କଥା ଦେଇ କଥା ରଖିଲେ ଜିଲାପାଳ: ମାଣ୍ଡିପଙ୍କାରେ ସୋଲାର ୱାଟର ପମ୍ପ କାର୍ଯ୍ୟ ଆରମ୍ଭ 

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଯାଉଖାଇ ୨ ଜଣଙ୍କ ମତ୍ୟୁ ଓ ୬ ଗୁରୁତର ଘଟଣା ପରେ ଜିଲାପାଳ ସୋମବାର ମାଣ୍ଡିପଙ୍କା ଗସ୍ତ କରିଥିଲେ। ସେଠାରେ ପିଡିଏସ୍‌ ଚାଉଳ ବଣ୍ଟନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବାସହ ଲୋକଙ୍କ ଦାବି ଥିଲା ସୋଲାର ପମ୍ପ ଯୋଗେ ଜଳ ଯୋଗାଣ କରିବାକୁ। ତେବେ ଜିଲାପାଳ ଅମ୍ରିତ ଋତୁରାଜ ଲୋକଙ୍କୁ ପ୍ରତିଶୃତି ଦେବାର ମାତ୍ର ୫ ଦିନ ମଧ୍ୟରେ ସୋଲାର ପମ୍ପ କାର୍ଯ୍ୟ ଶନିବାର ଠାରୁ ଆରମ୍ଭ […] The post କଥା ଦେଇ କଥା ରଖିଲେ ଜିଲାପାଳ: ମାଣ୍ଡିପଙ୍କାରେ ସୋଲାର ୱାଟର ପମ୍ପ କାର୍ଯ୍ୟ ଆରମ୍ଭ  appeared first on Dharitri Odia News.

କଥା ଦେଇ କଥା ରଖିଲେ ଜିଲାପାଳ: ମାଣ୍ଡିପଙ୍କାରେ ସୋଲାର ୱାଟର ପମ୍ପ କାର୍ଯ୍ୟ ଆରମ୍ଭ 
ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଯାଉଖାଇ ୨ ଜଣଙ୍କ ମତ୍ୟୁ ଓ ୬ ଗୁରୁତର ଘଟଣା ପରେ ଜିଲାପାଳ ସୋମବାର ମାଣ୍ଡିପଙ୍କା ଗସ୍ତ କରିଥିଲେ। ସେଠାରେ ପିଡିଏସ୍‌ ଚାଉଳ ବଣ୍ଟନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବାସହ ଲୋକଙ୍କ ଦାବି ଥିଲା ସୋଲାର ପମ୍ପ ଯୋଗେ ଜଳ ଯୋଗାଣ କରିବାକୁ। ତେବେ ଜିଲାପାଳ ଅମ୍ରିତ ଋତୁରାଜ ଲୋକଙ୍କୁ ପ୍ରତିଶୃତି ଦେବାର ମାତ୍ର ୫ ଦିନ ମଧ୍ୟରେ ସୋଲାର ପମ୍ପ କାର୍ଯ୍ୟ ଶନିବାର ଠାରୁ ଆରମ୍ଭ କରାଯାଇଛି । ଏହାକୁ ନେଇ ଜିଲା ପ୍ରଶାସନ ପ୍ରତି ଆସ୍ଥା ବଢିଥିବା ଅଞ୍ଚଳବାସୀ କହିଛନ୍ତି ।
ଆମ ଗାଁରେ ୨ଟି ସୋଲାର ପମ୍ପ ସ୍ଥାପନ କରାଯିବାକୁ ଜିଲାପାଳଙ୍କୁ ନିବେଦନ କରିଥିଲୁ । ଏବେ ଗୋଟିଏ କାର୍ଯ୍ୟ ଆରମ୍ଭ ହୋଇଥିବା ୱାର୍ଡସଭ୍ୟା ମଧୁସ୍ମିତା ବେହେରା ପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବ୍ରାହ୍ମଣୀଗାଁରେ ନେଟୱାର୍କ ବାରମ୍ବାର ଅଚଳ ହେଇଯାଉଛି। ତେଣୁ ବ୍ୟାଙ୍କ ସମେତ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଜିଲାପ୍ରଶାସନ ବ୍ରାହ୍ମଣୀଗାଁରେ ନିୟମିତ ନେଟୱାର୍କ ରହିବା ପାଇଁ ପଦକ୍ଷେପ ନେବାକୁ ୱାର୍ଡ ସଭ୍ୟା କହିଛନ୍ତି। ସେହିପରି ମାଣ୍ଡିପଙ୍କାରେ ମଧ୍ୟ ମୋବାଇଲ ଟାୱାର ସ୍ଥାପନ ପାଇଁ ଜିଲାପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ କହିଛନ୍ତି।

The post କଥା ଦେଇ କଥା ରଖିଲେ ଜିଲାପାଳ: ମାଣ୍ଡିପଙ୍କାରେ ସୋଲାର ୱାଟର ପମ୍ପ କାର୍ଯ୍ୟ ଆରମ୍ଭ  appeared first on Dharitri Odia News.