ଭୋଟ୍ ପରେ ‘ଇଣ୍ଡିଆ’ର ନିର୍ବାଚନ ପରବର୍ତ୍ତୀ ରଣନୀତି; ସଂଧ୍ୟାରେ ଦିଲ୍ଲୀରେ ବସିବ ବୈଠକ
ନୂଆଦିଲ୍ଲୀ: ୨୦୨୪ ନିର୍ବାଚନର ଶନିବାର ଅର୍ଥାତ୍ ଆଜି ସଂଧ୍ୟାରେ ସରିବ ମତଦାନ । ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ବାହାରିବ । ତେବେ ନିର୍ବାଚନରେ ପ୍ରଦର୍ଶନ ଓ ରେଜଲ୍ଟକୁ ନେଇ ସଂଧ୍ୟାରେ ବସିବ ‘ଇଣ୍ଡି’ ମେଣ୍ଟ ବୈଠକ । ଏହି ମିଣ୍ଟିଂକୁ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଅଧ୍ୟକ୍ଷତା କରିପାରନ୍ତି । ନିର୍ବାଚନରେ ପ୍ରଦର୍ଶନ ଓ ଫଳାଫଳ ଉପରେ ତର୍ଜମା ହେବ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବା ନେଇ ସୂଚନା ରହିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ସିଂହ ଯାଦବ ମଧ୍ୟ ବୈଠକରେ ସାମିଲ୍ ହେବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କ ନୂଆଦିଲ୍ଲୀ ବାସଭବନରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏହି ମିଣ୍ଟିଂରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜ୍ରିଓ୍ବାଲ୍ସ, ପଞ୍ଜାବ ସିଏମ୍ ଭଗବତ୍ ସିଂହ ମନ୍ ଏବଂ ଆପ୍ ସାଂସଦ ସଞ୍ଜୟ ସିଂହ ସାମିଲ୍ ହେବେ । ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କି ଟିଏମସିର କୌଣସି ନେତା ସାମିଲ୍ ହେବେ ନାହିଁ ବୋଲି ସୂଚନା ରହିଛି । ଏହାଛଡ଼ା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ବୈଠକରେ ଅଂଶ ହେବେ ନାହିଁ । ତାଙ୍କ ସ୍ଥାନରେ ଟି.ଆର ବାଲୁ ମିଣ୍ଟିଂରେ ସାମିଲ୍ ହୋଇପାରନ୍ତି । ବିପକ୍ଷ ନେତାମାନେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରିବେ । ନିର୍ବାଚନରେ ନିଜ ପ୍ରଦର୍ଶନକୁ ନେଇ ଆକଳନ କରିବେ । ବିରୋଧୀ ଦଳ ଦାବି କରିଛନ୍ତି, ବିଜେ
ନୂଆଦିଲ୍ଲୀ: ୨୦୨୪ ନିର୍ବାଚନର ଶନିବାର ଅର୍ଥାତ୍ ଆଜି ସଂଧ୍ୟାରେ ସରିବ ମତଦାନ । ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ବାହାରିବ । ତେବେ ନିର୍ବାଚନରେ ପ୍ରଦର୍ଶନ ଓ ରେଜଲ୍ଟକୁ ନେଇ ସଂଧ୍ୟାରେ ବସିବ ‘ଇଣ୍ଡି’ ମେଣ୍ଟ ବୈଠକ । ଏହି ମିଣ୍ଟିଂକୁ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଅଧ୍ୟକ୍ଷତା କରିପାରନ୍ତି । ନିର୍ବାଚନରେ ପ୍ରଦର୍ଶନ ଓ ଫଳାଫଳ ଉପରେ ତର୍ଜମା ହେବ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବା ନେଇ ସୂଚନା ରହିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ସିଂହ ଯାଦବ ମଧ୍ୟ ବୈଠକରେ ସାମିଲ୍ ହେବେ ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କ ନୂଆଦିଲ୍ଲୀ ବାସଭବନରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏହି ମିଣ୍ଟିଂରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜ୍ରିଓ୍ବାଲ୍ସ, ପଞ୍ଜାବ ସିଏମ୍ ଭଗବତ୍ ସିଂହ ମନ୍ ଏବଂ ଆପ୍ ସାଂସଦ ସଞ୍ଜୟ ସିଂହ ସାମିଲ୍ ହେବେ । ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କି ଟିଏମସିର କୌଣସି ନେତା ସାମିଲ୍ ହେବେ ନାହିଁ ବୋଲି ସୂଚନା ରହିଛି । ଏହାଛଡ଼ା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ବୈଠକରେ ଅଂଶ ହେବେ ନାହିଁ । ତାଙ୍କ ସ୍ଥାନରେ ଟି.ଆର ବାଲୁ ମିଣ୍ଟିଂରେ ସାମିଲ୍ ହୋଇପାରନ୍ତି ।
ବିପକ୍ଷ ନେତାମାନେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରିବେ । ନିର୍ବାଚନରେ ନିଜ ପ୍ରଦର୍ଶନକୁ ନେଇ ଆକଳନ କରିବେ । ବିରୋଧୀ ଦଳ ଦାବି କରିଛନ୍ତି, ବିଜେପି ନେତୃତ୍ବରେ ଏନଡିଏ ମେଣ୍ଟ ଶାସନ ଗାଦିଚ୍ୟୁତ ହେବ । ‘ଇଣ୍ଡି’ ମେଣ୍ଟ ଜୁନ୍ ୪ ତାରିଖରେ ସରକାର ଗଠନ କରିବାରେ ସଫଳ ହେବ ବୋଲି ଦାବି କରିଛନ୍ତି । ‘ଇଣ୍ଡି’ ମେଣ୍ଟ ସହିତ ୨୮ଟି ଦଳ ଯୋଡ଼ି ହୋଇରହିଛନ୍ତି । ମାତ୍ର ନିର୍ବାଚନର ଠିକ୍ ପୂର୍ବରୁ ମେଣ୍ଟ ହାତ ଛାଡ଼ି ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସେହିପରି ରାଷ୍ଟ୍ରୀୟ ଲୋକଦଳ ‘ଇଣ୍ଡି’ ମେଣ୍ଟ ଛାଡ଼ି ଏନଡିଏରେ ସାମିଲ୍ ହୋଇଥିଲେ ।