ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ
ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍ରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। କାସିମପୁର ଏବଂ ଫତେପୁର ପଞ୍ଚାୟତକୁ ଯାଇ ବିଭିନ୍ନ ଗାଁରେ ଭୋଟ ଭିକ୍ଷା କରିଛନ୍ତି। କାସିମପୁରଠାରେ ଗ୍ରାମ ଦେବତୀଙ୍କୁ ଦର୍ଶନ କରି ସୂର୍ଯ୍ୟବଂଶୀ ଶତାଧିକ ଦଳୀୟ କର୍ମୀଙ୍କ ସହ ମିଶି ଉଆସ, ପତିସାହି, ଗଣେଶପାଟଣା, ମଲ୍ଲିକସାହି, ଫତେପୁର, ନାଉଗଡ଼ିଆ ଆଦି ଗ୍ରାମରେ ଲୋକଙ୍କୁ ଭେଟି ଧାମନଗର ପାଇଁ କରିଥିବା ବିଭିନ୍ନ […] The post ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ appeared first on Dharitri Odia News.
ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍ରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। କାସିମପୁର ଏବଂ ଫତେପୁର ପଞ୍ଚାୟତକୁ ଯାଇ ବିଭିନ୍ନ ଗାଁରେ ଭୋଟ ଭିକ୍ଷା କରିଛନ୍ତି।
କାସିମପୁରଠାରେ ଗ୍ରାମ ଦେବତୀଙ୍କୁ ଦର୍ଶନ କରି ସୂର୍ଯ୍ୟବଂଶୀ ଶତାଧିକ ଦଳୀୟ କର୍ମୀଙ୍କ ସହ ମିଶି ଉଆସ, ପତିସାହି, ଗଣେଶପାଟଣା, ମଲ୍ଲିକସାହି, ଫତେପୁର, ନାଉଗଡ଼ିଆ ଆଦି ଗ୍ରାମରେ ଲୋକଙ୍କୁ ଭେଟି ଧାମନଗର ପାଇଁ କରିଥିବା ବିଭିନ୍ନ କାର୍ଯ୍ୟ, ମୋଦୀ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଆଶୀର୍ବାଦ କାମନା କରିଥିଲେ।
ଶହୀଦ ମଣ୍ଡଳର ଭାଜପା ସଭାପତି ଅଜୟ କୁମାର ବଳ, ଫତେପୁର ସରପଞ୍ଚ ରଞ୍ଜନ କୁମାର ପଣ୍ଡା, ପ୍ରାକ୍ତନ ସରପଞ୍ଚ ବିନୋଦ ରାଉତ, ବରିଷ୍ଠ ନେତା ହୃଷୀକେଶ ରାଉତ, ବୈଲୋଚନ ମଲ୍ଲିକ, ସଂଗ୍ରାମ ମହାନ୍ତି, ପ୍ରବୋଧ ନାୟକ, ରାଜୀବ ନାୟକ, ସୁଶାନ୍ତ କୁମାର ରାଉତ, ଅନନ୍ତ ଆରଣ, ସୁରେଶ ମଲ୍ଲିକ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ। ପ୍ରଚାର ସମୟରେ ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କୁ ମହିଳା ମୋର୍ଚ୍ଚା ପକ୍ଷରୁ ସ୍ବାଗତ କରାଯାଇଥିଲା।
The post ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ appeared first on Dharitri Odia News.