କୋଟିଆରେ ପୁଣି ଅନୁପ୍ରବେଶ, ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ କଲା ଆନ୍ଧ୍ର

ପଟାଙ୍ଗି ୧୭।୮: କୋଟିଆରେ ପୁଣି ଅନୁପ୍ରବେଶ କଲା ଆନ୍ଧ୍ର । ନେରେଡିୱାଲାସା ଗ୍ରାମରେ ଅନୁପ୍ରବେଶ କରି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ କରିଛି । କେନ୍ଦ୍ରର ଆର୍ଥିକ ସେବା ବିଭାଗ ଦ୍ଵାରା ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବିକାଶ ବ୍ୟାଙ୍କ  ମାୱିଡିପିଲୀ ଦ୍ଵାରା ଉକ୍ତ କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମବାସୀଙ୍କୁ ଏକତ୍ରିତ କରାଯାଇଥିଲା । କିଛି ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ । ଅଧିକାରୀ ମାନେ ଅଧିବାସୀ ମାନେ ଆଦାୟ ଟଙ୍କାକୁ କିଭଳି ସଠିକ ଭାବେ ଉପଯୋଗ କରିପାରିବେ ସେନେଇ ସଚେତନ କରିଥିବା ନେଇ ଜଣାପଡ଼ିଛି । ଲୋକଙ୍କୁ ପଥପ୍ରାନ୍ତ ନାଟକ ଦ୍ଵାରା ମଧ୍ୟ ସଚେତନ କରିଥିବା ନେଇ ସୂଚନା ମିଳିଛି । ଦୀର୍ଘ ଦିନ ଧରି ଆନ୍ଧ୍ର ନୀରବ ରହି କୋଟିଆର ତିନୋଟି ସ୍ଥାନରେ ସ୍ଵାଧୀନତା ଦିବସ ପାଳିଥିଲା । ପୁଣି ଆଜି ଅନୁପ୍ରବେଶ କରି କାର୍ଯ୍ୟକ୍ରମର ଆୟୋଜନ କରିଥିବା ନଜରକୁ ଆସିଛି । 

କୋଟିଆରେ ପୁଣି ଅନୁପ୍ରବେଶ, ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ କଲା ଆନ୍ଧ୍ର

ପଟାଙ୍ଗି ୧୭କୋଟିଆରେ ପୁଣି ଅନୁପ୍ରବେଶ କଲା ଆନ୍ଧ୍ର । ନେରେଡିୱାଲାସା ଗ୍ରାମରେ ଅନୁପ୍ରବେଶ କରି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ କରିଛି । କେନ୍ଦ୍ରର ଆର୍ଥିକ ସେବା ବିଭାଗ ଦ୍ଵାରା ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବିକାଶ ବ୍ୟାଙ୍କ  ମାୱିଡିପିଲୀ ଦ୍ଵାରା ଉକ୍ତ କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମବାସୀଙ୍କୁ ଏକତ୍ରିତ କରାଯାଇଥିଲା । କିଛି ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ । ଅଧିକାରୀ ମାନେ ଅଧିବାସୀ ମାନେ ଆଦାୟ ଟଙ୍କାକୁ କିଭଳି ସଠିକ ଭାବେ ଉପଯୋଗ କରିପାରିବେ ସେନେଇ ସଚେତନ କରିଥିବା ନେଇ ଜଣାପଡ଼ିଛି । ଲୋକଙ୍କୁ ପଥପ୍ରାନ୍ତ ନାଟକ ଦ୍ଵାରା ମଧ୍ୟ ସଚେତନ କରିଥିବା ନେଇ ସୂଚନା ମିଳିଛି । ଦୀର୍ଘ ଦିନ ଧରି ଆନ୍ଧ୍ର ନୀରବ ରହି କୋଟିଆର ତିନୋଟି ସ୍ଥାନରେ ସ୍ଵାଧୀନତା ଦିବସ ପାଳିଥିଲା । ପୁଣି ଆଜି ଅନୁପ୍ରବେଶ କରି କାର୍ଯ୍ୟକ୍ରମର ଆୟୋଜନ କରିଥିବା ନଜରକୁ ଆସିଛି ।