ରାଜଧାନୀର ଭିଆଇପି କଲୋନୀରେ ପଶିଲା ଚୋର, ଚମ୍ପଟ ମାରିବା ବେଳେ ହେଲା କାବୁ
ଭୁବନେଶ୍ୱର ୨୮।୦୧ : ରାଜଧାନୀରେ ଥମୁନି ଲୁଟ୍ । ଦିନକୁ ଦିନ ବଢିଚାଲିଛି ଲୁଟ୍ ଘଟଣା । ଚୋର୍କୁ ଧରିବାରେ ଫେଲ୍ ମାରୁଛି କମିଶନରେଟ୍ ପୋଲିସ । ଏହିକ୍ରମରେ ସୋମବାର ରାତିରେ ଭୁବନେଶ୍ୱର ଭିଆଇପି କଲୋନୀରେ ଚୋରି ଉଦ୍ୟମ ହୋଇଛି । ଯାହାର ଫୁଟେଜ୍ ସିସିଟିଭିରେ କଏଦ ହୋଇଛି । ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ନୟାପଲ୍ଲୀ N2ରେ ଭିଆଇପି କଲୋନୀରେ ଚୋରି ଉଦ୍ୟମ ହୋଇଛି। ଏକାଧିକ ଡୁପ୍ଲେକ୍ସ କ୍ୟାମ୍ପସରେ ପଶି ଜଣେ ଯୁବକ ଚୋରି ଉଦ୍ୟମ କରୁଥିଲା। ସୁରକ୍ଷା କର୍ମୀ, ଘର ମାଲିକାଣୀ ଓ ସ୍ଥାନୀୟ ଲୋକେ ଚୋରକୁ ଦେଖି ପାଟି କରିଥିଲେ । ଘର ଲୋକଙ୍କ ପାଟି ଶୁଣି ଚୋର ଜଣଙ୍କ ଏକ ନଡ଼ିଆ ଗଛରେ ଚଢି ଯାଇଥିଲା। ସେପଟେ ଖବର ପାଇ ପିସିଆର ଭ୍ୟାନ୍ ମଧ୍ୟ ଘଟଣାସ୍ଥଳକୁ ଆସିଥିଲା । ତେବେ ବିଲ୍ଡିଂ ରୁ ବିଲ୍ଡିଂ ଦେଇ ଖସିଯିବା ବେଳେ ପିସିଆର୍ ଭ୍ୟାନ୍ ଚୋରକୁ ପିଛା କରିଥିଲା। ଉଭୟ ପିସିଆର ଓ ସ୍ଥାନୀୟ ଲୋକେ ମିଶି ଚୋରକୁ କାବୁ କରିଥିଲେ। ଘଟଣାସ୍ଥଳରେ ଟ୍ଵିନ୍ ସିଟି ପୋଲିସ କମିଶନର, ଭୁବନେଶ୍ଵର ଡିସିପି, ସ୍ପେଶଲ୍ ସ୍କ୍ୱାର୍ଡ, ଜୋନ-୫ ଏସିପି, ନୟାପଲ୍ଲୀ ଥାନା ଅଧିକାରୀ ପହଞ୍ଚିଥିଲେ। ତେବେ ନୟାପଲ୍ଲୀ ଥାନା ପୋଲିସ ଚୋରକୁ ଅଟକ ରଖି ଜେରା କରୁଛି।ସେହିପରି ଗତ ୨୫ ତାରିଖ ବିଳମ୍ବିତ ରାତିରେ N2ରେ ରହୁଥିବା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ହୋଇଥିଲା। ଏବେ ସେହି ଗଳିରେ ଆଉ ଏକ ଘଟଣା ସ୍ଥାନୀୟ ଲ
ଭୁବନେଶ୍ୱର ୨୮।୦୧ : ରାଜଧାନୀରେ ଥମୁନି ଲୁଟ୍ । ଦିନକୁ ଦିନ ବଢିଚାଲିଛି ଲୁଟ୍ ଘଟଣା । ଚୋର୍କୁ ଧରିବାରେ ଫେଲ୍ ମାରୁଛି କମିଶନରେଟ୍ ପୋଲିସ । ଏହିକ୍ରମରେ ସୋମବାର ରାତିରେ ଭୁବନେଶ୍ୱର ଭିଆଇପି କଲୋନୀରେ ଚୋରି ଉଦ୍ୟମ ହୋଇଛି । ଯାହାର ଫୁଟେଜ୍ ସିସିଟିଭିରେ କଏଦ ହୋଇଛି ।
ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ନୟାପଲ୍ଲୀ N2ରେ ଭିଆଇପି କଲୋନୀରେ ଚୋରି ଉଦ୍ୟମ ହୋଇଛି। ଏକାଧିକ ଡୁପ୍ଲେକ୍ସ କ୍ୟାମ୍ପସରେ ପଶି ଜଣେ ଯୁବକ ଚୋରି ଉଦ୍ୟମ କରୁଥିଲା। ସୁରକ୍ଷା କର୍ମୀ, ଘର ମାଲିକାଣୀ ଓ ସ୍ଥାନୀୟ ଲୋକେ ଚୋରକୁ ଦେଖି ପାଟି କରିଥିଲେ । ଘର ଲୋକଙ୍କ ପାଟି ଶୁଣି ଚୋର ଜଣଙ୍କ ଏକ ନଡ଼ିଆ ଗଛରେ ଚଢି ଯାଇଥିଲା। ସେପଟେ ଖବର ପାଇ ପିସିଆର ଭ୍ୟାନ୍ ମଧ୍ୟ ଘଟଣାସ୍ଥଳକୁ ଆସିଥିଲା । ତେବେ ବିଲ୍ଡିଂ ରୁ ବିଲ୍ଡିଂ ଦେଇ ଖସିଯିବା ବେଳେ ପିସିଆର୍ ଭ୍ୟାନ୍ ଚୋରକୁ ପିଛା କରିଥିଲା। ଉଭୟ ପିସିଆର ଓ ସ୍ଥାନୀୟ ଲୋକେ ମିଶି ଚୋରକୁ କାବୁ କରିଥିଲେ। ଘଟଣାସ୍ଥଳରେ ଟ୍ଵିନ୍ ସିଟି ପୋଲିସ କମିଶନର, ଭୁବନେଶ୍ଵର ଡିସିପି, ସ୍ପେଶଲ୍ ସ୍କ୍ୱାର୍ଡ, ଜୋନ-୫ ଏସିପି, ନୟାପଲ୍ଲୀ ଥାନା ଅଧିକାରୀ ପହଞ୍ଚିଥିଲେ। ତେବେ ନୟାପଲ୍ଲୀ ଥାନା ପୋଲିସ ଚୋରକୁ ଅଟକ ରଖି ଜେରା କରୁଛି।
ସେହିପରି ଗତ ୨୫ ତାରିଖ ବିଳମ୍ବିତ ରାତିରେ N2ରେ ରହୁଥିବା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ହୋଇଥିଲା। ଏବେ ସେହି ଗଳିରେ ଆଉ ଏକ ଘଟଣା ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।