ଫୁଲନଖରାରେ ‘ସମ୍’ ହସ୍ପିଟାଲର ନୂଆ କ୍ୟାମ୍ପସ୍, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୧/୦୧: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଆସୁଥିବା ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ ସ୍ୱାସ୍ଥ୍ୟସେବାରେ ଆଉ ଗୋଟିଏ ପାହାଚ ଆଗକୁ ଯିବ । ଭୁବନେଶ୍ୱର ଓ କଟକ ମଧ୍ୟବର୍ତ୍ତୀ ଜାତୀୟ ରାଜପଥ-୧୬ ନିକଟରେ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍ ଶୁଭାରମ୍ଭ ହେବାକୁ ଯାଉଛି । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ନୂତନ ହସ୍ପିଟାଲ୍କୁ ଲୋକାର୍ପିତ କରିବେ । ସ୍ୱାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପିଟାଲ । ସମ୍ ହସପିଟାଲର ଫୁଲନଖରା କ୍ୟାମ୍ପସ୍ରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ସରଞ୍ଜାମ ସହ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ । ଏହି ହସ୍ପିଟାଲରେ ରାଜ୍ୟର ଯେକୌଣସି ସ୍ଥାନରୁ ରୋଗୀଙ୍କୁ ପହଞ୍ଚିବାରେ ସୁବିଧା ହେବ । ଏଠାରେ ଜେନେରାଲ୍ ମେଡିସିନ୍, ରେସ୍ପିରେଟାରୀ ମେଡିସିନ୍, ପେଡିଆଟ୍ରିକ୍ସ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ୍, ସାଇକିଆଟ୍ରି, ଆନେସ୍ଥେସିଓଲୋଜି, ରେଡିଓ-ଡାଏଗ୍ନୋସିସ୍, ଇମର୍ଜେନ୍ସି ମେଡିସିନ୍, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍, ରେଡିଏସନ୍ ଅଙ୍କୋଲୋଜି, ନ୍ୟୁକ୍ଲିୟର୍ ମେଡିସିନ୍, ମେଡିକାଲ୍ ଅଙ୍କୋଲୋଜି, ପେଡିଆଟ୍ରିକ୍ ଅଙ୍କ
ଭୁବନେଶ୍ୱର, ୨୧/୦୧: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଆସୁଥିବା ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ ସ୍ୱାସ୍ଥ୍ୟସେବାରେ ଆଉ ଗୋଟିଏ ପାହାଚ ଆଗକୁ ଯିବ । ଭୁବନେଶ୍ୱର ଓ କଟକ ମଧ୍ୟବର୍ତ୍ତୀ ଜାତୀୟ ରାଜପଥ-୧୬ ନିକଟରେ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍ ଶୁଭାରମ୍ଭ ହେବାକୁ ଯାଉଛି । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ନୂତନ ହସ୍ପିଟାଲ୍କୁ ଲୋକାର୍ପିତ କରିବେ । ସ୍ୱାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପିଟାଲ ।
ସମ୍ ହସପିଟାଲର ଫୁଲନଖରା କ୍ୟାମ୍ପସ୍ରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ସରଞ୍ଜାମ ସହ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ । ଏହି ହସ୍ପିଟାଲରେ ରାଜ୍ୟର ଯେକୌଣସି ସ୍ଥାନରୁ ରୋଗୀଙ୍କୁ ପହଞ୍ଚିବାରେ ସୁବିଧା ହେବ । ଏଠାରେ ଜେନେରାଲ୍ ମେଡିସିନ୍, ରେସ୍ପିରେଟାରୀ ମେଡିସିନ୍, ପେଡିଆଟ୍ରିକ୍ସ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ୍, ସାଇକିଆଟ୍ରି, ଆନେସ୍ଥେସିଓଲୋଜି, ରେଡିଓ-ଡାଏଗ୍ନୋସିସ୍, ଇମର୍ଜେନ୍ସି ମେଡିସିନ୍, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍, ରେଡିଏସନ୍ ଅଙ୍କୋଲୋଜି, ନ୍ୟୁକ୍ଲିୟର୍ ମେଡିସିନ୍, ମେଡିକାଲ୍ ଅଙ୍କୋଲୋଜି, ପେଡିଆଟ୍ରିକ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ, ଅର୍ଥୋପେଡିକ୍ସ, ଅବ୍ଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଏନାକୋଲୋଜି, ଇଏନ୍ଟି, ପାଥୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଭଳି ବିଭାଗ ରହିବ । ଜନସାଧାରଣଙ୍କୁ ସର୍ବୋତ୍କୃଷ୍ଟ ଓ ଉତ୍ସର୍ଗୀକୃତ ସେବା ଯୋଗାଇବାରେ ସମ୍ର ଏ ଫୁଲନଖରା କ୍ୟାମ୍ପସ୍ ବେଶ୍ ସହାୟକ ହେବ ।
ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ.ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଆଜି ଉଚ୍ଚଶିକ୍ଷାରେ ସମଗ୍ର ଭାରତରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ସୋଆ ଦ୍ୱାରା ୨୦୦୫ରେ ପ୍ରତିଷ୍ଠା ହୋଇଥିବା ସମ୍ ହସପିଟାଲ ଦୀର୍ଘ ୧୮ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଆସୁଛି । ଏହି ଅନୁଷ୍ଠାନ ଏବେ ଓଡ଼ିଶା ତଥା ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସବୁଠାରୁ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ।
୨୦୦୫ ମସିହାରେ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ୍ ୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ୍) ର୍ୟାଙ୍କିଙ୍ଗରେ ଦେଶର ୧୬ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନିତ ହୋଇଛି ।
ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଏହି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପ୍ରତ୍ୟେକ ବର୍ଷ ଏମ୍ବିବିଏସ୍ ପାଠ୍ୟକ୍ରମରେ ୨୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି । ଏଠାରେ ୨୧୦ଟି ପୋଷ୍ଟ ଗ୍ରାଜୁଏଟ୍ ସିଟ୍ ରହିଥିବା ବେଳେ ବିଭିନ୍ନ ସୁପରସ୍ପେଶିଆଲିଟି ପାଠ୍ୟକ୍ରମରେ ୪୦ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଉତ୍ତମ ଓ ସୁଲଭ ଚିକିତ୍ସା ପ୍ରଦାନ କରିବାରେ ପ୍ରତିଷ୍ଠା ଅର୍ଜନ କରିଥିବା ଏହି ହସ୍ପିଟାଲରେ ଅତ୍ୟାଧୁନିକ ସରଞ୍ଜାମ ବ୍ୟବହାର କରି ବିଶେଷଜ୍ଞ ଡାକ୍ତର ସ୍ୱାସ୍ଥ୍ୟସେବା ପ୍ରଦାନ କରିଥାନ୍ତି ।
ରାଜ୍ୟର ପ୍ରଥମ ହସ୍ପିଟାଲ୍ ଭାବେ ଭୁବନେଶ୍ୱର ସ୍ଥିତ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲରେ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ୍, ଲାଇଭ୍ ଡୋନର ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ ଏବଂ ରୋବୋଟିକ୍ ଅସ୍ତ୍ରୋପଚାର ଭଳି ଉନ୍ନତ ଧରଣର ଅର୍ଥୋପେଡିକ୍ ଅସ୍ତ୍ରୋପଚାର ହୋଇପାରୁଛି । ଏହି ହସ୍ପିଟାଲରେ ବର୍ତ୍ତମାନ ୨୨୫୦ ଶଯ୍ୟା ରହିଥିବା ବେଳେ ବର୍ଷକ ମଧ୍ୟରେ ଏହା ୩ ହଜାର ଶଯ୍ୟାକୁ ବୃଦ୍ଧି କରାଯିବାର ଯୋଜନା ରହିଛି ।
୨୦୨୦ ମସିହାରେ କୋଭିଡ୍-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିଲା । ଜନଜୀବନକୁ ଆଛାଦିତ କରି ରଖିଥିଲା କଳା ବାଦଲ । ମାନବ ଜାତିର ଏଭଳି ବଡ଼ ବିପତ୍ତି ବେଳେ ସମ୍ ହସ୍ପିଟାଲ୍ ଏହି ଯୁଦ୍ଧରେ ସାମ୍ନାକୁ ଆସି ଉତମ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଅନେକ ଜୀବନ ବଞ୍ଚାଇ ପାରିଥିଲା । ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇ ସମ୍ ହସ୍ପିଟାଲ୍ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ୫ଟି କୋଭିଡ ହସ୍ପିଟାଲ୍ ପରିଚାଳନା କରିଥିଲା । ଏହାର ଡାକ୍ତର, ନର୍ସ ଓ ପାରାମେଡିକ୍ସ ପ୍ରାୟ ୨୩୦୦ ବେଡ୍ରେ ରହିଥିବା ରୋଗୀଙ୍କର ଚିକିତ୍ସା କରିଥିଲେ ।
ବିଶ୍ୱସ୍ତରୀୟ ଚିକିତ୍ସା ସେବା ଯୋଗାଇବାକୁ ସୋଆ ପକ୍ଷରୁ ୨୦୨୦ରେ ସମ୍ ଅଲଟିମେଟ୍ ମେଡିକେୟାର ଖୋଲିଲା । ଏଠାରେ ସର୍ବୋତ୍କୃଷ୍ଟ ଅତ୍ୟାଧୁନିକ ଜ୍ଞାନକୌଶଳରେ ଗୁଣାତ୍ମକ ଚିକିତ୍ସା ସେବା ମିଳୁଛି । ୧୪ ମଡ୍ୟୁଲାର ଅପରେସନ ଥିଏଟର, ଟ୍ରମା ଆଇସିୟୁ, ପେଟ୍ ସିଟି ସ୍କାନ ଏବଂ ୩ ଟେସଲା ଏମ୍ଆରଆଇ ଭଳି ଅନ୍ତର୍ଜାତୀୟ ବୈଷୟିକ କୌଶଳ ସହ ସୁବିଧା ଏଠି ଉପଲବ୍ଧ । କମ୍ ଦିନ ମଧ୍ୟରେ ୩୫୦ ଶଯ୍ୟାର ଏହି ସମ୍ ଅଲଟିମେଟ୍ ସେଣ୍ଟର ଅଫ ଏକ୍ସଲେନ୍ସ ଭାବେ ପରିଗଣିତ ହେଉଛି ।
ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରମାନେ ଫୁଲନଖରାର ଏହି ନୂତନ ହସ୍ପିଟାଲରେ ମଧ୍ୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ । ଏଠାରେ ୨୪ ଘଣ୍ଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆଇସିସିୟୁ, ପିଆଇସିୟୁ, ଏନ୍ଆଇସିୟୁ ଏବଂ ସ୍ୱତନ୍ତ୍ର ଭାବେ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍) ଓ ହେମାଟୋ ଅଙ୍କୋଲୋଜି ରୋଗୀଙ୍କ ନିମନ୍ତେ ଆଇସିୟୁ ଉପଲବ୍ଧ ହେବ । ସମ୍ ଓ ସମ ଅଲଟିମେଟ୍ ଭଳି ଫୁଲନଖରା କ୍ୟାମ୍ପସ ହେବ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ନୂଆ ଠିକଣା ।
The post ଫୁଲନଖରାରେ ‘ସମ୍’ ହସ୍ପିଟାଲର ନୂଆ କ୍ୟାମ୍ପସ୍, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ appeared first on Prameya News7.