ପାକିସ୍ତାନକୁ ଫେରିଯିବାକୁ ଅଟାରୀ ସୀମାରେ ପହଞ୍ଚିଲେ ବୃଦ୍ଧ, ହୃଦଘାତରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ପହଲଗାମ୍‌ ହମଲା ପରେ କଡ଼ା ଆକ୍ସନ ନେଇଛି ଭାରତ। ପାକିସ୍ତାନୀ ନାଗରିକ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ଭାରତ। ଏହାପରେ ଆରମ୍ଭ ହୋଇଥିଲା ପଦକ୍ଷେପ। ଦେଶରେ ଥିବା ପାକିସ୍ତାନ ନାଗରିକଙ୍କୁ ଖୋଜି ଖୋଜି ଚିହ୍ନଟ କରିଥିଲା ପୋଲିସ। ନୋଟିସ୍‌ ଦେବା ସହ ସୀମାକୁ ଆଣିବାକୁ ସବୁ ବ୍ୟବସ୍ଥା କରାଯାଇଥିଲା। ଏହାରି ଭତରେ ଦୁଃଖଦ ଘଟଣା ସାମନାକୁ ଆସିଛି।    ଶ୍ରୀନଗରରୁ ପାକିସ୍ତାନକୁ ପ୍ରତ୍ୟର୍ପଣ ପାଇଁ ଅଟାରୀ ସୀମାକୁ ଅଣାଯାଇଥିବା ଜଣେ ୬୯ ବର୍ଷୀୟ ବୃଦ୍ଧଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅବଦୁଲ ୱାହିଦ ବୋଲି ଚିହ୍ନଟ କରାଯାଇଛି। ସେ ବହୁତ ଦିନ ଧରି ଶ୍ରୀନଗରରେ ରହୁଥିଲେ।କୁହାଯାଉଛି ଯେ ଅବଦୁଲ ୱାହିଦ ଜଣେ ହୃଦରୋଗୀ ଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିଲା। ବୁଧବାର ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ତାଙ୍କୁ ଅଟାରୀ ସୀମାରେ ପାକିସ୍ତାନ ପଠାଇବା ପାଇଁ ପୋଲିସ ସୁରକ୍ଷାରେ ଶ୍ରୀନଗରରୁ ଅଣାଯାଇଥିଲା। ଯେତେବେଳେ ସେ ଅଟାରୀ ସୀମାରେ ପହଞ୍ଚିଲେ। ତାଙ୍କର କାଗଜପତ୍ର ଯାଞ୍ଚ କରାଯାଉଥିଲା, ସେତେବେଳେ ତାଙ୍କୁ ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଦ୍ୱାରା ମୃତଦେହର ପୋଷ୍ଟମର୍ଟମ କରାଯାଉଛି।

ପାକିସ୍ତାନକୁ ଫେରିଯିବାକୁ ଅଟାରୀ ସୀମାରେ ପହଞ୍ଚିଲେ ବୃଦ୍ଧ, ହୃଦଘାତରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ପହଲଗାମ୍‌ ହମଲା ପରେ କଡ଼ା ଆକ୍ସନ ନେଇଛି ଭାରତ। ପାକିସ୍ତାନୀ ନାଗରିକ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ଭାରତ। ଏହାପରେ ଆରମ୍ଭ ହୋଇଥିଲା ପଦକ୍ଷେପ। ଦେଶରେ ଥିବା ପାକିସ୍ତାନ ନାଗରିକଙ୍କୁ ଖୋଜି ଖୋଜି ଚିହ୍ନଟ କରିଥିଲା ପୋଲିସ। ନୋଟିସ୍‌ ଦେବା ସହ ସୀମାକୁ ଆଣିବାକୁ ସବୁ ବ୍ୟବସ୍ଥା କରାଯାଇଥିଲା। ଏହାରି ଭତରେ ଦୁଃଖଦ ଘଟଣା ସାମନାକୁ ଆସିଛି।    

ଶ୍ରୀନଗରରୁ ପାକିସ୍ତାନକୁ ପ୍ରତ୍ୟର୍ପଣ ପାଇଁ ଅଟାରୀ ସୀମାକୁ ଅଣାଯାଇଥିବା ଜଣେ ୬୯ ବର୍ଷୀୟ ବୃଦ୍ଧଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅବଦୁଲ ୱାହିଦ ବୋଲି ଚିହ୍ନଟ କରାଯାଇଛି। ସେ ବହୁତ ଦିନ ଧରି ଶ୍ରୀନଗରରେ ରହୁଥିଲେ।

କୁହାଯାଉଛି ଯେ ଅବଦୁଲ ୱାହିଦ ଜଣେ ହୃଦରୋଗୀ ଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିଲା। ବୁଧବାର ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ତାଙ୍କୁ ଅଟାରୀ ସୀମାରେ ପାକିସ୍ତାନ ପଠାଇବା ପାଇଁ ପୋଲିସ ସୁରକ୍ଷାରେ ଶ୍ରୀନଗରରୁ ଅଣାଯାଇଥିଲା। ଯେତେବେଳେ ସେ ଅଟାରୀ ସୀମାରେ ପହଞ୍ଚିଲେ। ତାଙ୍କର କାଗଜପତ୍ର ଯାଞ୍ଚ କରାଯାଉଥିଲା, ସେତେବେଳେ ତାଙ୍କୁ ହୃଦଘାତ ହୋଇଥିଲା। 

ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଦ୍ୱାରା ମୃତଦେହର ପୋଷ୍ଟମର୍ଟମ କରାଯାଉଛି।