ମଝି ଆକାଶରେ ସେନା ବିମାନରୁ ଖସିପଡ଼ିଲା ହେଲିକପ୍ଟର

ଉତ୍ତରାଖଣ୍ଡର କେଦାରନାଥ ଧାମରେ ​​ଲ୍ୟାଣ୍ଡ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ମଝି ଆକାଶରେ ସେନା ବିମାନରୁ ଖସିପଡ଼ିଲା ହେଲିକପ୍ଟର

ମଝି ଅକାଶରେ ଦୁର୍ଘଟଣା। ସେନା ବିମାନ MI-17ରୁ ଖସିପଡିଲା ହେଲିକପ୍ଟର। ଉତ୍ତରାଖଣ୍ଡର କେଦାରନାଥ ଧାମରେ ​​ଲ୍ୟାଣ୍ଡ କରିବା ସମୟରେ ଏକ କ୍ରିଷ୍ଟାଲ ହେଲିକପ୍ଟରଟି ଖସିପଡ଼ିଛି।  ଏହି ଦୁର୍ଘଟଣା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ସେନା ବିମାନ MI-17 ଆଜି ସକାଳେ ପୂର୍ବରୁ ଖରାପ ହୋଇଯାଇଥିବା କ୍ରିଷ୍ଟାଲ ହେଲିକପ୍ଟରକୁ ସଜାଡିବା ପାଇଁ ଏୟାରଲିଫ୍ଟ କରିଥିଲା। ତେବେ ମଝି ଆକାଶରେ ଚେନ୍‌ ଛିଡି ଯିବାରୁ ହେଲିକପ୍ଟରଟି ଖସି ପଡିଥିଲା। ଫଳରେ ମନ୍ଦାକିନୀ ନଦୀ ନିକଟରେ ଖସିପଡି ଏହା କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। 

ଖବର ପାଇ ଘଟଣାସ୍ଥଳରେ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଆବଶ୍ୟକ ଉପକରଣ ଏବଂ ଅତିରିକ୍ତ ଦଳ ପଠାଇଛନ୍ତି। ଯାଞ୍ଚ ଜାରି ରହିଛି। 

ରିପୋର୍ଟ ମୁତାବକ, ଏକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ଏହି ହେଲିକପ୍ଟର ପୂର୍ବରୁ ଯାତ୍ରୀମାନଙ୍କୁ କେଦାରନାଥ ମନ୍ଦିରକୁ ନେବା ଆଣିବା କରୁଥିଲା। ତେବେ ମେ' ୨୪ରେ ଅବତରଣ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।ଏହି ହେଲିକପ୍ଟରକୁ ମରାମତି ଉଦ୍ଦେଶ୍ୟରେ  ବାୟୁସେନାର MI 17 ବିମନା ସାହାଯ୍ୟରେ ଏୟାରଲିପ୍ଟ କରାଯାଇ ଗୌଚର ଏୟାରଷ୍ଟ୍ରିପକୁ ପଠାଯାଉଥିଲା। ଏହି ସମୟରେ MI 17 ବିମାନ ନିୟନ୍ତ୍ରଣ ହରାଇବାକୁ ଲାଗିଥିଲା। ବିପଦକୁ ଅନୁଭବ କରି ପାଇଲଟ୍ ଖାଲି ସ୍ଥାନ ଦେଖି ଘାଟିକୁ ଉକ୍ତ ହେଲିକପ୍ଟରଟଇକୁ ଖସାଇ ଦେଇଥିଲେ।

କହିରଖୁ, ଗୌରୀକୁଣ୍ଡରୁ କେଦାରନାଥ ରାସ୍ତାରେ ବର୍ଷା ହେତୁ ଭୂସ୍ଖଳନ ଯୋଗୁ ହଜାର ହଜାର ଲୋକ ଫସିଛନ୍ତି। ଏହା ପରେ ଘରୋଇ ହେଲିକପ୍ଟର ସହିତ ବାୟୁସେନାର ଚିନୁକ ଏବଂ MI17 ହେଲିକପ୍ଟର ସାହାଯ୍ୟରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।