ମୃତ ଝିଅକୁ ବଞ୍ଚାଇବା ପାଇଁ ଚେଙ୍କ ଦେଲେ ପରିବାର

ପାଟଣା,୧୩।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ଗାଁରେ ଝାଡ଼ାବାନ୍ତିରେ ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଭଉଣୀ ହେଲେ ଟଙ୍କଧର ମହାରଣାଙ୍କ ୪ ବର୍ଷର ଝିଅ ଇତିଶ୍ରୀ ଏବଂ ୨ ବର୍ଷର ଝିଅ ଲିପି । ମିଳିଥିବା ସୂଚନା ମୁତାବକ, ଉଭୟଙ୍କୁ ମଙ୍ଗଳବାର ଝାଡ଼ାବାନ୍ତି ହୋଇଥିଲା। ୨ଶିଶୁ ଅସୁସ୍ଥ ଅନୁଭବ କରି ପରବର୍ତ୍ତୀ ସମୟରେ ଗୁରୁତର ହୋଇପଡ଼ିଥିଲେ। ଫଳରେ ଦୁଇ ଭଉଣୀଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲା ମୁଖ୍ୟ […] The post ମୃତ ଝିଅକୁ ବଞ୍ଚାଇବା ପାଇଁ ଚେଙ୍କ ଦେଲେ ପରିବାର appeared first on Dharitri Odia News.

ମୃତ ଝିଅକୁ ବଞ୍ଚାଇବା ପାଇଁ ଚେଙ୍କ ଦେଲେ ପରିବାର

ପାଟଣା,୧୩।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ଗାଁରେ ଝାଡ଼ାବାନ୍ତିରେ ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଭଉଣୀ ହେଲେ ଟଙ୍କଧର ମହାରଣାଙ୍କ ୪ ବର୍ଷର ଝିଅ ଇତିଶ୍ରୀ ଏବଂ ୨ ବର୍ଷର ଝିଅ ଲିପି ।

ମିଳିଥିବା ସୂଚନା ମୁତାବକ, ଉଭୟଙ୍କୁ ମଙ୍ଗଳବାର ଝାଡ଼ାବାନ୍ତି ହୋଇଥିଲା। ୨ଶିଶୁ ଅସୁସ୍ଥ ଅନୁଭବ କରି ପରବର୍ତ୍ତୀ ସମୟରେ ଗୁରୁତର ହୋଇପଡ଼ିଥିଲେ। ଫଳରେ ଦୁଇ ଭଉଣୀଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ବଡ଼ଝିଅ ଇତିଶ୍ରୀଙ୍କ ବାଟରେ ମୃତ୍ୟୁ ଘଟିଥିବା ବେଳେ ସାନ ଝିଅ ଲିପିର କେନ୍ଦୁଝର ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷେ ପରିବାର ଲୋକେ ସାନ ଝିଅର ମୃତଦେହ ଧରି ଘରକୁ ଆସିଥିଲେ। ପରେ ପରିବାର ଲୋକେ ଝିଅର ଜୀବନ ଫେରି ପାଇବା ନେଇ ମୃତଦେହରେ ଭାଲିଆ ଚେଙ୍କ ଦେଇଥିଲେ। ୨ ଶିଶୁଙ୍କ ଅକାଳ ମୃତ୍ୟୁ ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଖବର ପାଇ ଘଟଣାସ୍ଥଳରେ ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ତୁରୁମୁଙ୍ଗା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ପହଞ୍ଚତ୍ ଘଟଣାର ତଦନ୍ତ କରୁଛନ୍ତି। ବିଷାକ୍ତ ଖାଦ୍ୟ ଖାଇ ଉଭୟ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

The post ମୃତ ଝିଅକୁ ବଞ୍ଚାଇବା ପାଇଁ ଚେଙ୍କ ଦେଲେ ପରିବାର appeared first on Dharitri Odia News.