ଆମେଠି କିମ୍ବା ରାଏବରେଲିରୁ ନିର୍ବାଚନ ଲଢ଼ିପାରନ୍ତି ରାହୁଲ ଓ ପ୍ରିୟଙ୍କା: ୟୁପି କଂଗ୍ରେସ ମୁଖ୍ୟ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେମାନଙ୍କର ପାରମ୍ପରିକ ଆସନ ଆମେଠି କିମ୍ବା ରାଏବରେଲିରୁ ନିର୍ବାଚନ ଲଢ଼ିପାରନ୍ତି। ଉତ୍ତର ପ୍ରଦେଶର କଂଗ୍ରେସ ମୁଖ୍ୟ ଅଜୟ ରାଏ ରବିବାର ଏହି ସୂଚନା ଦେଇଛନ୍ତି। ନିକଟରେ କଂଗ୍ରେସ ଉତ୍ତର ପ୍ରଦେଶ ପାଇଁ ୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ଆମେଠି ଓ ରାଏବରେଲିକୁ ବାଦ୍ ଦିଆଯାଇଛି। ଏହି ଦୁଇଟି ଆସନ ଗାନ୍ଧୀ ପରିବାରରେ ପାରମ୍ପରିକ ଆସନ। ଏହିଠାରୁ ହିଁ ନେହରୁଙ୍କ ଠାରୁ ଆରମ୍ଭ କରି ସୋନିଆ ଗାନ୍ଧୀ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିଛନ୍ତି। ତେଣୁ ଏଥର ରାହୁଲ କିମ୍ବା ପ୍ରିୟଙ୍କା ଅଦଳବଦଳ କରି ଏହି ଦୁଇ ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି।ବାରଣାସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧରେ ନିର୍ବାଚନ ଲଢ଼ୁଥିବା ଶ୍ରୀ ରାୟ କହିଛନ୍ତି ଯେ ଆମର ଦୃଢ଼ ବିଶ୍ୱାସ ଅଛି ଯେ ଏହି ଦୁଇଟି ଆସନରୁ କେହି ନା କେହି ନିର୍ବାଚନ ଲଢ଼ିବେ। ସେ ଆହୁରି କହିଛନ୍ତି ଯେ ଦଳୀୟ ନେତା ଓ କର୍ମୀମାନେ ଚାହୁଁଛନ୍ତି ରାହୁଲ ଗାନ୍ଧୀ ଆମେଠିରୁ ଏବଂ ପ୍ରିୟଙ୍କା ଗନ୍ଧୀ ରାଏବରେଲିରୁ ନିର୍ବାଚନ ଲଢ଼ନ୍ତୁ।Also read: ସମ୍ବଲପୁରରେ ହେବ ହେବିୱଟ ଲଢେଇ, ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ଓ ପ୍ରଣବ ! ଚାଲିଛି ଅଙ୍କକଷାତେବେ ଯେହେତୁ ଦୁଇଟି ଆସନରେ ପ୍ରାର୍ଥୀ ତାଲିକା ଜାରି କରାଯାଇ ନାହିଁ ତେଣୁ ଏହି ଆସନରୁ କିଏ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେମାନଙ୍କର ପାରମ୍ପରିକ ଆସନ ଆମେଠି କିମ୍ବା ରାଏବରେଲିରୁ ନିର୍ବାଚନ ଲଢ଼ିପାରନ୍ତି। ଉତ୍ତର ପ୍ରଦେଶର କଂଗ୍ରେସ ମୁଖ୍ୟ ଅଜୟ ରାଏ ରବିବାର ଏହି ସୂଚନା ଦେଇଛନ୍ତି।
ନିକଟରେ କଂଗ୍ରେସ ଉତ୍ତର ପ୍ରଦେଶ ପାଇଁ ୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ଆମେଠି ଓ ରାଏବରେଲିକୁ ବାଦ୍ ଦିଆଯାଇଛି। ଏହି ଦୁଇଟି ଆସନ ଗାନ୍ଧୀ ପରିବାରରେ ପାରମ୍ପରିକ ଆସନ। ଏହିଠାରୁ ହିଁ ନେହରୁଙ୍କ ଠାରୁ ଆରମ୍ଭ କରି ସୋନିଆ ଗାନ୍ଧୀ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିଛନ୍ତି। ତେଣୁ ଏଥର ରାହୁଲ କିମ୍ବା ପ୍ରିୟଙ୍କା ଅଦଳବଦଳ କରି ଏହି ଦୁଇ ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି।
ବାରଣାସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧରେ ନିର୍ବାଚନ ଲଢ଼ୁଥିବା ଶ୍ରୀ ରାୟ କହିଛନ୍ତି ଯେ ଆମର ଦୃଢ଼ ବିଶ୍ୱାସ ଅଛି ଯେ ଏହି ଦୁଇଟି ଆସନରୁ କେହି ନା କେହି ନିର୍ବାଚନ ଲଢ଼ିବେ। ସେ ଆହୁରି କହିଛନ୍ତି ଯେ ଦଳୀୟ ନେତା ଓ କର୍ମୀମାନେ ଚାହୁଁଛନ୍ତି ରାହୁଲ ଗାନ୍ଧୀ ଆମେଠିରୁ ଏବଂ ପ୍ରିୟଙ୍କା ଗନ୍ଧୀ ରାଏବରେଲିରୁ ନିର୍ବାଚନ ଲଢ଼ନ୍ତୁ।
Also read: ସମ୍ବଲପୁରରେ ହେବ ହେବିୱଟ ଲଢେଇ, ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ଓ ପ୍ରଣବ ! ଚାଲିଛି ଅଙ୍କକଷା
ତେବେ ଯେହେତୁ ଦୁଇଟି ଆସନରେ ପ୍ରାର୍ଥୀ ତାଲିକା ଜାରି କରାଯାଇ ନାହିଁ ତେଣୁ ଏହି ଆସନରୁ କିଏ ଲଢିବ ତାହା ହାଇକମାଣ୍ଡ ସ୍ଥିର କରିବେ ବୋଲି ଅଜୟ ରାୟ କହିଛନ୍ତି। ହୋଲି ଉତ୍ସବ ପରେ ଉତ୍ତରପ୍ରଦେଶର ଅବଶିଷ୍ଟ ଆଠ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ଏଥିରେ ଆମେଠି ଏବଂ ରାଇବରେଲି ନାଁ ବି ଘୋଷଣା କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି।
ସୂଚନା ଥାଉକି ଇଣ୍ଡିଆ ମେଣ୍ଟରେ ସହଯୋଗୀ ହିସାବରେ ଉତ୍ତର ପ୍ରଦେଶର ଦଳ ୧୭ ଆସନରେ ନିର୍ବାଚନ ଲଢିବ। ଶନିବାର କିଛି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲା। ଏଥିରେ ଇମ୍ରାନ ମସୁଦ ଶାହାରନପୁରୁ, ଅମରୋହାରୁ ଦାନିଶ ଅଲି ଆଦିଙ୍କ ନାଁ ରହିଛି।