ଦେଶରେ କେତେ ଟିକସଦାତା କୋଟିପତି ? SBI ରିପୋର୍ଟରୁ ଜାଣନ୍ତୁ
ନୂଆଦିଲ୍ଲୀ: ଦେଶରେ କୋଟିପତି ଟିକସଦାତାଙ୍କ ସଂଖ୍ୟା ବଢି ଚାଲିଛି । ଆସେସମେଣ୍ଟ ବର୍ଷ ୨୦୨୩-୨୪ ପାଇଁ ଦେଶରେ ଯେତେ ଆଇଟିଆର ଦାଖଲ ହୋଇଛି, ସେଥିରେ ୧ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏହାକୁ ନେଇ ଏସ୍ବିଆଇ ଇକୋନମିକ୍ ରିସର୍ଚ୍ଚ ଏକ ବିଶ୍ଲେଷଣ କରିଛି ଏବଂ ଏହି ଆଧାରରେ ରିପୋର୍ଟ ପ୍ରକାଶ କରିଛି ।ଆୟକର ରିଟର୍ଣ୍ଣ (ITR) ଆଧରରେ ଏସବିଆଇ ନିଜ ରିପୋର୍ଟରେ କହିଛି ଯେ ଆସେସମେଣ୍ଟ ବର୍ଷ ୨୦୧୩-୧୪ରେ ଏକ କୋଟିରୁ ଅଧିକ ଆୟ ପାଇଁ ଆଇଟିଆର ଦାଖଲ କରିଥିବା ଲୋକଙ୍କ ସଂଖ୍ୟା ୪୪ ହଜାର ଥିଲା । ଆସେସମେଣ୍ଟ ବର୍ଷ ୨୦୨୩-୨୪ ସୁଦ୍ଧା ଏହି ସଂଖ୍ୟା ବଢି ୨.୨ ଲକ୍ଷ ହୋଇଛି । ଅର୍ଥାତ୍ ଏହି ସଂଖ୍ୟାରେ ୫ ଗୁଣା ବୃଦ୍ଧି ଘଟିଛି ।ରିପୋର୍ଟରେ କୁହାଯାଇଛି ଯେ ଆସେସମେଣ୍ଟ ବର୍ଷ ୨୦୨୩-୨୪ରେ ସରକାରଙ୍କ ମୋଟ ଟିକସ ସଂଗ୍ରହରେ ପ୍ରତ୍ୟକ୍ଷ ଟିକସ ଅର୍ଥାତ୍ ବ୍ୟକ୍ତିଗତ ଆୟ ଟିକସ ଏବଂ କର୍ପୋରେଟ୍ ଟିକସର ଭାଗ ୫୬.୭ ପ୍ରତିଶତ ରହିଥିଲା । ଯାହା ଗତ ୧୪ ବର୍ଷରେ ପ୍ରତ୍ୟକ୍ଷ ଟିକସର ସବୁଠୁ ଅଧିକ ପ୍ରତିଶତ । ପର୍ସନାଲ୍ ଇନକମ୍ ଟ୍ୟାକ୍ସ ସଂଗ୍ରହ କର୍ପୋରେଟ୍ ଟ୍ୟାକ୍ସ ସଂଗ୍ରହ ତୁଳନାରେ ଅଧିକ ବୃଦ୍ଧି ପାଇଛି । ବ୍ୟକ୍ତିଗତ ଟିକସ ସଂଗ୍ରହ ୬ ପ୍ରତିଶତ ବଢିଥିବା ବେଳେ କର୍ପୋରେଟ୍ ଟିକସ ସଂଗ୍ରହ ୩ ପ୍ରତିଶତ ବଢିଛି ।ରିପୋର୍ଟ ଅନୁସାରେ ଦେଶରେ ମୋଟ ଟିକସଦାତାଙ୍କ ସଂଖ୍ୟା ୨.୩ ଗୁଣା ବଢି ୮.୬୨ କୋଟି ହୋଇଛି । ୧୦ ଲକ୍
ନୂଆଦିଲ୍ଲୀ: ଦେଶରେ କୋଟିପତି ଟିକସଦାତାଙ୍କ ସଂଖ୍ୟା ବଢି ଚାଲିଛି । ଆସେସମେଣ୍ଟ ବର୍ଷ ୨୦୨୩-୨୪ ପାଇଁ ଦେଶରେ ଯେତେ ଆଇଟିଆର ଦାଖଲ ହୋଇଛି, ସେଥିରେ ୧ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏହାକୁ ନେଇ ଏସ୍ବିଆଇ ଇକୋନମିକ୍ ରିସର୍ଚ୍ଚ ଏକ ବିଶ୍ଲେଷଣ କରିଛି ଏବଂ ଏହି ଆଧାରରେ ରିପୋର୍ଟ ପ୍ରକାଶ କରିଛି ।
ଆୟକର ରିଟର୍ଣ୍ଣ (ITR) ଆଧରରେ ଏସବିଆଇ ନିଜ ରିପୋର୍ଟରେ କହିଛି ଯେ ଆସେସମେଣ୍ଟ ବର୍ଷ ୨୦୧୩-୧୪ରେ ଏକ କୋଟିରୁ ଅଧିକ ଆୟ ପାଇଁ ଆଇଟିଆର ଦାଖଲ କରିଥିବା ଲୋକଙ୍କ ସଂଖ୍ୟା ୪୪ ହଜାର ଥିଲା । ଆସେସମେଣ୍ଟ ବର୍ଷ ୨୦୨୩-୨୪ ସୁଦ୍ଧା ଏହି ସଂଖ୍ୟା ବଢି ୨.୨ ଲକ୍ଷ ହୋଇଛି । ଅର୍ଥାତ୍ ଏହି ସଂଖ୍ୟାରେ ୫ ଗୁଣା ବୃଦ୍ଧି ଘଟିଛି ।
ରିପୋର୍ଟରେ କୁହାଯାଇଛି ଯେ ଆସେସମେଣ୍ଟ ବର୍ଷ ୨୦୨୩-୨୪ରେ ସରକାରଙ୍କ ମୋଟ ଟିକସ ସଂଗ୍ରହରେ ପ୍ରତ୍ୟକ୍ଷ ଟିକସ ଅର୍ଥାତ୍ ବ୍ୟକ୍ତିଗତ ଆୟ ଟିକସ ଏବଂ କର୍ପୋରେଟ୍ ଟିକସର ଭାଗ ୫୬.୭ ପ୍ରତିଶତ ରହିଥିଲା । ଯାହା ଗତ ୧୪ ବର୍ଷରେ ପ୍ରତ୍ୟକ୍ଷ ଟିକସର ସବୁଠୁ ଅଧିକ ପ୍ରତିଶତ । ପର୍ସନାଲ୍ ଇନକମ୍ ଟ୍ୟାକ୍ସ ସଂଗ୍ରହ କର୍ପୋରେଟ୍ ଟ୍ୟାକ୍ସ ସଂଗ୍ରହ ତୁଳନାରେ ଅଧିକ ବୃଦ୍ଧି ପାଇଛି । ବ୍ୟକ୍ତିଗତ ଟିକସ ସଂଗ୍ରହ ୬ ପ୍ରତିଶତ ବଢିଥିବା ବେଳେ କର୍ପୋରେଟ୍ ଟିକସ ସଂଗ୍ରହ ୩ ପ୍ରତିଶତ ବଢିଛି ।
ରିପୋର୍ଟ ଅନୁସାରେ ଦେଶରେ ମୋଟ ଟିକସଦାତାଙ୍କ ସଂଖ୍ୟା ୨.୩ ଗୁଣା ବଢି ୮.୬୨ କୋଟି ହୋଇଛି । ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଟ୍ୟାକ୍ସ ବ୍ରାକେଟରେ ଟିକସଦାତାଙ୍କ ସଂଖ୍ୟାରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଏହା ଦେଶରେ ବଢୁଥିବା ମଧ୍ୟବିତ୍ତଙ୍କ ଆକାରକୁ ଦର୍ଶାଉଛି ।