୨୧ ଟନ୍‌ ଗୋ’ମାଂସ ବୋଝେଇ କଣ୍ଟେନର ଜବତ

ଛତ୍ରପୁର,୪ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ୧୬ନମ୍ବର ଜାତୀୟ ରାଜପଥରୁ ୨୧ ଟନ୍‌ ଗୋ’ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି। ଉକ୍ତ କଣ୍ଟେନରଟି ବଡ଼ମ୍ବାରୁ ହାଇଦ୍ରାବାଦ ଯାଉଥିବା ବେଳେ ତାକୁ ବଜରଙ୍ଗ ଦଳ ଓ ଭାଜପା କର୍ମୀ ଅଟକାଇଥିଲେ। ପରେ ପୋଲିସକୁ ଖବର ଦେଇଥିଲେ ଯାଞ୍ଚ ବେଳେ ଉକ୍ତ କଣ୍ଟେନରରୁ ୨୧ ଟନ୍‌ ଗୋ’ ମାଂସ ଥିବା ପ୍ୟାକେଟ୍‌ ମିଳିଥିଲା। ପରେ ପ୍ରାଣୀ ଚିକିତ୍ସକ ଟିମ୍‌ ଆସି ଟେଷ୍ଟିଙ୍ଗ […] The post ୨୧ ଟନ୍‌ ଗୋ’ମାଂସ ବୋଝେଇ କଣ୍ଟେନର ଜବତ appeared first on Dharitri Odia News.

୨୧ ଟନ୍‌ ଗୋ’ମାଂସ ବୋଝେଇ କଣ୍ଟେନର ଜବତ

ଛତ୍ରପୁର,୪ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ୧୬ନମ୍ବର ଜାତୀୟ ରାଜପଥରୁ ୨୧ ଟନ୍‌ ଗୋ’ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି।

ଉକ୍ତ କଣ୍ଟେନରଟି ବଡ଼ମ୍ବାରୁ ହାଇଦ୍ରାବାଦ ଯାଉଥିବା ବେଳେ ତାକୁ ବଜରଙ୍ଗ ଦଳ ଓ ଭାଜପା କର୍ମୀ ଅଟକାଇଥିଲେ। ପରେ ପୋଲିସକୁ ଖବର ଦେଇଥିଲେ ଯାଞ୍ଚ ବେଳେ ଉକ୍ତ କଣ୍ଟେନରରୁ ୨୧ ଟନ୍‌ ଗୋ’ ମାଂସ ଥିବା ପ୍ୟାକେଟ୍‌ ମିଳିଥିଲା। ପରେ ପ୍ରାଣୀ ଚିକିତ୍ସକ ଟିମ୍‌ ଆସି ଟେଷ୍ଟିଙ୍ଗ ପାଇଁ ନମୁନା ସଂଗ୍ରହ କରି ନେଇଛନ୍ତି। ଉକ୍ତ କଣ୍ଟେନରଟିକୁ ଜବତ ସହ ଚାଳକ ଓ ହେଲ୍ପରକୁ ଛତ୍ରପୁର ଥାନା ପୋଲିସ ଅଟକ ରଖି ପଚରାଉଚରା ଜାରିରଖିଛି।

The post ୨୧ ଟନ୍‌ ଗୋ’ମାଂସ ବୋଝେଇ କଣ୍ଟେନର ଜବତ appeared first on Dharitri Odia News.