ବିୟୁଟି ପାର୍ଲରରେ ବଡ଼ ଧରଣର ଅଗ୍ନିକାଣ୍ଡ
ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନ ଜାଗମରା ଅଞ୍ଚଳରେ ଥିବା ଏକ ବିୟୁଟି ପାର୍ଲରରେ ଶୁକ୍ରବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ଶର୍ଟସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି। ଏନେଇ ଅଗ୍ନିଶମ ବିଭଗେ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। […] The post ବିୟୁଟି ପାର୍ଲରରେ ବଡ଼ ଧରଣର ଅଗ୍ନିକାଣ୍ଡ appeared first on Dharitri Odia News.
ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନ ଜାଗମରା ଅଞ୍ଚଳରେ ଥିବା ଏକ ବିୟୁଟି ପାର୍ଲରରେ ଶୁକ୍ରବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ଶର୍ଟସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି। ଏନେଇ ଅଗ୍ନିଶମ ବିଭଗେ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।
The post ବିୟୁଟି ପାର୍ଲରରେ ବଡ଼ ଧରଣର ଅଗ୍ନିକାଣ୍ଡ appeared first on Dharitri Odia News.