ୍ୟମ ହେବ। ସମ୍ପର୍କୀୟଙ୍କ ସହ ତର୍କର ସମ୍ମୁଖୀନ ହୋଇପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟହାନି, ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ବିଛା
ବିଛା
ଅନୁକୂଳ ଗ୍ରହସ୍ଥିତିରୁ ବନ୍ଧୁମିଳନ ସାଙ୍ଗକୁ ଆପଣଙ୍କ ସୁଚିନ୍ତିତ ବିଚାର, ପ୍ରଶଂସା ଓ ପ୍ରତିଷ୍ଠା ଆଣିବାରେ ସହାୟକ ହେବ। ସମସ୍ୟା ରହିଲେ ମଧ୍ୟ ଦୁଃସ୍ଥିତି ସୁଧୁରି ଯିବ, ଯାହାର ଝଲକ ଆଜି ପାଇଯିବେ। କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଯେଉଁ ବିବାଦ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ଧନୁ
ଧନୁ
ରବି ଓ ଶୁକ୍ର ରାଶିକୁ ଦେଖୁଥିବାରୁ ସବୁ ସୁବିଧା ଥିଲେ ମଧ୍ୟ କୌଣସି ଜିନିଷ ହାତମୁଠାରୁ ଖସି ଯାଇପାରେ। ଆପଣଙ୍କ କୃତିତ୍ୱ ଲୋକ ପ୍ରିୟତାକୁ ବୃଦ୍ଧି କରିବା ଦିଗରୁ ଊଣା ହେବନାହିଁ। ନୂତନ କାମର ପରିକଳ୍ପନା ସାଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତା କରିପାରନ୍ତି। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ମକର
ମକର
ବୁଧଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ଆପଣ ଯୁକ୍ତିଯୁକ୍ତ କଥା କହି, ଅର୍ଥ ଓ ସମ୍ମାନ ଲାଭ କରିବାରେ ସଫଳ ହେବେ। ବନ୍ଧୁଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରରେ ଟେନସନ୍‌ କିିଛି ମାତ୍ରାରେ କମିଯିବ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ।
କୁମ୍ଭ
କୁମ୍ଭ
ମୁଖଭାବରେ ରାହୁଙ୍କ ଯୋଗୁ ମନକଥା ମନରେ ରଖି ଉପରେ ହସିବାର ଅଭିନୟ କରିବାକୁ ପଡିପାରେ। ପିଲାମାନଙ୍କର କିଛି ସମସ୍ୟା ମନକୁ ବିଚଳିତ କରିବ। ଏଣେ ଅଫିସ୍‌ରେ ମଧ୍ୟ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିବାର ଆଶଙ୍କା ରହିଛି। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରିବା ଦ୍ୱାରା ସମାଲୋଚିତ ହୋଇପାରନ୍ତି।
ମୀନମୀନ

ଭାଗ୍ୟସ୍ଥାନକୁ ଗୁରୁଦୃଷ୍ଟି ଥିବାରୁ ଯେମିତି ମନକୁ ଆସୁଛି ସେମିତି କରି ଚାଲନ୍ତୁ କିଛି ଅସୁବିଧା ହେବନାହିଁ। ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଆଜି ଆପଣଙ୍କ କଥା ଓ କାମରେ ସମସ୍ତଙ୍କୁ ଖୁସି କରାଇବାରେ ସମର୍ଥ ହେବେ। ଦିନ ଭିତରେ ଅର୍ଥଲାଭ, ସମ୍ମାନ, ବନ୍ଧୁତ୍ୱଲାଭର ସୂଚନା ପୂର୍ଣ୍ଣମାତ୍ରାରେ ଦେଖାଦେବ।

The post ରାଶିଫଳ: ସୋମବାର , ଜୁଲାଇ ୧ ତାରିଖ – Daily Horoscope appeared first on Dharitri Odia News.